Latest Odisha News

BREAKING NEWS

ଆସୁଛି ଲଘୁଚାପ : ରାଜ୍ୟରେ ଦୁଇ ଦିନ ପ୍ରବଳ ବର୍ଷିବ ! ଆଜି ପାଇଁ ୨୨ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଆସୁଛି ଲଘୁଚାପ  ।  ଆସନ୍ତାକାଲି ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ  ସୃଷ୍ଟି ହେବ । ୪୮ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୩ ଏବଂ ୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ବିଜୁଳି ଘଡ଼ିଘଡ଼ି ସହ ବର୍ଷା ପାଇଁ ୨୨…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମନ୍ତ୍ର ଉଚ୍ଚାରଣ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୂଜା ବିଧି ପାଳନର ମୂଖ୍ୟ ହେଲା ମନ୍ତ୍ର ଉଚ୍ଚାରଣ ଏ ବିଷୟରେ ଆମେ ସମ୍ୟକ ଆଲୋଚନା କଲେ । ସଠିକ ଉଚ୍ଚାରିତ ମନ୍ତ୍ରର ତିନୋଟି ଶକ୍ତି ବିଷୟରେ ମଧ୍ଯ ଜାଣିଲେ। ଜଣେ…

ସୌର ମିଶନ କାଉଣ୍ଟଡାଉନ୍ : ଆଜି ମହାକାଶକୁ ଯାତ୍ରା କରିବ ଆଦିତ୍ୟ ଏଲ୍-ୱାନ

ଦିଲ୍ଲୀ :  ଆଉ କିଛି ଘଣ୍ଟାର ଅପେକ୍ଷା ରହିଛି  । ଇତିହାସ ରଚିବ ଇସ୍ରୋ। ଚନ୍ଦ୍ର ଅଭିଯାନର ସଫଳତା ପରେ ଆଜି ଭାରତ ଆରମ୍ଭ କରିବ ସୂର୍ଯ୍ୟ ଅଭିଯାନ । ସୌର ଜଗତ ସକଳ ଶକ୍ତିର ଅନୁଧ୍ୟାନ ପାଇଁ ବାହାରିବ ଆଦିତ୍ୟ ଏଲ୍-୧। ସୂର୍ଯ୍ୟ ଅଭିମୁଖେ ବାହାରିବ ଇସ୍ରୋର ଯାନ। ଲଞ୍ଚପ୍ୟାଡରେ ପ୍ରସ୍ତୁତ ରହିଛି…

ସଂସଦର ସ୍ବତନ୍ତ୍ର ଅଧିବେଶନରେ ଆସିବ ମହିଳା ସଂରକ୍ଷଣ ବିଲ୍!

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୮-୨୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନ ପାଇଁ ସମ୍ଭାବ୍ୟ ଏଜେଣ୍ଡାକୁ ନେଇ ସବୁ କଳ୍ପନା ଜଳ୍ପନା ମଧ୍ୟରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲକୁ ଆଗତ କରାଯିବ ବୋଲି ଅନ୍ୟତମ ସମ୍ଭାବନା ଭାବେ ବିବେଚନା କରାଯାଉଛି। ତେବେ ଏହି ଅଧିବେଶନରେ କେଉଁ…

ଜେଟ ଏୟାରଓ୍ବେଜର ପ୍ରତିଷ୍ଠାତା ନରେଶ ଗୋୟଲ ମନି ଲଣ୍ଡରିଂ ମାମଲାରେ ଗିରଫ

ନୂଆଦିଲ୍ଲୀ: ୫୩୯ କୋଟି ଟଙ୍କାର କାନାରା ବ୍ୟାଙ୍କ ଋଣ ଠକେଇ ମାମଲାରେ ଜେଟ୍ ଏୟାରଓ୍ବେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଶୁକ୍ରବାର ରାତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। କାନାରା ବ୍ୟାଙ୍କର ଅଭିଯୋଗ ଆଧାରରେ ସିବିଆଇ ମାମଲା ରୁଜୁ କରିବା ପରେ ମେ' ୨୦୨୩ରୁ ଇଡି ଏହି…

କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟର ଥିବା ବିଭାଗରେ ଆଇଏଏସଙ୍କ ଅଦଳବଦଳ

ନୂଆଦିଲ୍ଲୀ: ସରକାର ବିଳମ୍ବିତ ରାତିରେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି, ଟେଲିକମ୍, ଖଣି, ସଂଖ୍ୟାଲଘୁ ବ୍ୟାପାର ଏବଂ ବେସାମରିକ ବିମାନ ଚଳାଚଳ ବିଭାଗର ନୂଆ ସଚିବଙ୍କ ସମେତ ୧୫ ଜଣ ସଚିବସ୍ତରୀୟ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଯେଉଁଥିରେ କିଛି କେନ୍ଦ୍ରୀୟ ଡେପୁଟେସନକୁ ଫେରିଥିବା ବେଳେ ଆଉ…

ରାଉରକେଲାରେ ଜୁଆ ଆଡ୍ଡାରେ ଚଢ଼ାଉ, ନଗଦ ଟଙ୍କା ସହ ଆଠ ଜଣ ଗିରଫ

ରାଉରକେଲା: ରାଉରକେଲାରେ ଏକ ବଡ଼ ଜୁଆ ଆଡ୍ଡା ଠାବ। ଆଠ ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଟଙ୍କା ଜବତ କରିଛି ପୋଲିସ। ଇସ୍ପାତ ସହରର ଏକ ଜୁଆ ଆଡ୍ଡାରେ ଚାଲିଥିବା ବେଆଇନ କାମ ସମ୍ପର୍କରେ ସୂଚନା ପାଇ ରଘୁନାଥପଲ୍ଲୀ ଥାନା ଅଧିନରେ ଥିବା ଏହି ସ୍ଥାନରେ ପୁଲିସ ଚଢ଼ଉ କରିଥିଲା ବୋଲି…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ବୃଦ୍ଧା ଗୁରୁତୁର

ସୋନପୁର: ସୋନପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଶୁକ୍ରବାର ପୋଖରୀକୁ ଗାଧୋଇବାକୁ ଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।ସେ ହେଲେ ସମ୍ବଲପୁର ଜିଲ୍ଲା ଭରତପୁରର ଉଦ୍ଧବ ପ୍ରଧାନ(୭୦)। ସୂତ୍ରରୁ ପ୍ରକାଶ, ଉଦ୍ଧବ ତାଙ୍କ ପତ୍ନୀ ମାଳତୀ (୬୫)ଙ୍କ ସହ ଗୁରୁବାର ସୋନପୁରର ବୀରମହାରାଜପୁର ଥାନା…

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ପଡ଼ିଗଲେ ଆରଆଇ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଅଞ୍ଚଳରେ ଏକ ପ୍ଲଟ ଡିମାର୍କେସନ୍ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ)। ଅଭିଯୁକ୍ତ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା…

ଟିଟିଲାଗଡ଼ ସଇଁତଳାରେ କଂଗ୍ରେସ କର୍ମୀ ସମ୍ମିଳନୀରେ ଯୋଗ ଦେଲେ ପିସିସି ସଭାପତି

ଭୁବନେଶ୍ୱର: ଆଜି ସଇଁତଳା ବ୍ଲକସ୍ଥିତ କଂଗ୍ରେସ ଭବନ ଠାରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସକ୍ରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଂଗ୍ରେସ କମିଟି ସଭାପତି ଗୁଣସାଗର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମୀ ସମ୍ମୀଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି…