Latest Odisha News

BREAKING NEWS

ବୌଦ୍ଧରେ ବସ ଓଲଟି ୧ ମୃତ, ୩୦ ଜଣ ଆହତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ମାଦିଙ୍ଗା ଛକ ନିକଟବର୍ତ୍ତୀ ୫୭ ନଂ ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ ଓଲଟି ପଡ଼ି ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିବା ସହ ୩୦ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ଶରଦ ପ୍ରସନ୍ନ ବଳ ଏବଂ ତାଙ୍କ ଘର ଖରିଆର ଅଞ୍ଚଳରେ ହୋଇଥିବା ନେଇ ଜଣାପଡିଛି ।…

ଜାମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ବରମୂଳା ଜିଲ୍ଲାର ସୋପୋରେ ଅଞ୍ଚଳରେ ଗୁରୁବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ସୂଚନା ଅନୁଯାୟୀ କିଛି ଆତଙ୍କବାଦୀ ବରମୂଳା ଜିଲ୍ଲାର ସୋପୋରେ ଅଞ୍ଚଳରେ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର…

ଲୋକସଭାରେ ‘ଡ୍ୟାମ୍ ସୁରକ୍ଷା ବିଲ’କୁ ବିଜେଡ଼ିର ବିରୋଧ

ନୂଆଦିଲ୍ଲୀ: ଲୋକସଭାର ଶୀତକାଳୀନ ଅଧିବେଶନରେ ବୁଧବାର ଦିନ କେନ୍ଦ୍ର ଜଳସମ୍ପଦ ତଥା ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ‘ଡ୍ୟାମ୍ ସୁରକ୍ଷା ବିଲ’କୁ ଆଗତ କରିଥିବା ବେଳେ ବିଜେଡ଼ି ଏହି ବିଲକୁ ବିରୋଧ କରିଛି । ଏହି ବିଲକୁ ବିରୋଧ କରି ବିଜେଡ଼ି ସଂସଦୀୟ ଦଳ ନେତା…

ବିଶିଷ୍ଟ ମଞ୍ଚ କଳାକାର ନିତ୍ୟାନନ୍ଦ ଦାସଙ୍କ ପରଲୋକ

ପୁରୀ: ଲୋକପ୍ରିୟ କଳାକାର, ହାସ୍ୟ ଅଭିନେତା ତଥା ମଞ୍ଚ ନିର୍ଦ୍ଦେଶକ ନିତ୍ୟାନନ୍ଦ ଦାସଙ୍କ ପୁରୀର ଏକ ଘରୋଇ ହସ୍ପିଟାଲରେ ବୁଧବାର ଦିନ ପରଲୋକ ହୋଇଯାଇଛି । ହୃଦରୋଗରେ ଆକ୍ରାନ୍ତ ଥିବା ସ୍ୱଗତଃ ନିତ୍ୟାନନ୍ଦ ଦାସଙ୍କୁ ମୃତ୍ୟୁ ବେଳକୁ ୮୩ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ପରେ ତାଙ୍କର ପାର୍ôଥବ…

ଦମଦାର୍ ଖେଳ ପ୍ରଦର୍ଶନ କରି ଆଜି ସେମିଫାଇନାଲ ଯିବାକୁ ଚେଷ୍ଟା କରିବ ଭାରତ

ଭୁବନେଶ୍ୱର: କୋଟି କୋଟି ଭାରତୀୟ ହକିପ୍ରେମୀ ଆଜି ଓଡ଼ିଶା ରାଜଧାନୀ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଥିବା ‘ଓଡ଼ିଶା ବିଶ୍ୱକପ ପୁରୁଷ ହକି-୨୦୧୮’ର କ୍ୱାର୍ଟର୍ ଫାଇନାଲ ମ୍ୟାଚ ଉପରେ ଦୃଷ୍ଟି ନିବଦ୍ଧ ରଖିଛନ୍ତି । ଆଜି ଆୟୋଜକ ଭାରତ ଭେଟୁଛି ଶକ୍ତିଶାଳୀ ନେଦରଲାଣ୍ଡ ହକି ଦଳକୁ । ଆଜିର…

ଶ୍ରୀକାନ୍ତ ଜେନାଙ୍କ ଭାଗ୍ୟ ନିର୍ଣ୍ଣୟ କରିବ ଏଆଇସିସି: ହେମାନନ୍ଦ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ଶୃଙ୍ଖଳାଗତ କମିଟି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ଉପରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହାର ନିଷ୍ପତ୍ତି ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଉପରେ ଛାଡ଼ିଦେଇଛି । ଓପିସିସି ଶୃଙ୍ଖଳାଗତ…

ଓଡ଼ିଶା ବିଶ୍ୱକପ ହକି: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସେମିଫାଇନାଲକୁ ଉନ୍ନୀତ

ଭୁବନେଶ୍ୱର: ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ବିଶ୍ୱକପ ହକିରେ ଆଜି ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ଜିତି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଦଳ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଆଜି ସନ୍ଧ୍ୟା ୫ଟା ବେଳେ ଅନୁଷ୍ଠିତ ୧ମ କ୍ୱାର୍ଟର୍…

ବିଧାନସଭା ନିର୍ବାଚନ: କିଏ ହେବେ ମୁଖ୍ୟମନ୍ତ୍ରୀ, ଦ୍ୱନ୍ଦ୍ୱରେ ରାହୁଲ ଗାନ୍ଧୀ

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ସେମିଫାଇନାଲରେ ବିଜେପିକୁ ହରାଇ ରାହୁଲଙ୍କ କଂଗ୍ରେସ ଫାଇନାଲରେ ମୋଦିଙ୍କୁ ଟକ୍କର ଦେବା ପାଇଁ ଅଣ୍ଟା ଭିଡୁଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନିର୍ବାଚନୀ ବୈତରଣୀରେ କଂଗ୍ରେସ ବାଜିମାତ କରିବା ପରେ ବୁଧବାରଠାରୁ…

୬୮ ବର୍ଷରେ ପଦାର୍ପଣ କଲେ ସୁପରଷ୍ଟାର୍ ରଜନୀକାନ୍ତ

ଭୁବନେଶ୍ୱର : ତାମିଲ ସୁପରଷ୍ଟାର୍ ରଜନୀକାନ୍ତ୧୯୫୦ ମସିହା ଡିସେମ୍ବର ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ନିକଟରେ ରଜନୀକାନ୍ତ ଓ ଅକ୍ଷୟ କୁମାର ଅଭିନୀତ ବିଗ୍ ବଜେଟ୍ ଫିଲ୍ମ ୨.୦ ବକ୍ସ ଅଫିସରେ ଧମାଲ କରୁବା ସହ ଭଲ ଆୟ ମଧ୍ୟ କରିପାରିଛି । ଏହି ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ…

ରାଜ୍ୟରେ ପୁଣିଥରେ ହ୍ରାସ ପାଇଲା ବସ ଭଡା

ଭୁବନେଶ୍ୱର : ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯାତ୍ରୀ ବସ୍ ଭଡା ହ୍ରାସ ପାଇବା ନେଇ ବୁଧବାର ଘୋଷଣା ହୋଇଛି। ଡିଜେଲ ଦର କମିବା ପରେ ବସ ଭଡା କମିଥିବା ନେଇ ଜଣାପଡିଛି । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସାଧାରଣ…