Latest Odisha News

BREAKING NEWS

ମହୁ ମାଛି ଆକ୍ରମଣରେ ୨୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ

କଳାହାଣ୍ଡି: ମହୁ ମାଛି ଆକ୍ରମଣରେ ୨୦ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଆହତ ହୋଇ ଥିବା ଜଣାପଡିଛି । ଏଭଳି ଖବର ଆସିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଉପକଣ୍ଠ ଦୁଆରଶୁଣି ଗ୍ରାମରୁ । ଏକ ଘରୋଇ ସ୍କୁଲରେ ହଠାତ୍ ଛାତ୍ର ଛାତ୍ରୀ ମାନଙ୍କୁ ମହୁ ମାଛି ଆକ୍ରମଣ କରି ଥିଲା । ଆଜି ବସନ୍ତ ପଞ୍ଚମୀ…

ଐତିହାସିକ ନିଷ୍ପତ୍ତି; କର୍ଣ୍ଣାଟକରେ ଲାଗୁ କଲା ସମ୍ମାନର ସହ ଇଚ୍ଛାମୃତ୍ୟୁ ଅଧିକାର

ବେଙ୍ଗାଲୁରୁ: ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର । ରାଜ୍ୟରେ ସମ୍ମାନର ସହିତ ଇଚ୍ଛାମୃତ୍ୟୁ ଅଧିକାରକୁ କାର୍ଯ୍ୟକାରୀ କରିଛନ୍ତି । ଏପରି କରିବାରେ ଦେଶର ପ୍ରଥମ ରାଜ୍ୟ ହୋଇଛି କର୍ଣ୍ଣାଟକ । ରିପୋର୍ଟ ଅନୁଯାୟୀ, ଜାନୁଆରୀ ୨୦୨୩ରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି…

ମା’ର ଗଳିତ ମୃତଦେହ ସହ ୧୦ ଦିନ କାଟିଲେ ୨ ଝିଅ

ହାଇଦ୍ରାବାଦ: ସହି ପାରିଲେନି ମା’ର ମୃତ୍ୟୁ । ଦୁଃଖରେ ଭାଙ୍ଗି ପଡିଲେ ଦୁଇ ଭଉଣୀ । ଜାଣି ପାରିଲେ ନାହିଁ କଣ କରିବେ କଣ ନାହିଁ । ଗଳିତ ମୃତଦେହ ସହ କଟିଲେ ୧୦ ଦିନ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦ ବୌଦ୍ଧନଗର ଅଞ୍ଚଳରେ । ମା’ର ମୃତ୍ୟୁ ପରେ ଦୁଃଖରେ ଭାଙ୍ଗିପଡ଼ି…

ରାମ୍ପରେ ଚାଲିବା ସମୟରେ କାନ୍ଦିଲେ ସୋନମ, ୟୁଜର୍ସ କହିଲେ-ଓଭରଆକ୍ଟିଂର ଦୋକାନ!

ଗୁରୁଗ୍ରାମ: ସୋନମ କପୁର ଗତ କିଛି ଦିନ ଧରି କୌଣସି ଫିଲ୍ମରେ ନଜର ଆସୁନାହାନ୍ତି ସତ ହେଲେ ସେ କୌଣସି ନା କୌଣସି କାରଣରୁ ଖବରର ଶିରୋନାମାରେ ରହିଛନ୍ତି । ସୋନମ କପୁରଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ରାମ୍ପରେ ଚାଲିବା ସମୟରେ ବହୁତ ଭାବପ୍ରବଣ ହୋଇ ପଡିଥିବା ଦେଖିବାକୁ ମିଳିଛି ।…

ଉଦିତଙ୍କ ଭିଡିଓ ଭାଇରାଲ ପରେ ଆଦିତ୍ୟଙ୍କୁ କରାଯାଉଛି ଟ୍ରୋଲ

ମୁମ୍ବାଇ: ଭାଇରାଲ ହେଉଛି ବଲିଉଡର ଜଣାଶୁଣା ଗାୟକ ଉଦିତ ନାରାୟଣଙ୍କ କିସିଙ୍ଗ ଭିଡିଓ । ଏକ ଶୋ’ ସମୟରେ ଜଣେ ଫ୍ୟାନ୍ସଙ୍କୁ କିସ୍ କରିବାକୁ ନେଇ ଏବେ ଚର୍ଚ୍ଚାରେ ଉଦିତ୍ । କିନ୍ତୁ ବାପାଙ୍କ ଏଭଳି କାମ ପାଇଁ ଏବେ ଟ୍ରୋଲର ଶିକାର ହେଉଛନ୍ତି ପୁଅ ଆଦିତ୍ୟ ନାରାୟଣ । ଏଥିସହ କୁହାଯାଉଛି ଯେ…

ବିଶ୍ବବିଦ୍ୟାଳୟର ରେଟିଂ ବଢାଇବାକୁ ଲାଞ୍ଚ ଅଭିଯୋଗ; ୧୦ ଜଣଙ୍କୁ ଗିରଫ କଲା ସିବିଆଇ

ସମ୍ବଲପୁର: ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ୍‌ କାଉନସିଲ୍‌ (ଏନଏଏସି) ରେଟିଂ ଲାଞ୍ଚ ମାମଲାରେ ୧୦ ଜଣଙ୍କୁ ଗିରଫ କରିଛି ସିବିଆଇ । ଆନ୍ଧ୍ରର ଏକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବାକୁ କହି ଲାଞ୍ଚ ଅଭିଯୋଗରେ ଗିରଫ କରିଛି ସିବିଆଇ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସମ୍ବଲପୁରର ଜଣେ…

ଫେବ୍ରୁଆରୀ ୮ରେ ୪ର୍ଥ ପର୍ଯ୍ୟାୟ ସୁଭଦ୍ରା

ଭୁବନେଶ୍ଵର: ବଡ ଖବର । ଫେବ୍ରୁଆରୀ ୮ରେ ମିଳିବ ପ୍ରଥମ କିସ୍ତି ୪ର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଯାଜପୁରରେ ‘ସୁଭଦ୍ରା’ ଟଙ୍କା ବଣ୍ଟନ କାର୍ଯ୍ୟକ୍ରମ କରାଯିବ । ଏହାର ଏକ ମାସ ପରେ ଅର୍ଥାତ୍ ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରାର ଦ୍ଵିତୀୟ କିସ୍ତି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ…

ଖାଇବାକୁ ଦେବାରେ ବିଳମ୍ବ କରିବାରୁ ୱେଟରଙ୍କୁ ମାଡ଼ !

ଭୁବନେଶ୍ଵର: ଖାଇବାକୁ ଦେବାରେ ବିଳମ୍ବ ହେବାରୁ ହୋଟେଲ ଓ୍ବେଟରଙ୍କୁ ନିର୍ଦ୍ଧୁମ ଛେଚିଲେ ୨ ଯୁବକ । ଭରତପୁର ଥାନା ଘାଟିକିଆ ନାକା ଗେଟ ନିକଟ ହୋଟେଲରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି। ଏନେଇ ଥାନାରେ ଅଭିଯୋଗ କରିଥିଲେ ହୋଟେଲ ମାଲିକ । ପୋଲିସ ହୋଟେଲରେ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ…

କୁମ୍ଭମେଳା ହେଲା ଶେଷ ଯାତ୍ରା: ଓଲଟିଲା ବସ୍, ୭ ମୃତ

ନାସିକ: କୁମ୍ଭମେଳା ହେଲା ଶେଷ ଯାତ୍ରା । କୁମ୍ଭମେଳାରେ ସ୍ନାନ ସାରି ଫେରିବା ବେଳେ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଲିଗଲା ୭ ଜଣଙ୍କ ଜୀବନ । ଗୁଜୁରାଟର ଡାଙ୍ଗ ଜିଲ୍ଲା ଅନ୍ତର୍ଗତ ସାପୁତାରାଠାରେ ଘଟିଛି ଦୁର୍ଘଟଣା । ଭାରସ୍ୟାମ ହରାଇ ୨୦୦ ଫୁଟ୍ ଘାଇକୁ ଓଲଟିଲା ଯାତ୍ରୀବାହି ବସ୍ ।…

ଏଟିଏମ୍‌ କାର୍ଡ ବଦଳାଇ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଉଠାଇ ନେଲେ ଦୁର୍ବୃତ୍ତ

ଗଞ୍ଜାମ: ଏଟିଏମ୍‌ କାର୍ଡକୁ କୌଶଳକ୍ରମେ ବଦଳାଇ ୫ ଲକ୍ଷ ୨୭ ହଜାର ଟଙ୍କା ଉଠାଇ ନେଲେ ଦୁର୍ବୁତ୍ତ । ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବୋମକେଇ ଗ୍ରାମରୁ । ଅଭିଯୋଗକାରୀ ଦିଲୀପ ପ୍ରଧାନଙ୍କ ଷ୍ଟେଟବ୍ୟାଙ୍କ ଏଟିଏମ୍‌ କାର୍ଡକୁ କୌଶଳକ୍ରମେ ବଦଳାଇ କେହି ଦୁର୍ବୃତ୍ତ ତାଙ୍କ…