Latest Odisha News

BREAKING NEWS

ମାଧୁରୀ, ବିଦ୍ୟା, ନୀନାଙ୍କୁ ନେଇ ଫିଲ୍ମ କରିବେ କରନ

ମୁମ୍ବାଇ: ବଲିଉଡରେ ରିମେକର ଟ୍ରେଣ୍ଡ ଚାଲିଛି । ପ୍ରତିଷ୍ଠିତ ଫିଲ୍ମ ମେକର ମାଧୁରୀ ଦୀକ୍ଷିତ, ବିଦ୍ୟା ବାଲାନ ଓ ନୀନା ଗୁପ୍ତାଙ୍କୁ ନେଇ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ଏହା ମରାଠା ଫିଲ୍ମ ଝିମ୍ମାର ରିମେକ ହେବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଫିଲ୍ମର କନସେପ୍ଟ ତାଙ୍କୁ ପସନ୍ଦ ଆସିବାରୁ…

ପୋଖରି ଖୋଳାକୁ ନେଇ ବିବାଦ, ପିଟି ପିଟି ଯୁବକଙ୍କୁ ମାରିଦେଲେ

ସୁବର୍ଣ୍ଣପୁର: ଜମିବାଡ଼ି ବିବାଦରୁ ଗଡ଼ିଲା ମୁଣ୍ଡ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା କମିରା ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ସରକାରୀ ଜମିରେ ପୋଖରି ଖୋଳାକୁ ନେଇ ଦୁଇ ପରିବାର ମଧ୍ୟରେ ଉପୁଜି ଥିବା ବିବାଦ ପାଇଁ ମୁଣ୍ଡ ଗଡ଼ିଛି । ଠେଙ୍ଗା ମାଡ଼ ପରେ କାଠ ଗଣ୍ଡିରେ ଛେଚି ଜଣଙ୍କୁ…

ପାକିସ୍ତାନ ଦେବାଳିଆ ହୋଇଗଲା ବୋଲି କହିଲେ ଶରିଫଙ୍କ ମନ୍ତ୍ରୀ

ଇସଲାମାବାଦ: ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛି ପାକିସ୍ତାନ । ଦେଶର ଅବସ୍ଥା ଏତେ ବିଗିଡ଼ି ଯାଇଛି ଯେ ପାକିସ୍ତାନ ଦେବାଳିଆ ସ୍ଥିତିରେ । ଅହେତୁକ ଦରଦାମ ବୃଦ୍ଧି ଦେଶର ଲୋକଙ୍କୁ ଖଣ୍ଡିଏ ରୁଟି କିଣିବାକୁ କନ୍ଦାଇ ଦେଉଛି । ଆଉ ଏହାରି ଭିତରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ…

କେବଳ ନଡ଼ିଆ ପାଣି ପିଇ ବି ନିରୋଗ

ଶରୀରକୁ ସୁସ୍ଥ ରଖିବାକୁ ହେଲେ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ଅଛି । ଏକଥା ଆମେ ସମସ୍ତେ ଜାଣନ୍ତି । ଡ଼ାକ୍ତରମାନେ ମଧ୍ୟ ସମାନ ମତ ରଖନ୍ତି । ହେଲେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ୨୪ ବର୍ଷ ହେଲା କୌଣସି ଖାଦ୍ୟ ନ ଖାଇ ସୁସ୍ଥ ଓ ନିରୋଗ ଅଛନ୍ତି । ଖାଦ୍ୟ କହିଲେ ସେ କେବଳ ନଡ଼ିଆ ପାଣି ଓ…

ବିଗ୍ ବସ୍ ଜିତିବା ପରେ ଷ୍ଟାନଙ୍କ ବଢ଼ିଲା ଚାହିଦା, ଶାହାରୁଖଙ୍କ ରେକର୍ଡକୁ ବି ଭାଙ୍ଗିଲେ

ମୁମ୍ବାଇ: ରିୟଲିଟି ସୋ’ ବିଗ୍‌ବସ ସିଜିନ୍ ୧୬ର ବିଜେତା ହେବା ପରେ ଏମ୍‌ସି ଷ୍ଟାନ ଓରଫ ଅଲତାଫ ଶେଖ୍‌ଙ୍କ ଚାହିଦା ବଢିବାରେ ଲାଗିଛି । ବିଗ୍ ବସ୍‌ରେ ବେଶୀ ସକ୍ରିୟ ନ ରହି ବି ଷ୍ଟାନ୍ ବିଜୟୀ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଇନଷ୍ଟାଗ୍ରାମରେ ଥିବା ତାଙ୍କର ୭୦ଲକ୍ଷ ଫଲୋୱର୍ସଙ୍କ…

ଅଷ୍ଟ୍ରେଲିଆ ୬୨ ରନରେ ଅଗ୍ରଣୀ, ଅକ୍ଷର ବଂଚାଇଲେ ସମ୍ମାନ

ନୂଆଦିଲ୍ଲୀ: ଏଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ତାର ସ୍ଥିତି ମଜଭୁତ କରିଛି । ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଦଳ ଭାରତଠାରୁ ୬୨ ରନର ଅଗ୍ରଣୀ ହାସଲ କରିନେଇଛି । ଷ୍ଟମ୍ପସ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ୧ ୱିକେଟ ବିନିମୟରେ ୬୨ ରନ…

ବନ୍ୟାବେଳେ ଯାହା ଦେଇଥିଲା ତୁର୍କୀ, ଭୂକମ୍ପ ସହାୟତା ନାଁରେ ତାହା ଫେରାଇଲା ପାକିସ୍ତାନ

ଇସଲାମବାଦ:ଗତବର୍ଷ ବନ୍ୟାରେ ପାକିସ୍ତାନକୁ ସହାୟତା ଦେଇଥିଲା ତୁର୍କୀ । ଏବେ ସେହି ସହାୟତା ସାମଗ୍ରୀକୁ ସହାୟତା ଭାବେ ଫେରାଇଛି ପାକିସ୍ତାନ  । ଏକଥା ଆମେ କହୁନି, ନିଜେ ପାକିସ୍ତାନର ସାମ୍ବାଦିକମାନେ ଏପରି ସତ୍ୟକୁ ସାମ୍ନାକୁ ଆଣିଛନ୍ତି । ପାକିସ୍ତାନ ଏସବୁ ସାମଗ୍ରୀକୁ C-130 ବିମାନରେ …

ଫେବୃୟାରୀ ୨୨ରେ ହେବ ଦିଲ୍ଲୀ ମେୟର ନିର୍ବାଚନ

ନୂଆଦିଲ୍ଲୀ: ଯଦି ସବୁ କିଛି ଠିକ ଠାକ ରୁହେ ତାହାହେଲେ ଫେବୃୟାରୀ ୨୨ରେ ହେବ ଦିଲ୍ଲୀ ଏମସିଡି ମେୟର ନିର୍ବାଚନ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏ ନେଇ ବିଧିବଦ୍ଧ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ପତ୍ର ଲେଖାଇ ଜଣାଇଥିଲେ । ଉପ ରାଜ୍ୟପାଳ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଫେବୃୟାରୀ…

‘ପୁଷ୍ପା ୨’ର ଆଇଟମ୍ ଗୀତ କରିବାକୁ ରୋକଠୋକ୍ ମନା କଲେ ସାମନ୍ଥା

ମୁମ୍ବାଇ: ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ‘ପୁଷ୍ପା’ ଫିଲ୍ମର ‘ଉଃ ଅଣ୍ଟବା’ ଗୀତ ହିଟ୍ ହୋଇଥିଲା । ଏହି ଗୀତକୁ ଲୋକେ ଅଧିକମାତ୍ରାରେ ପସନ୍ଦ କରିଥିଲେ । ଏଥିରେ ସାମନ୍ଥା ରୁଥ୍ ପ୍ରଭୁଙ୍କ ଅଙ୍ଗଭଙ୍ଗୀ ଦର୍ଶକଙ୍କ ମନକୁ ବି ଛୁଇଁଥିଲା । ନିଜର ପ୍ରଥମ ଆଇଟମ୍ ଗୀତରେ ସାମନ୍ଥା ଏତେ…

ମହାଶିବରାତ୍ରିରେ ହିନ୍ଦୁ ଧର୍ମ ଗ୍ରହଣ କଲେ, ମନ୍ଦିର ଯାଇ ପୂଜାର୍ଚ୍ଚନା କଲେ ଶବନମ ଖାନ

ରାୟପୁର: ଆଜି ପବିତ୍ର ମହାଶିବରାତ୍ରି । ସାରା ଦେଶରେ ଶିବ ମନ୍ଦିରରେ ଭକ୍ତଙ୍କ ଲମ୍ବା ଧାଡି । ଏହି ଅବସରରେ ଛତିଶଗଡ ବାଲୋଦ ଜିଲ୍ଲାର ପାଣ୍ଡେପାରାରେ ରହୁଥିବା ଶବନମ ରାନୀ ନାମ୍ନୀ ଜଣେ ମହିଳା ମହାଦେବଙ୍କ ହିନ୍ଦୁ ଧର୍ମକୁ ସ୍ୱୀକାର କରିଛନ୍ତି । ସେ ନିଜ ନାଁ ବଦଳାଇ ରାନୀ ଗୌର କରିଛନ୍ତି ।…