Latest Odisha News

BREAKING NEWS

ମହାରାଷ୍ଟ୍ର ମହାନାଟକର ନାୟକ ଅଜିତ ପାୱାର ହେବେ ଉପ-ମୁଖ୍ୟମନ୍ତ୍ରୀ !

ମୁମ୍ବାଇ: ଏନସିପି ନେତା ଅଜିତ ପାୱାର ନବଗଠିତ ମହାରାଷ୍ଟ୍ର ସରକାରରେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଆଜି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶିବାଜୀ ପାର୍କଠାରେ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରୁଥିବା ବେଳେ ତାଙ୍କ ସହିତ ମନ୍ତ୍ରୀମଣ୍ଡଳର ଅନ୍ୟ ୬ଜଣ ସଦସ୍ୟ ଶପଥପାଠ କରିବାର…

ନଭେମ୍ବର ୨୪ ଭିତରେ ୮.୯ ଲକ୍ଷ ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ପାଇଁ କରିଛନ୍ତି ଆବେଦନ: ମନ୍ତ୍ରୀ

ଭୁବନେଶ୍ୱର: ଓଡିଶାରେ ସେପ୍ଟେମ୍ବର ୧ରୁ ନଭେମ୍ବର ୨୪ ତାରିଖ ଯାଏଁ ପ୍ରାୟ ୮,୮୯,୦୯୩ ଲକ୍ଷ ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ନେଇ ଗୁରୁବାର ଦିନ ରାଜ୍ୟ ବିଧାନସଭାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି । ଏକ ଲିଖିତ ଉତ୍ତରରେ ମନ୍ତ୍ରୀ…

ନିର୍ଦ୍ଧାରିତ ଅବଧି ପୂର୍ବରୁ ସ୍ଥଗିତ ହୋଇପାରେ ବିଧାନସଭା ଶୀତକାଳୀନ ଅଧିବେଶନ !

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ଅବଧି ପୂର୍ବରୁ ଗୁରୁବାର କିମ୍ବା ଶୁକ୍ରବାର ଦିନ ସ୍ଥଗିତ ରହିପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ଚଳିତ ଶୀତକାଳୀନ ଅଧିବେଶନ ନଭେମ୍ବର ୧୩ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ଡ଼ିସେମ୍ବର ୧୯ ତାରିଖରେ ଶେଷ…

ଏହିସବୁ ଘରୋଇ ଉପଚାର ଦ୍ୱାରା ଠିକ କରନ୍ତୁ ଫାଟି ଯାଇଥିବା ଗୋଇଠି…

ଭୁବନେଶ୍ୱର : ଆରମ୍ଭ ହୋଇ ଗଲାଣି ଶୀତଋତୁ। ଶୀତର ଆଗମନରେ ଦେହ ହାତ ସତେ ଯେପରି ଶୁଷ୍କ ହୋଇଯାଏ। ଶୀତ ପ୍ରଭାବରୁ ଅଧିକାଂଶ ଲୋକଙ୍କର ପାଦ ଗୋଇଠି ଫାଟିବା ସମସ୍ୟା ଦେଖା ଦେଇଥାଏ। ଗୋଇଠି ଅଧିକ ଫାଟିବା ଯୋଗୁ ଅନେକ ସମୟରେ ରକ୍ତ ବାହାରିବାର ଆଶଙ୍କା ମଧ୍ୟ ରହିଥାଏ। ତେବେ ଏଥିରୁ ରକ୍ଷା ପାଇବା…

ଆରଟିଓ ଅଫିସରେ ପ୍ରବଳ ଭିଡ; ଦସ୍ତାବିଜ୍ ସଂଗ୍ରହ ନେଇ ବଢିପାରେ ଡେଡଲାଇନ୍

ଭୁବନେଶ୍ୱର: ଗାଡି ସମ୍ବନ୍ଧୀୟ ସମସ୍ତ କାଗଜ ପତ୍ର ହାସଲ ଲାଗି ରାଜ୍ୟବ୍ୟାପୀ ଆରଟିଓ ଅଫିସ୍ ଗୁଡିକରେ ପ୍ରବଳ ଭିଡ ପରିଲିଖିତ ହେଉଥିବା ବେଳେ ଏହାର ସମୟସୀମା ଅଧିକ ବୃଦ୍ଧି କରିପାରନ୍ତି ଓଡିଶା ସରକାର । ଆସନ୍ତା ନଭେମ୍ବର ୩୦ ତାରିଖରେ ଏହା ଡେଡଲାଇନ୍ ସମାପ୍ତ ହେଉଛି । ଯାହାଫଳରେ ନୂଆ ମୋଟର…

ଆଜିଠୁ ୩ ଦିନିଆ ସମ୍ବଲପୁର ବନ୍ଦ ଡାକରା, ଜାଣନ୍ତୁ କାହିଁକି

ସମ୍ବଲପୁର: ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି ନେଇ ଆଜିଠୁ ୩ଦିନିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି କରି ପଶ୍ଚିମ ଓଡିଶା ନାଗରିକ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନକୁ ଓହ୍ଲାଇଥିବା ନେଇ ସୁତ୍ରରୁ…

ହଦଗଡ଼ ଡ୍ୟାମ୍‌ର ସୌନ୍ଦର୍ଯ୍ୟ: ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ

ଓଡ଼ିଶା ଭିତରେ ମଧ୍ୟ ଏପରି ସ୍ଥାନ ସବୁ ରହିଛି ଯେଉଁଠିକୁ ଆପଣ ଗଲେ ଆସିବାକୁ ଇଚ୍ଛା କରିବେ ନାହିଁ। ବଣ ପାହାଡ ଘେରା କେନ୍ଦୁଝର ଜିଲ୍ଲାର ହଦଗଡ଼ ଡ୍ୟାମର ପ୍ରାକୃତିକ ଶୋଭା ଏତେ ମନଲୋଭା ଯେ ଆଖିରେ ନଦେଖିଲେ ଜଣେ ବିଶ୍ୱାସ କରିପାରିବ ନାହିଁ । ହଦଗଡ଼ ଅଭୟାରଣ୍ୟ ଭିତରେ ଅବସ୍ଥିତ ଏହି…

ସାଂସଦ ପ୍ରଜ୍ଞା ଠାକୁରଙ୍କୁ ପାର୍ଲାମେଣ୍ଟ୍‌ର ପ୍ରତିରକ୍ଷା ପାନେଲରୁ ବାଦ୍ ଦେଲା ବିଜେପି

ନୂଆଦିଲ୍ଲୀ: ଭୋପାଳ ଲୋକସଭା ସାଂସଦ ତଥା ବିଜେପି ନେତ୍ରୀ ସ୍ୱାଧି ପ୍ରଜ୍ଞା ଠାକୁରଙ୍କୁ ସଂସଦୀୟ ପ୍ରତିରକ୍ଷା ପାନେଲରୁ ବାଦ୍ ଦେଇଛି ବିଜେପି । ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟିମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ,ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବା ସମୟରେ ବୁଧବାର ଦିନ ମହାତ୍ମା…

ପ୍ରେମିକାକୁ ବିବାହ କରିଥିବା ଦାବି କରି ଧାରଣାରେ ବସି ରହିଲେ ପ୍ରେମିକ !

ଭୁବନେଶ୍ୱର: ଜଣେ ଯୁବକ ନିଜ ପ୍ରେମିକାଙ୍କ ଘର ଆଗରେ ଧାରଣା ଦେବା ସହ ସମ୍ପୃକ୍ତ ଯୁବତୀ ତାଙ୍କ ପତ୍ନୀ ଓ ଉଭୟ ବିବାହ କରିଥିବା ନେଇ ଦାବି କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପାଖାପାଖି ୬…

ବିକାଶ ଦର କମିଛି, କିନ୍ତୁ ଆର୍ଥିକ ମାନ୍ଦାବସ୍ଥା ନାହିଁ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଦେଶରେ ଆର୍ଥିକ ଅବସ୍ଥା ଉପରେ ନିଜର ବକ୍ତବ୍ୟ ରଖିଛନ୍ତି |ରାଜ୍ୟସଭା ରେ ବୁଧବାର ଦିନ ନିଜର ବକ୍ତବ୍ୟ ରଖି କହିଥିଲେ ଯେ, ଦେଶରେ ଆର୍ଥିକ ବିକାଶ ଦର କମିଛି, ହେଲେ ମାନ୍ଦା ଅବସ୍ଥା ନାହିଁ | "ଯଦି ଅର୍ଥବ୍ୟବସ୍ଥାକୁ ଠିକ ଢଙ୍ଗରେ…