Latest Odisha News

BREAKING NEWS

ଲଗାଣ ବର୍ଷାରେ ଫୁଲୁଛି ଜଳକା: ବିପଦ ସଂକେତ ଉପରେ ଜଳସ୍ତର, ଭୟଭୀତ ନଦୀକୂଳିଆ ଲୋକ

ଜଳେଶ୍ୱର : ଲଗାଣ ବର୍ଷା ଯୋଗୁଁ ଫୁଲୁଛି ଜଳକା। ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ନଦୀର ମଥାନୀ ଠାରେ ବିପଦ ସଂକେତ ୫.୫୦ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୬.୪୨ ମିଟରରେ ପ୍ରବାହିତ ହେଉଛି । ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର…

କବିତା : ମର୍ତ୍ତ୍ୟ

ରାମକୃଷ୍ଣ  କେଉଁଠି ସେ ପକ୍ଷୀର ବସା ମରୁନଦୀର ଶୁଖିଲା ମୁହାଣରେ ନା ଆଗ୍ନେୟଗିରି ଗର୍ଭର ବିପୁଳ ଶୂନ୍ୟସ୍ଥାନରେ ଧୂ ଧୂ ଖରା ଓ ଝଡ଼ ବର୍ଷାର ରାତିରେ ଭୟର ଅରଣ୍ୟ ପାରି ହେବା ବାଘ ପିଠିରେ ମୈଥୁନର ଚିତ୍ର ଆଙ୍କିବା ନିଜକୁ ଚିହ୍ନିବାର କେବଳ ଗୋଟେ ଗୋଟେ ସଙ୍କେତ ଠିକ୍ ବେଳରେ…

ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ : ଆଜି ହେବ ମୋଦି ବାଇଡେନ ଦ୍ବିପାକ୍ଷିକ ଆଲୋଚନା

ଦିଲ୍ଲୀ : ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ  । ଏ ନେଇ  ଆଜି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଆମେରିକାରୁ ସେ ନିଜ ବିମାନରେ ବାହାରି ସାରିଛନ୍ତି । ଆଜି ସନ୍ଧ୍ୟା ୭ଟା ବେଳେ ସେ ଦିଲ୍ଲୀରେ ପହଞ୍ଚିବେ । ବାଇଡେନଙ୍କୁ ସ୍ବାଗତ ପାଇଁ ବିରାଟ…

ଭାଷା ଭାଗବତ : ପାଠ ସଂପାଦନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲିଖିତ ପାଠ ସଂପାଦନ ପୂର୍ବରୁ କରିଲେ ମୁଦ୍ରଣ ତହିଁର ବହୁବିଧ ତ୍ରୁଟି ପୃଷ୍ଠାରେ ଦିଶଇ ଉକୁଟି ତ୍ରୁଟି-ପୂରିତ ଛାପା ପାଠ ପହଂଚେ ପାଠକ ନିକଟ ଏପରି ତ୍ରୁଟିର ପ୍ରସାର ଭାଷା ପାଇଁ ଅହିତକର କରିଲେ ଆତ୍ମସଂଶୋଧନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମଙ୍ଗଳ ଆଳତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ନୀତି ଭିତରେ ସର୍ବ ପ୍ରଥମ ନୀତି ଦ୍ୱାରଫିଟା ସମ୍ପନ୍ନ ହେବା ପରେ ପରେ ଯେଉଁ ଆଳତି ହୋଇଥାଏ। ତାହାକୁ "ମଙ୍ଗଳ ଆଳତି "କହନ୍ତି। ସୂର୍ଯ୍ୟ ଉଦୟ ପୂର୍ବରୁ…

ବିଶ୍ୱକପକୁ ନେଇ ଚର୍ଚ୍ଚା ବଢ଼ାଇଲା ଯୁବରାଜଙ୍କ ଚିନ୍ତା: ସେହୱାଗ୍ ଓ ସୌରଭ ଗାଙ୍ଗୁଲି କଲେ ଆଲୋଚନା

ଭୁବନେଶ୍ୱର: ଭାରତୀୟ କ୍ରିକେଟ୍ ଦଳ ଏବେ ୨୦୨୩ ଏସିଆ କପରେ ବ୍ୟସ୍ତ ଅଛି। ଏହି ଟୁର୍ଣ୍ଣାମେଣ୍ଟ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ପରେ ଟିମ୍ ଇଣ୍ଡିଆକୁ ଦିନିକିଆ ବିଶ୍ୱକପ୍ ଖେଳିବାକୁ ପଡ଼ିବ, ଯାହାକୁ ନେଇ ଟିମ୍ ଇଣ୍ଡିଆର ଘୋଷଣା ମଧ୍ୟ ହୋଇସାରିଛି। ବିଶ୍ବକପକୁ ଆଉ ମାତ୍ର…

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟ ସନ୍ଧ୍ୟା: ଭାରତନାଟ୍ୟମ ନୃତ୍ୟରେ ଦର୍ଶକ ବିମୋହିତ

ଭୁବନେଶ୍ୱର: ସୃଜନ ଦ୍ୱାରା ଆୟୋଜିତ ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଗୁରୁବାର ଥିଲା ତୃତୀୟ ସନ୍ଧ୍ୟା । ଏହି ସନ୍ଧ୍ୟାରେ ସ୍ମରଣୀୟ ତଥା ସୌନ୍ଦର୍ଯ୍ୟପୂର୍ଣ୍ଣ ଭାବେ ନୃତ୍ୟ ଏବଂ ସଙ୍ଗୀତ ଉପସ୍ଥାପନା କରାଯାଇଥିଲା । ଏହା ପି. ପରବିନ କୁମାରଙ୍କ ଦ୍ୱାରା ଭରତନାଟ୍ୟମ୍…

ମୁକ୍ତା ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ୧୧୫ ପୌରସଂସ୍ଥାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧିନରେ ପ୍ରତିଷ୍ଠା ହୋଇଥିବା ୫ହଜାରରୁ ଅଧିକ ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ଶାରଦା ପ୍ରସାଦ ପଣ୍ଡା ଏହି ମର୍ମରେ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ପୁରସ୍କାର ଉପରେ ରାଜ୍ୟ ଓ ଜିଲ୍ଲା ସ୍ତରରେ ଆଲୋଚନା

ଭୁବନେଶ୍ୱର: ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ର ପ୍ରଥମ ଜିଲ୍ଲାସ୍ତରୀୟ କମିଟି ବୈଠକ ଶେଷ ହୋଇଛି । ଗତ ୩୧ ତାରିଖଠୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରେ ଆୟୋଜିତ ହୋଇଥିବା ବୈଠକରେ  ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ବିଭିନ୍ନ ପୁରସ୍କାର ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ।…

ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ମହେନ୍ଦ୍ର ବଢ଼େଇଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ମହେନ୍ଦ୍ର ବଢ଼େଇଙ୍କ ପରଲୋକ ହୋଇଛି। ଦୁଇ ଦିନ ତଳେ ତାଙ୍କୁ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି କିନ୍ତୁ ସଂଧ୍ଯାରେ ତାଙ୍କର ରାଜଧାନୀ ସ୍ଥିତ କେୟାର ହସ୍ପିଟାଲରେ ପରଲୋକ ଘଟିଛି। ରାଜନୀତିରେ ପାଦ ଥାପିବା ପୂର୍ବରୁ…