Latest Odisha News

BREAKING NEWS

ବାଲେଶ୍ୱରରୁ ଉଦ୍ଧାର ହେଲା ୧୬ ଫୁଟ ଲମ୍ବର ବିଶାଳ ଅହିରାଜ ସାପ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା କାଳିଝାଟି ଗ୍ରାମ ନିକଟରୁ ପ୍ରାୟ ୧୬ ଫୁଟ୍ ଲମ୍ବର ଏକ ଅହିରାଜ ସାପ ସାପକୁ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନାନୁଯାୟୀ କିଛି ସ୍ଥାନୀୟ ଲୋକେ ଏକ ସାପ ଆହତ ହୋଇ ଛଟପଟ ହେଉଥିବା ଦେଖିବା ପରେ ଏନେଇ ବନ ବିଭାଗକୁ ଜଣାଇଥିଲେ। ଖବର ପାଇ ୱାଇଲ୍ଡ ଲାଇଫ୍…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ ଓ ୭ ଗୁରୁତର ଆହତ

କଳାହାଣ୍ଡି /ବୌଦ୍ଧ : କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାରେ ଗୁରୁବାର ଦିନ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିବା ସହ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିକଟସ୍ଥ ତିନି ଛକ ପାଖରେ ୨ଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ…

ଜାତିସଂଘରେ ମାସୁଦକୁ ଚୀନର ସମର୍ଥନ ପ୍ରସଙ୍ଗ: ଏକାଧିକ ରାଷ୍ଟ୍ରଙ୍କ ତୀବ୍ର ଅସନ୍ତୋଷ

ନ୍ୟୁୟର୍କ: ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ମାସୁଦ ଆଝାର ପ୍ରସଙ୍ଗରେ ଜାତିସଂଘରେ ଭାରତକୁ ମିଳିଛି ବଡ଼ ଝଟକା । ମାସୁଦ ଆଝାରକୁ ଆନ୍ତର୍ଜାତୀକ ଆତଙ୍କବାଦୀ ଘୋଷଣା ନେଇ ମିଳିତ ଜାତିସଂଘରେ ଏକ ପ୍ରସ୍ତାବକୁ ଚୀନ ବାଧା ଦେବାରେ ସଫଳ ହୋଇଛି । ଆତଙ୍କୀ ମାସୁଦ ଆଝାରକୁ ମିଳିତ ଜାତିସଂଘ ଏବଂ ଜାତିସଂଘ…

ବିଜେଡିର ଇସ୍ତାହାର କମିଟି ଘୋଷଣା କଲେ ନବୀନ

ଭୁବନେଶ୍ୱର : ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଗୁରୁବାର ଦିନ ବିଜେଡି ଇସ୍ତାହାର କମିଟିର ଘୋଷଣା କରିଛନ୍ତି ଦଳ ସୁପ୍ରିମୋ ତଥା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବେଦପ୍ରକାଶ ଅଗ୍ରଓ୍ଵାଲ୍ ଇସ୍ତାହାର…

କୋରାପୁଟରେ ସୁରକ୍ଷାକର୍ମୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ

କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ହାତିବାରୀ ଜଙ୍ଗଲରେ ବୁଧବାର ରାତିରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ମାଓବାଦୀମାନେ ଏହି ଅଞ୍ଚଳରେ ଛପି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିଥିଲା ।…

ବାଲେଶ୍ୱରର ଚାଷୀ ପୁଅ ହେବେ ଇସ୍ରୋ ବୈଜ୍ଞାନିକ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାର ଜଣେ ୨୦ ବର୍ଷୀୟ ଯୁବକ ଆଲୋକ ଭଞ୍ଜ ଇସ୍ରୋର ବୈଜ୍ଞାନିକ ଭାବେ ଯୋଗ ଦେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତା’ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମିଳିଥିବା ସୂଚନାନୁଯାୟୀ ବେଜ୍ଞାନିକ ହେବା ଲାଗି ଇସ୍ରୋ ପକ୍ଷରୁ ଆବେଦନ ପତ୍ର ପାଇଁ ଆହ୍ୱାନ…

କେନ୍ଦୁଝରରେ ଜଳିଗଲା ବରଯାତ୍ରୀ ବସ, ଯୁବକ ଜୀବନ୍ତ ଦଗ୍ଧ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାମନ୍ତରାପୁର ଗ୍ରାମ ନିକଟରେ ଏକ ବରଯାତ୍ରୀ ବସରେ ନିଆଁ ଲାଗିବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ ବାହାଘର ସରିବା ପରେ ବର ଓ ତା’ଙ୍କ ପରିବାର ବର୍ଗ ନୂଆ ବୋହୂକୁ ସାଙ୍ଗରେ ଧରି ଘରକୁ ଫେରିବା ପରେ…

ବିଶିଷ୍ଟ ଉର୍ଦ୍ଦୁ କବି ସୋହେଲ୍ ଅଖତରଙ୍କ ଦେହାନ୍ତ

ଭୁବନେଶ୍ୱର: ବିଶିଷ୍ଟ ଉର୍ଦ୍ଦୁ କବି ସୋହେଲ୍ ଅଖତରଙ୍କ ଦେହାନ୍ତ ହୋଇଯାଇଛି । ଭୁବନେଶ୍ୱରରେ ରହୁଥିବା ସୋହେଲ୍ ସମଗ୍ର ଭାରତର ଉର୍ଦ୍ଦୁ ଜଗତରେ ଜଣେ ଚର୍ଚ୍ଚିତ କବି । କର୍ଣ୍ଣାଟକ ଉର୍ଦ୍ଦୁ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ସୋହେଲ୍ ଇଡ଼କୋରେ ଜିଏସଏମ ପଦବୀରେ କାର୍ଯ୍ୟ କରୁଥିଲେ । ସ୍ୱର୍ଗତଃ…

ଭାରତକୁ ୩୫ ରନରେ ପରାସ୍ତ କରି ସିରିଜ ହାତେଇଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟର ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ଆଜି ଥିଲା ଚୂଡ଼ାନ୍ତ ଦିନିକିଆ । ଏହି ଦିନିକିଆ ଶୃଙ୍ଖଳା ୨-୨ରେ ବରାବର ରହିଥିବା ବେଳେ ଆଜିର ଚୂଡ଼ାନ୍ତ ମ୍ୟାଚରେ କଙ୍ଗାରୁ ଦଳ ସବୁ ବିଭାଗରେ ଭଲ ପ୍ରଦର୍ଶନ କରି ଭାରତକୁ ୩୫ ରନରେ ପରାସ୍ତ କରିଛି । ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ…

ଭାରତ ସମ୍ମୁଖରେ ୨୭୩ ରନର ବିଜୟ ଲକ୍ଷ୍ୟ, ଶୃଙ୍ଖଳା ଜିତିବାକୁ ଦୁଇ ଦଳର ଟକ୍କର୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ୨୭୩ ରନର ବିଜୟ ଲକ୍ଷ୍ୟ ଛିଡ଼ାକରିଛି । ଅଷ୍ଟ୍ରେଲିଆ ସମୁଦାୟ ୫୦ ଓଭର୍ ଖେଳି ୯ ୱିକେଟ ବିନିମୟରେ ୨୭୨ ରନ କରିପାରିଛି । ଟସ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନେବା ପରେ ଓପନିଂ ଯୋଡ଼ି ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଉସମାନ ଖ୍ୱାଜା…