Latest Odisha News

BREAKING NEWS

ଶ୍ରୀ ସେତୁ, ବାଶେଳୀ ସାହି ଧର୍ମଶାଳା ଓ ସମଙ୍ଗ ପାର୍କିଂ କାମର ସମୀକ୍ଷା କଲେ 5T ସଚିବ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବ୍ୟକ୍ତିଗତ ସଚିବ (5T) ଭି.କେ. ପାଣ୍ଡିଆନ ଆଜି ପୁରୀ ଯାଇ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ର ଅଗ୍ରଗତି ସମୀକ୍ଷା କରିଛନ୍ତି । ପ୍ରଥମେ ପାଣ୍ଡିଆନ ଶ୍ରୀ ସେତୁ ପ୍ରକଳ୍ପ ଅଗ୍ରଗତି ବୁଲି ଦେଖିଥିଲେ । କାର୍ଯ୍ୟର ଅଗ୍ରଗତିରେ ସେ ସନ୍ତୋଷ…

‘ବିରୋଧୀ ଦଳ’ ଯେତେ ବିରୋଧ କରିବେ, ସେତେ ଫସିବେ !

ଭୁବନେଶ୍ୱର: ଗୋଟିଏ ପଟେ ବିରୋଧୀ ଏକାଠି ହେଉଛନ୍ତି। ଆଉ ଗୋଟିଏ ପଟେ ସିବିଆଇ ଇଡିର ସଂଢୁଆସି ଆକ୍ରମଣ ଜୋରଦାର ହେଉଛି। ପ୍ରମୁଖ ବିରୋଧୀ ବୋଲି କୁହାଯାଉଥିବା କଂଗ୍ରେସର ନେତା ରାହୁଲ ଗାନ୍ଧୀଙ୍କ ଅବସ୍ଥାକୁ ନେଇ ସବୁଆଡେ ଚର୍ଚ୍ଚା। ଏଥିସହିତ ଅନ୍ୟ ପ୍ରମୁଖ ବିରୋଧି ମାନେ ହେଲେ ଆମ ଆଦମୀ ପାର୍ଟି,…

ଦିଲ୍ଲୀର କ୍ରମାଗତ ୫ମ ପରାଜୟ

ବାଙ୍ଗାଲୋର: ଏଠାରେ ଶନିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୩ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଦିଲ୍ଲୀର ଏହା କ୍ରମାଗତ ୫ମ ପରାଜୟ । ସମସ୍ତ ରଣନୀତି ଆପଣାଉଥିଲେ ମଧ୍ୟ ଦଳ ବିଜୟ ଧାରାକୁ ଫେରିପାରିନି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର…

ରାହୁଲଙ୍କୁ ଘରୁ କାଢ଼ିଦେଲେ !

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ଭାଗ୍ୟ ଏବେ ଫିଟୁଥିବା କୁହାଯାଉଛି। ସୁରଟ କୋର୍ଟଙ୍କ ଦଣ୍ଡବିଧାନ ରାହୁଲଙ୍କ ଭାଗ୍ୟ ଫିଟାଇ ଦେଲା ବୋଲି ଆଲୋଚନା ହେଉଛି। ରାହୁଲଙ୍କୁ ଦଣ୍ଡାଦେଶ ପରେ ପରେ ତାଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ କରାଯିବା ତାଙ୍କ ପାଇଁ ସୋନେ ପେ ସୁହାଗା ଭଳି ହୋଇଥିବା କୁହାଯାଉଛି।…

ସାମାନ୍ୟ କମିଲା ତାତି, ୪୨.୫ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର: ଆଜି ରାଜ୍ୟରେ ତାତି ସାମାନ୍ୟ କମିଛି । ୨୨ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ବୌଦ୍ଧରେ ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ କରାଯାଇଛି । ଗତକାଲି ତୁଳନାରେ ରାଜ୍ୟର ଅନେକ ସ୍ଥାନରେ ଆଜି ତାପମାତ୍ରା ହ୍ରାସ ପାଇଛି । ୧୯ ତାରିଖ ଯାଏ ଘଡ଼ଘଡ଼ି…

‘କର୍ଣ୍ଣାଟକରେ ରାହୁଲ’ ଯେଉଁ କୋଲାର ପାଇଁ ଭୋଗୁଛନ୍ତି, ସେଇ କୋଲାରରେ କରିବେ ପ୍ରଚାର

ଭୁବନେଶ୍ୱର: କର୍ଣ୍ଣାଟକରେ ଆର ପାରର ଲଢେଇ। ବିଜେପି କଂଗ୍ରେସ ମୁହାଁମୁହିଁ। ଉଭୟ ଦଳ ପାଇଁ କର୍ଣ୍ଣାଟକ ନିର୍ବାଚନ କେବଳ କର୍ଣ୍ଣାଟକ ନୁହେଁ ସାରା ଦେଶରେ ବେଶ ଗୁରୁତ୍ୱ ବହନ କରୁଛି। ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ପ୍ରସଙ୍ଗ ପରେ ସବୁ ବିରୋଧୀ ଏକ ହୋଇଛନ୍ତି। ତେଣୁ କର୍ଣ୍ଣାଟକରେ…

ନୂଆ ସିରିଏଲ ‘ତିତିଲି’ରେ ମୁଖ୍ୟ ଭୂମିକାରେ ନଜର ଆସିବେ ନେହା ସୋଲାଙ୍କି

ମୁମ୍ବାଇ: ସିରିଏଲ ‘ଅନୁପମା', ‘ୟେ ରିସ୍ତା କୟା କେହଲତା ହୈ' ଏବଂ ‘ଇମଲି' ପରେ ଷ୍ଟାର୍ ପ୍ଲସ୍‌ରେ ଏବେ ଆଉ ଏକ ନୂଆ ସିରିଏଲ ‘ତିତିଲି’ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଇଛି । ଏଥିରେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ନେହା ସୋଲାଙ୍କି ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ସିରିଏଲ ଏକ ପ୍ରେମ…

୨ଟି ଫୁଲମାଳରେ ସମ୍ବିଧାନକୁ ସାକ୍ଷୀ ରଖି ବାହା ହେଲା ୬ ଯୋଡ଼ା ବର, କନ୍ୟା

ବରଗଡ଼: ହୋମ ଯଜ୍ଞକୁ ସାକ୍ଷୀ ରଖି ବାହାଘର ହୁଏ, ୭ ଘେରା ବୁଲନ୍ତି ନବ ଦମ୍ପତି । ହେଲେ ଏଠି କେବଳ ଦୁଇଟି ଫୁଲମାଳ ଓ ସମ୍ବିଧାନକୁ ସାକ୍ଷୀ ରଖି ବାହାଘର ଚାଲିଛି । ସମ୍ବିଧାନକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ୬ ଯୋଡ଼ା ବର, କନ୍ୟା । ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ…

ଶ୍ରମମନ୍ତ୍ରୀଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ମାମଲା, ଗୃହ ରାଷ୍ଟ୍ରମନ୍ତ୍ରୀ କହିଲେ; ଯିଏ ଦୋଷୀ, ସେ ଦଣ୍ଡ ପାଇବ

ଭୁବନେଶ୍ୱର : ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଜଣେ ମହିଳା ଆଣିଥିବା ଯୌନ ନିର୍ଯାତନା ପ୍ରସଙ୍ଗରେ ଶନିବାର ପ୍ରତିକ୍ରିୟା ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ମହିଳା ଥାନାରେ ଅଭିଯୋଗ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ଗୃହମନ୍ତ୍ରୀ…

ଚମ୍ବଲ ନଦୀ କୂଳରେ ନିର୍ମିତ ହୋଇଛି ଅଦୃଶ୍ୟ ପ୍ରତିମୂର୍ତ୍ତି : ଦେଖିବାକୁ ଲୋକଙ୍କ ଭିଡ଼

ରାଜସ୍ଥାନ: ହିନ୍ଦୀ ଫିଲ୍ମ ମିଷ୍ଟର ଇଣ୍ଡିଆ ଫିଲ୍ମରେ ଅଭିନେତା ଅନୀଲ କପୁର ଏକ ଘଡ଼ି ପିନ୍ଧିବା ପରେ ଅଦୃଶ୍ୟ ହୋଇଯିବା ସମସ୍ତେ ଦେଖିଥିବେ । ଏବେ ରାଜସ୍ଥାନର ଚମ୍ବଲ ନଦୀ କୂଳରେ ଏକ ଅଦୃଶ୍ୟ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି, ଯାହାକୁ ଲୋକେ ମିଷ୍ଟର ଇଣ୍ଡିଆ ବୋଲି କହୁଛନ୍ତି ।…