Latest Odisha News

BREAKING NEWS

କେ ସୁରେଶ ନୁହେଁ, ଭର୍ତ୍ତୃହରି କାହିଁକି କାମଚଳା ବାଚସ୍ପତି, କଂଗ୍ରେସକୁ ଜବାବ ଦେଲେ କିରଣ ରିଜଜୁ

ନୂଆଦିଲ୍ଲୀ: କେ. ସୁରେଶଙ୍କ ଭଳି ବରିଷ୍ଠ ସାଂସଦ ରହିଥିବା ବେଳେ କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରି ମହତାବ କାହିଁକି ନିଯୁକ୍ତ ହେଲେ କଂଗ୍ରେସ ଏପରି ପ୍ରଶ୍ନ କରି ଏନଡିଏ ସରକାରକୁ ପ୍ରଶ୍ନ କରିଛି। ଏହାର ଏବେ ଜବାବ ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ। ସେ କହିଛନ୍ତି,…

ନିର୍ବାଚନ ପରେ ଟମାଟୋ ଦର ବୃଦ୍ଧି: ଅନେକ ରାଜ୍ୟରେ ୫୦ରୁ ଅଧିକ, ଗୋଟିଏ ସ୍ଥାନରେ ଶତକ ପାର୍

ନୂଆଦିଲ୍ଲୀ: ନିର୍ବାଚନ ସରିବା ପରେ ପରିବା ଦର ହୁ ହୁ ହୋଇ ବଢ଼ି ଚାଲିଛି। ରାଜ୍ୟ ହେଉ ଅବା କେନ୍ଦ୍ରରେ ନୂଆ ସରକାର ଆସିବା ପରେ ଅନେକ ନେତା ଯେପରି ମନ୍ତ୍ରୀ ହେଲା ପରେ ଭାଉ ବଢିଛି। ସେହିପରି ଯେଉଁ ସମୟରେ ପରିବା ଦର କମ୍ ହେବା କଥା ସେହି ସମୟରେ ଦର ବୃଦ୍ଧି ଚିନ୍ତାର କାରଣ ପାଲଟିଛି। ଏହି…

ରାଜ୍ୟସଭାରେ ଗୃହର ନେତା ହୋଇପାରନ୍ତି ଜେପି ନଡ୍ଡା

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଖୁବଶୀଘ୍ର ନୂଆ ସରକାରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ। ମିଳିଥିବା ସୂଚନା ଅନୁଯାୟୀ, ଜେପି ନଡ୍ଡାଙ୍କୁ ରାଜ୍ୟସଭାରେ ଗୃହ ନେତା କରାଯାଇପାରେ। ବର୍ତ୍ତମାନ ଜେପି ନଡ୍ଡା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା…

ହାଇକୋର୍ଟ ଗଲେ ବିଜେପି ନେତା ଦିଲ୍ଲୀପ ରାୟ

କଟକ: ହାଇକୋର୍ଟ ଗଲେ ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ । ରାଉରକେଲା ବିଜେଡି ବିଧାୟକ ଶାରଦା ପ୍ରସାଦ ନାୟକଙ୍କ ବିରୋଧରେ ଦାୟର କଲେ ନିର୍ବାଚନୀ ମାମଲା । ଶାରଦାଙ୍କ ବିଧାୟକ ପଦ ଅସିଦ୍ଧ ଘୋଷଣା କରିବାକୁ ଦିଲ୍ଲୀପ କୋର୍ଟରେ ଦାବି କରିଛନ୍ତି । ଶାରଦା ନିଜ ନାମାଙ୍କନ ପତ୍ରରେ ଭୁଲ୍ ଓ…

ଝାରସୁଗୁଡ଼ାର ୧୩ଟି ମତଦାନ କେନ୍ଦ୍ରର ଭୋଟ୍ ଯାଞ୍ଚ ହେବ, ଦୀପାଳିଙ୍କ ଆବେଦନ ଗ୍ରହଣ କଲେ ଇସି

ଭୁବନେଶ୍ୱର: ଝାରସୁଗୁଡାର ବିଧାନସଭା ଅଧୀନରେ ହୋଇଥିବା ଭୋଟିଂ ମେସିନର ପୁନଃ ଯାଂଚ ହେବ। ଝାରସୁଗୁଡ଼ାର ବିଜେଡି ବିଧାୟକ ପ୍ରାର୍ଥୀ ଦୀପାଲି ଦାସ ଏ ନେଇ କରିଥିବା ଆବେଦନକୁ ନିର୍ବାଚନ କମିଶନ ଗ୍ରହଣ କରିଛନ୍ତି। ଝାରସୁଗୁଡ଼ାରୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୧୩୩୩ ଖଣ୍ଡ…

କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରୀଙ୍କ ନିଯୁକ୍ତିକୁ ନେଇ କଂଗ୍ରେସର ବିରୋଧ

ନୂଆଦିଲ୍ଲୀ: ବିଜେପି ସାଂସଦ ଭର୍ତ୍ତୁହରି ମହତାବଙ୍କୁ ଲୋକସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତ କରାଯାଇଛି । ଏହି ନିଯୁକ୍ତି କୁ ନେଇ ଏବେ ଆରମ୍ଭ ହୋଇଯାଇଛି ରାଜନୀତି । କଂଗ୍ରେସ ଦଳର ବରିଷ୍ଠ ନେତା ଜୟରାମ ରମେଶ ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହା ସଂସଦର ପରମ୍ପରା…

୨୪ ଜିଲ୍ଲାକୁ ଛୁଇଁଲା ମୌସୁମୀ, ଭୁବନେଶ୍ୱରରେ ପ୍ରବଳ ବର୍ଷା

ଭୁବନେଶ୍ବର: ବଦଳିଲା ପାଣିପାଗର ମିଜାଜ । ଅସହ୍ୟ ଗରମ, ଗୁଳୁଗୁଳିରୁ ମିଳିଲା ତ୍ରାହି । ରାଜଧାନୀରେ ପ୍ରବଳ ବର୍ଷା । ମୌସୁମୀ ବର୍ଷାରେ ଭିଜିଲା ରାଜଧାନୀ । ରାଜଧାନୀ ଭୁବନେଶ୍ବରରେ ଆଜି ସକାଳୁ ପାଗ କୋହଲା ରହିଥିବାବେଳେ ଅପରାହ୍ନରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ଓ ପବନ ହୋଇଛି। ଘଣ୍ଟାପ୍ରତି…

ପିସିସି ସଭାପତିଙ୍କୁ କାଳିମାଡ଼ ପଛରେ କିଏ?

ଭୁବନେଶ୍ବର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ଚାମ୍ବରରେ ବସିଥିବା ବେଳେ ଶରତଙ୍କ ଉପରକୁ ଅସନ୍ତୁଷ୍ଟ ଗୋଷ୍ଠୀ କାଳିମାଡ଼ କରିଥିବା କୁହାଯାଉଛି । କାଳିମାଡ ସାଙ୍ଗକୁ ନାରାବାଜି ବି କରିଛନ୍ତି କିଛି ଯୁବକ । ତେବେ କଂଗ୍ରେସ ପକ୍ଷରୁ ନିଟ୍ ପ୍ରଶ୍ନପତ୍ର ଲିକ୍…

ନିର୍ବାଚନ ପରେ ଚାଲିବ ତ ରାଜନୈତିକ ଦଳର ସୋସିଆଲ୍ ମିଡିଆ ?

ଭୁବନେଶ୍ବର: ଖବର ହେଉ କି ନିର୍ବାଚନ ପ୍ରଚାର, ମୋବାଇଲ୍ ଫୋନରେ ମାତ୍ର ଗୋଟିଏ କ୍ଲିକ ଦୂର। ଓଡିଶାରେ ଟିଭି ଚ୍ୟାନେଲ୍ ବିଭିନ୍ନ  ରାଜନୈତିକ ଦଳର ଏଜେଣ୍ଡାକୁ ନେଇ ଖବର ପ୍ରସାରଣ କରୁଥିବା ଅଭିଯୋଗ ହେବା ପରେ ସୋସିଆଲ୍ ମିଡିଆର ଲୋକପ୍ରିୟତା ବଢିଥିଲା। ୟୁଟ୍ୟୁବ୍ ହେଉ କି ଫେସବୁକ୍, ଖବରର ଭିନ୍ନ…

ଆଉ ୩ ବର୍ଷ ବୃଦ୍ଧି ହେବ ଭାରତୀୟ ହକିର ସ୍ପନସରସିପ୍

ଭୁବନେଶ୍ବର: ହକି ପାଇଁ ଓଡ଼ିଶାକୁ ବିଶ୍ଵରେ ଗୋଟିଏ ଅଲଗା ପରିଚୟ ମିଳିଛି। ଭାରତୀୟ ହକି ଦଳର ବିକାଶରେ ଓଡ଼ିଶାର ପ୍ରଶଂସନୀୟ ଅବଦାନ ରହିଛି ବୋଲି ରାଜ୍ୟ ଅତିଥି ଭବନ ଠାରେ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ମହାସଚିବ ଶ୍ରୀ ଭୋଳାନାଥ ସିଂଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି…