Latest Odisha News

BREAKING NEWS

ଘନ କୁହୁଡି ବଳୟରେ ସାରା ରାଜ୍ୟ: ୧୨ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ଘନ କୁହୁଡିର ବଳୟ ମଧ୍ୟରେ ସାରା ରାଜ୍ୟ ଆବଦ୍ଧ ହୋଇ ରହିଥିବାବେଳେ ବୁଧବାର ସକାଳୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଏଥିଯୋଗୁଁ ରାସ୍ତାଘାଟ ଠିକ୍ ଭାବେ ଦୃଶ୍ୟମାନ ହେଉନଥିବା ବେଳେ ଲୋକମାନେ ଯାତାୟତ କରିବା ସମୟରେ…

ଭଦ୍ରକରେ ଇଣ୍ଡିଆନ ଅଏଲର ବସ୍ତ୍ରଶିଳ୍ପ ପ୍ରକଳ୍ପ: ଜମି ଲାଗି ନବୀନଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଭଦ୍ରକରେ ଇଣ୍ଡିଆନ ଅଏଲର ପ୍ରସ୍ତାବିତ ୧୯୭୧ କୋଟି ଟଙ୍କା ବ୍ୟୟ ବରାଦରେ ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ ନିମନ୍ତେ ଆବଶ୍ୟକୀୟ ୭୫ ଏକର ଜମି ତୁରନ୍ତ ଯୋଗାଇଦେବା ସମ୍ପର୍କରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ ବୋଲି  କେନ୍ଦ୍ର…

ଧର୍ମେନ୍ଦ୍ରଙ୍କ ବିରୋଧରେ ମାନହାନି ମୋକଦ୍ଦମା

ବାରିପଦା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କରିଛନ୍ତି ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାଂସଦା । କେନ୍ଦ୍ରମନ୍ତ୍ରୀ ଜାତି ଉଠାଇ ଆକ୍ଷେପ କରିବା ତଥା ସର୍ବସାଧାରଣରେ ସମ୍ମାନହାନୀ ଭଳି କଥା କହିବା ଅଭିଯୋଗ କରି ସାଂସଦ ଶ୍ରୀ ହାଁସଦା ଏବେ କୋର୍ଟର…

କାଳ ହେଲା କୁହୁଡ଼ି, ୨ ଦିନରେ ଗଲା ୨୪ ଜୀବନ

ଭୁବନେଶ୍ୱର : ସନ୍ଧ୍ୟା ସାତଟା ହେଲେ ମାଡି ଆସୁଛି ଘନ କୁହୁଡି । ସକାଳ ଦଶଟା ଯାଏ ଏଥିରୁ ନିସ୍ତାର ମିଳୁନି । କୁହୁଡିର ମାତ୍ରା ଏତେ ରହୁଛି ଯେ, ମାତ୍ର ଶହେ ମିଟର ମଧ୍ୟରେ ରାସ୍ତା ଦେଖାଯାଉନାହିଁ । ରାଜ୍ୟରେ ଏହି ଘନ କୁହୁଡି ଯୋଗୁ ଦୁଇ ଦିନରେ ୨୪ଜଣଙ୍କ ମୃତ୍ୟୁ ହୋଇଛିା ଅନ୍ୟପକ୍ଷରେ…

ରାଜ୍ୟରେ ୨୫ ଯାଏଁ ଘନ କୁହୁଡି ଓ ୨୮ ପର୍ଯ୍ୟନ୍ତ ବର୍ଷା ଆଶଙ୍କା

ଭୁବନେଶ୍ୱର : ବାୟୁ ପ୍ରଦୂଷଣ ହେବା ଯୋଗୁଁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଘନ କୁହୁଡି ସୃଷ୍ଟି ହେଉଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟତଃ ଉତ୍ତରପଶ୍ଚିମ ଆଡୁ ପୂର୍ବ ଆଡକୁ…

ଭାରତୀୟ ବଜାରକୁ ଆସିଲା ନିସାନର ନୂଆ ଏସୟୁଭି କିକ୍ସ

ନୂଆଦିଲ୍ଲୀ : ଜାପାନ ଅଟୋମୋବାଇଲ କମ୍ପାନୀ ନିସାନ ପକ୍ଷରୁ ମଙ୍ଗଳବାର ଦିନ ଭାରତୀୟ ବଜାରରେ ନୂଆ ଅର୍ବାନ ଏସୟୁଭି କିକ୍ସ ଗାଡିକୁ ଲଞ୍ଚ କରାଯାଇଛି । ହୁଣ୍ଡାଇ କ୍ରେଟା, ରେନୋଲ୍ଟ ଡଷ୍ଟର ଓ କାପଚର୍ ସହିତ ମୁକାବିଲା କରିବ ନିସାନର ନୂଆ ଏସୟୁଭି କିକ୍ସ । ଏହାର ବଜାର ମୂଲ୍ୟ ୯.୫୫…

ଆଇସିସି କ୍ରିକେଟ୍ ଆୱାର୍ଡ: ସବୁ ପୁରସ୍କାର ପୋଛିନେଲେ ଭାରତୀୟ କପ୍ତାନ ବିରାଟ କୋହଲି

ଦୁବାଇ: ଅଷ୍ଟ୍ରେଲିଆକୁ ନିଜ ମାଟିରେ ଉଭୟ ଟେଷ୍ଟ ଓ ଏକଦିବସୀୟ ଶୃଙ୍ଖଳାରେ ପରାସ୍ତ କରିବା ପରେ ଏବେ ଶକ୍ତିଶାଳୀ ଭାରତୀୟ କ୍ରିକେଟ ଦଳ ମଧ୍ୟ ଟେଷ୍ଟ ର‌୍ୟାଙ୍କିଂରେ ପ୍ରଥମ ସ୍ଥାନ ବଜାୟ ରଖିପାରିଛି । ତେବେ ସବୁଠାରୁ ଖୁସିର କଥା ହେଉଛି ଭାରତୀୟ ଦଳର କପ୍ତାନ ବିରାଟ କୋହଲୀ ଏକାକୀ ସମସ୍ତ ୫ଟି…

ବିଜେଡିରେ ଯୋଗଦେଲେ ପୂର୍ବତନ କଂଗ୍ରେସ ନେତା ପ୍ରଣୟ ସାହୁ

ଭୁବନେଶ୍ୱର : ବରଗଡ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ପ୍ରଣୟ କୁମାର ସାହୁ ଦଳରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଅର୍ଥାତ୍ ମଙ୍ଗଳବାର ଦିନ ଆନୁଷ୍ଠନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ପ୍ରଣୟ ସାହୁ ନିଜର ସମର୍ଥକ ଏବଂ ବିଜେପୁର ନିର୍ବାଚନୀ ମଣ୍ଡଳର ବିଜେଡି ବିଧାୟକ ରୀତା ସାହୁଙ୍କ…

କନ୍ଧମାଳ ସଡକ ଦୁର୍ଘଟଣା: ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର : କନ୍ଧମାଳ ଜିଲ୍ଲା ବାଲିଗୁଡାଠାରେ ମଙ୍ଗଳବାର ଦିନ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୮ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରି ମୃତକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

କନ୍ଧମାଳ: ପୋଇଗୁଡା ଘାଟିରୁ ଓଲଟିଲା ମିନିଟ୍ରକ୍, ୮ମୃତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟସ୍ଥ ପୋଇଗୁଡା ଘାଟି ଠାରେ ଏକ ମିନିଟ୍ରକ୍ ଘାଟିରୁ ତଳକୁ ଓଲଟି ପଡିବା ଫଳରେ ୮ଜଣଙ୍କର ମୃତ୍ୟୁ ଘଟିବା ସହ ୩୫ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ସୁଲାମା ଅଞ୍ଚଳର ୫୦-୬୦ ଜଣ ବ୍ୟକ୍ତି ବ୍ରାହ୍ମଣୀ ଗାଁର ଏକ ଚର୍ଚ୍ଚରେ…