Latest Odisha News

BREAKING NEWS

ସୋନପୁରରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ ସ୍ୱାମୀ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ମହୁଲପାଲି ଗ୍ରାମରେ ଶୁକ୍ରବାର ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ମରଣାନ୍ତକ ଆକ୍ରମଣ କରିବା ଭଳି ଅଭାବନୀୟ ଘଟଣା ଘଟିଛି । ମିଳିଥିବା ସୂଚନାନୁଯାୟୀ ରସିକ ଥପା କୌଣସି କାରଣବଶତଃ ନିଜ ସ୍ତ୍ରୀ ମମତା ଥପାଙ୍କୁ ଏକ…

ରାଜଧାନୀରେ ଚାଞ୍ଚଲ୍ୟ: ସିକ୍ୟୁରିଟି ଗାର୍ଡ଼ଙ୍କ ଉପରକୁ ଗୁଳି ଚଳାଇଲେ ଅଜଣା ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀରେ ଶନିବାର ଦିନ ଭୋର୍ ସମୟରେ ଭିନ୍ନ ଭିନ୍ନ ଦୁଇଟି ଘଟଣାରେ ଜଣେ ନିରାପତ୍ତାରକ୍ଷୀଙ୍କ ସମେତ ୩ଜଣ ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ପ୍ରଥମ ଘଟଣାଟି ଘଟିଛି, ରାଜଧାନୀର ବ୍ୟସ୍ତବହୁଳ ଟଙ୍କପାଣି ରୋଡ଼ଠାରେ, ଜଣେ କର୍ତ୍ତବ୍ୟରତ…

କଂଗ୍ରେସ ଛାଡିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା

ଭୁବନେଶ୍ୱର : କଟକ ଜିଲ୍ଲାର ସାଲେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରକାଶ ବେହେରା ଶନିବାର ଦିନ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପତ୍ର ଲେଖି ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି । ସେ ଦୀର୍ଘ ୨୦…

ଦୁଇ ଦୁଇ ଥର ହାର ପରେ ପୁଣି ଥରେ ଖଣ୍ଡପଡା ମୁହାଁ ସୌମ୍ୟରଞ୍ଜନ

ଭୁବନେଶ୍ୱର: ଲଗାତାର ଦୁଇ ଦୁଇ ଥର ଖଣ୍ଡପଡା ନିର୍ବାଚନ ମଣ୍ଡଳୀରୁ ହାରିଥିବା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଏଥର ପୁଣି ଥରେ ସେହିଠାରୁ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡିଲେଣି । ରାଜ୍ୟସଭା ଆସନ ଛାଡ଼ି ବିଧାନସଭା ଲଢି଼ବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ସୌମ୍ୟବାବୁ । ସେ ଲଢ଼ିବାକୁ…

ଦାମଙ୍କୁ ଦଳରେ ନେବାରୁ ବିଜେପିକୁ କଡ଼ା ସମାଲୋଚନା କଲା ବିଜେଡ଼ି

ଭୁବନେଶ୍ୱର: ଡ଼ାକ୍ତର ଦାମୋଦର ରାଉତଙ୍କୁ ଦଳରେ ସାମିଲ୍ କରିଥବାରୁ ଶାସକ ବିଜୁ ଜନତା ଦଳ ଶୁକ୍ରବାର ଦିନ ବିଜେପିକୁ କଠୋର ସମାଲୋଚନା କରିଛି । “ଏହା ହେଉଛି ସେହି ବିଜେପି ଯିଏକି ମହିଳା ବିରୋଧୀ ଏବଂ ଦଳିତ ବିରୋଧୀ ମନ୍ତବ୍ୟ ଦେଇଥିବା ଯୋଗୁଁ ଦାମୋଦର ରାଉତଙ୍କ କୁଶ ପୁତ୍ତଳିକା ରାସ୍ତାରେ…

୫ ଲୁଟେରାଙ୍କ ହାବୁଡରେ ଦମ୍ପତି, ମର୍ଣ୍ଣିଂୱାକ ବେଳେ ଲୁଟିଲେ ଗହଣା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଫେଜ୍-୭ରେ କିଛି ଲୁଟେରା ମର୍ଣ୍ଣିଂୱାକ୍ କରୁଥିବା ଜଣେ ଦମ୍ପତିଙ୍କ ଠାରୁ ଲୁଟ୍ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ ଶୈଳଶ୍ରୀବିହାର ଫେଜ୍-୭ ଅଞ୍ଚଳରେ ଜଣେ ଦମ୍ପତି ମର୍ଣ୍ଣିଂୱାକ୍ କରୁଥିବା ସମୟରେ…

ବିଜେଡି ଛାଡିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ବାଲେଶ୍ୱର : ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ଶାସକ ଦଳ ବିଜେଡି ଉପରେ ଅସନ୍ତୋଷ ପ୍ରକାଶ କରି ନୀଳଗିରି ବିଧାୟକ ସୁକାନ୍ତ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଶୁକ୍ରବାର ଦିନ ସେ ଦଳର…

ମାସୁଦର ସମସ୍ତ ସମ୍ପତ୍ତିକୁ ବାଜ୍ୟାପ୍ତି କରିବାକୁ ଫ୍ରାନ୍ସର ଚେତାବନୀ

ନୂଆଦିଲ୍ଲୀ : ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ୍ ଅଜହରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ମାମଲାରେ ଚୀନ୍ ବାଧକ ସାଜିବାରୁ ଫ୍ରାନ୍ସ ମାସୁଦ୍ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଫ୍ରାନ୍ସ ସରକାର ଶୁକ୍ରବାର ଦିନ ଜୈଶ-ଇ-ମହମ୍ମଦର ସମସ୍ତ ସମ୍ପତ୍ତିକୁ…

ନ୍ୟୁଜିଲାଣ୍ଡ ମସଜିଦ ଆକ୍ରମଣରେ ୪୦ ନିହତ, ଅଳ୍ପକେ ବର୍ତ୍ତିଲେ ବାଂଲାଦେଶ କ୍ରିକେଟ ଟିମ୍

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚଠାରେ ଏକ ମସଜିଦ୍ ଉପରେ ଜଣେ ଅଜଣା ଦୁର୍ବୃତ୍ତ ଆଖିବୁଜା ଗୁଳିଚାଳନା କରିବାରୁ ସେଠାରେ ନମାଜ୍ ପାଠ କରୁଥିବା ପ୍ରାୟ ୪୦ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି । ପ୍ରାର୍ଥନାରତ ମୁସଲମାନଙ୍କ ଉପରେ ଏପରି ଅତର୍କିତ ଘୃଣ୍ୟ ଆକ୍ରମଣକୁ ନ୍ୟୁଜିଲାଣ୍ଡ…

ତାମିଲନାଡୁରେ ୨୬ ଓଡିଆ ଦାଦନ ଶ୍ରମିକଙ୍କୁ ନିର୍ଯ୍ୟାତନା ଅଭିଯୋଗ

ଜୟପୁର : କୋରାପୁଟ ଜିଲ୍ଲାରୁ କାମ ଅନ୍ୱେଷଣରେ ତାମିଲନାଡୁ ଯାଇଥିବା ୨୬ ଜଣ ଯୁବକ ସେଠାରେ ଅଟକ ଥିବା ନେଇ ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ ବାକଟିଗୁଡ଼ା, ସିନ୍ଧିକଟା, ଡାଙ୍ଗରାଗୁଡ଼ା ଆଦି ଗ୍ରାମରୁ କିଛି ଯୁବକ ତାମିଲନାଡୁର ଏକ ଇଟାଭାଟିରେ କାମ କରିବାକୁ ଯାଇଥିଲେ । ସେଠାରେ…