Latest Odisha News

BREAKING NEWS

ମେଲବୋର୍ଣ୍ଣ ଟେଷ୍ଟ: ପୂଜାରାଙ୍କ ଶତକୀୟ ଇନିଂସ, ୪୪୩/୭ ସ୍କୋରରେ ଭାରତର ପାଳି ଘୋଷଣା

ମେଲବୋର୍ଣ୍ଣ: ବିରାଟ ବାହିନୀର ଶକ୍ତିଶାଳୀ ବ୍ୟାଟିଂ ବିଭାଗ ଦଳକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଚୂଡ଼ାନ୍ତ ମେଲବୋର୍ଣ୍ଣ ଟେଷ୍ଟର ୨ୟ ଦିବସରେ ଭାରତ ୧ମ ଇନିଂସରେ ୭ ୱିକେଟ ବିନିମୟରେ ୪୪୩ କରି ପାଳି ଘୋଷଣା କରିଛି । ବୋର୍ଡ଼ର୍ – ଗାଭାସ୍କର ଟେଷ୍ଟ ଶୃଙ୍ଖଳାକୁ…

ଆସନ୍ତା ୭୨ଘଣ୍ଟା ଯାଏଁ ଉତ୍ତର ଓଡିଶାରେ ଜାରି ରହିବ ଶୀତ ଲହରୀ

ଭୁବନେଶ୍ୱର : ଓଡିଶାରେ ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆସନ୍ତା ୭୨ ଘଣ୍ଟା ଯାଏଁ ଉତ୍ତର ଓଡିଶାରେ ଶୀତ ଲହରୀ ଜାରି ରହିବ । ଭୁବନେଶ୍ୱର ପାଣିପାଗ କେନ୍ଦ୍ରରୁ ଗୁରୁବାର ଦିନ ମିଳିଥିବା ରିପୋର୍ଟ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମାଲକାନାଗିରି, କୋରାପୁଟ,…

‘ହାପି ବାର୍ଥଡେ’ ଭାଇଜାନ ସଲମାନ, ୫୩ ବର୍ଷରେ ପଦାର୍ପଣ କଲେ

ମୁମ୍ବାଇ : ବଲିଉଡର ଭାଇଜାନ ସଲମାନ୍ ଆଜି ୫୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ସେ ୧୯୬୫ ମସିହା ଡିସେମ୍ବର ୨୭ ତାରିଖରେ ମୁମ୍ବାଇ ଠାରେ ଜନ୍ମଗ୍ରହଣ କରିଥିଲେ । ସଲମାନ ଖାନଙ୍କ ଜନ୍ମଦିନ ଅବସରରେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନମାନଙ୍କ ପାଖରୁ ଶୁଭେଚ୍ଛାର ସୁଅ…

ମାତିଲେ ଲୁଟେରା, ବାଲେଶ୍ୱର ଓ ଖୋର୍ଦ୍ଧାରେ ଦୋକାନ ଲୁଟିନେଲେ

ଖୋର୍ଦ୍ଧା/ବାଲେଶ୍ୱର : ରାଜ୍ୟରେ ଏବେ ଲୁଟେରା ଗ୍ୟାଙ୍ଗ ମାତିଥିବାବେଳେ ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାରେ ପୁଣି ଲୁଟ୍ ଭଳି ଘଟଣା ନଜରକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରେ ଦୁବୃର୍ତ୍ତମାନେ ୨ଟି ଅପ୍ଟିକାଲ ଦୋକାନ, ଗୋଟିଏ ତେଜରାତି ଦୋକାନ, ସିଲେଇ ଦୋକାନ ଓ ଗୋଟିଏ…

ଦେଶର ଦ୍ରୁତତମ ରେଳ ଭାବେ ଘୋଷିତ ହେଲା ‘ଟ୍ରେନ-୧୮’

ନୂଆଦିଲ୍ଲୀ : ଦେଶର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଇଞ୍ଜିନ ବିହୀନ ‘ଟ୍ରେନ-୧୮’କୁ ଦେଶର ଦ୍ରୁତତମ ଟ୍ରେନ ଭାବେ ମଂଜୁରୀ ମିଳିଛି। ଏହି ଟ୍ରେନ ତାର ପ୍ରଥମ ଟ୍ରାଏଲ ରନ ସମୟୟରେ ଟ୍ରେନଟି ଘଣ୍ଟା ପ୍ରତି ୧୮୧ କିମି. ବେଗରେ ଗତି କରିଥିବା ନେଇ ରେକର୍ଡ କରାଯାଇଛି । କେନ୍ଦ୍ର ରେଳମନ୍ତ୍ରୀ…

ଓଡ଼ିଶାର ୨ଟି ନର୍ସିଂ କଲେଜରେ ୭୦ଟି ପଦବୀକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶାର ସମ୍ବଲପୁର ବୁର୍ଲ୍ଲାସ୍ଥିତ ଭିମସାର ମେଡ଼ିକାଲ କଲେଜରେ ଥିବା ନର୍ସିଂ କଲେଜ ଏବଂ କଟକସ୍ଥିତ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଥିବା ନର୍ସିଂ କଲେଜ ଲାଗି ୫୬ଟି ଶିକ୍ଷକ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଅନୁମୋଦନ କରିଛନ୍ତି । ଏହା ବ୍ୟତୀତ,…

ଧର୍ମଗଡରେ ୧୨ ଘଣ୍ଟିଆ ବନ୍ଦ ଡାକରା, ଜନଜୀବନ ବାଧାପ୍ରାପ୍ତ

ଧର୍ମଗଡ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି କରି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ବନ୍ଦ ଡାକରା ଯୋଗୁ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ବନ୍ଦ ପାଳନରେ ଧର୍ମଗଡ ସମେତ…

ବରଗଡ଼ରେ ମାଓବାଦୀ କ୍ୟାମ୍ପ ବିଧ୍ୱସ୍ତ, ଗୁଳି ବିନିମୟରେ ୨ ନକ୍ସଲ ଆହତ

ସମ୍ବଲପୁର: ବରଗଡ଼ ଜିଲ୍ଲାରେ ନିରାପତ୍ତା ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହେବା ଯୋଗୁଁ ଏକ ମାଓବାଦୀ କ୍ୟାମ୍ପ ଧ୍ୱସ୍ତ ବିଧ୍ୱସ୍ତ ହେବା ସହିତ ବରଗଡ଼-ବଲାଙ୍ଗୀର ମହାସମୁନ୍ଦ ଡ଼ିଭିଜନ କମିଟି ମୁଖ୍ୟ ରବିନ୍ଦ୍ର ସମେତ ୨ଜଣ ସଶସ୍ତ୍ର ମାଓବାଦୀ ପୋଲିସ ଗୁଳିରେ ଗୁରୁତର ଆହତ ହୋଇଥିବା କଥା…

ମରୁଡ଼ି ପରିସ୍ଥିତି ନେଇ ରାଜ୍ୟ ସରକାର କୌଣସି ସୂଚନା ଦେଇନାହାନ୍ତି: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବା ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ କୌଣସି ସୂଚନା ପ୍ରଦାନ କରିନାହାନ୍ତି ବୋଲି ବୁଧବାର ଦିନ ରାଜ୍ୟସଭାରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି । ରାଜ୍ୟସଭାରେ ବିଜେଡ଼ି ସଦସ୍ୟ ଅନୁଭବ…

ଭୁବନେଶ୍ୱରରେ ଡ଼ିସେମ୍ବର ୨୮ରୁ ଜାତୀୟ ‘ତୋଷାଳୀ କ୍ରାଫ୍ଟସ ମେଳା’

ଭୁବନେଶ୍ୱର: ତ୍ରୟୋଦଶ ‘ତୋଷାଳୀ ଜାତୀୟ କ୍ରାଫ୍ଟସ ମେଳା’ ଡ଼ିସେମ୍ବର ୨୮ ତାରିଖରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ରାଜଧାନୀର ଜନତା ମଇଦାନରେ ଅନୁଷ୍ଠିତ ହେବ । ଏହି ତ୍ରୟୋଦଶ ଜାତୀୟ କ୍ରାଫ୍ଟସ ମେଳାରେ ରାଜ୍ୟ ତଥା ରାଜ୍ୟ…