Latest Odisha News

BREAKING NEWS

ଜୁଲାଇରୁ ଓଡ଼ିଆ ବିଶ୍ବବିଦ୍ୟାଳୟରେ ନାମଲେଖା ଆରମ୍ଭ ହେବ !

ପୁରୀ: ସତ୍ୟବାଦୀରେ ଥିବା ଓଡ଼ିଆ ବିଶ୍ବବିଦ୍ୟାଳୟରେ ଭିତ୍ତିଭୂମି କାମ ସରିନଥିଲେ ମଧ୍ୟ ଆସନ୍ତା ମାସରେ ନାମଲେଖା ଆରମ୍ଭ ହେବ ବୋଲି ସୂଚନା ରହିଛି। ଏହି ବିଶ୍ୱବିଦ୍ୟାଳୟକୁ ସାକ୍ଷୀ ଗୋପାଳସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଅସ୍ଥାୟୀ ଭାବେ ରଖାଯାଇଛି। ଉଚ୍ଚଶିକ୍ଷା ବିଭାଗର…

୩ ବର୍ଷ ପରେ ପୁନର୍ବାର ଟେନିସକୁ ଫେରିବେ ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ୱଜନିଆକି

ନୂଆଦିଲ୍ଲୀ: ଡେନମାର୍କର ପୂର୍ବତନ ଟେନିସ ଖେଳାଳି କାରୋଲିନ ୱଜନିଆକି ୩ ବର୍ଷ ପରେ ଅବସର ନିଷ୍ପତିରୁ ଓହରିଛନ୍ତି । ବିଶ୍ୱର ଏହି ପୂର୍ବତନ ଏକ ନମ୍ବର ଖେଳାଳି ପ୍ରଫେଶନାଲ ଟେନିସ ଖେଳିବା ପାଇଁ ନିଷ୍ପତି ନେଇଛନ୍ତି । ୩ବର୍ଷ ହେବ ମୁଁ ମୋ ପରିବାର ସହ ଭଲ ସମୟ କାଟିଛି । ୨୦୨୦ରେ ୱଜନିଆକି…

ରଥ ଉପରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ପୁରୀ: ପବିତ୍ର ଆଷାଢ଼ ଶୁକ୍ଳ ଏକାଦଶୀରେ ରଥ ଉପରେ ଶ୍ରୀଜୀଉମାନେ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳି ଜମି ଥିବା ବେଳେ ରଥରେ ଶ୍ରୀଜୀଉମାନଙ୍କ ବଡ଼ ତଡ଼ାଉ ବେଶ ଦେଖି କୃତ୍ୟ କୃତ୍ୟ ହେଉଛନ୍ତି ଭକ୍ତ । ଭଗବାନଙ୍କ ସହ ଭକ୍ତ ବି ଭାବରେ ବିଭୋର ହୋଇଛି ।…

କେନ୍ଦ୍ରାପଡାରେ ଆତଙ୍କ ଖେଳାଉଛି କୁମ୍ଭୀର, ତିନି ସପ୍ତାହରେ ଗଲାଣି ତିନି ଜୀବନ

କେନ୍ଦ୍ରାପଡା: ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡ଼ାରେ ମଣିଷ ଏବେ ବନ୍ୟଜନ୍ତୁ ପ୍ରାଣୀଙ୍କ ଭୟରେ ରହୁଛି। ଖାସ କରି ଯେତେବେଳେ ନଦୀ କିମ୍ବା ପୋଖରୀକୁ ଯାଉଛନ୍ତି ଦୈନନ୍ଦିନ କାମ କରିବା ପାଇଁ। ଗୁରୁବାର ଘଗରାଡିହା ଗାଁରେ କୁମ୍ଭୀର ଆକ୍ରମଣର ସଦ୍ୟ ଶିକାର ହୋଇଛନ୍ତି ଗଙ୍ଗାଧର ତରାଇ ନାମକ ଜଣେ…

ବିଶ୍ୱକପ ମ୍ୟାଚରୁ ବାରବାଟୀ ବାଦ୍, ତେଜୁଛି ଓଡ଼ିଆ କ୍ରୀଡା ପ୍ରେମୀଙ୍କ ଅସନ୍ତୋଷ

କଟକ: ୨୦୨୩ ପୁରୁଷ ଦିନିକିଆ ବିଶ୍ୱକପ୍ ଭାରତର ୧୦ଟି ପଡ଼ିଆରେ ଆୟୋଜିତ ହେବାକୁ ଥିବା ବେଳେ ଓଡ଼ିଶାର ବାରବାଟୀ ଷ୍ଟାଡିୟମ ଏହି ତାଲିକାରେ ସ୍ଥାନ ପାଇନାହିଁ। ଏହାକୁ ନେଇ ରାଜ୍ୟର କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବାରବାଟୀ ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା ୪୫ ହଜାର…

କଟକରୁ ନିଖୋଜ ହୋଇଥିବା କାର ଡ୍ରାଇଭରଙ୍କ ମୃତ ଦେହ କେନ୍ଦୁଝରରୁ ଉଦ୍ଧାର

କଟକ: କଟକ ସହରରୁ ନିଖୋଜ ହୋଇଥିବା କ୍ୟାବ ଡ୍ରାଇଭରଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, କଟକ ମାଲଗୋଦାମ ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ ଟ୍ୟାକ୍ସି ମାଲିକ ରାଜ କିଶୋର ବିଶ୍ୱାଳ। ସେ କହିଥିଲେ ଯେ କ୍ୟାବ୍ ଚାଳକ ଭଗବାନ ବୈରୀଗଞ୍ଜନ ଗତ 23 ତାରିଖରେ ତିନି ଜଣ…

ମୁଖ୍ୟମନ୍ତ୍ରୀ ଏବେ ଗୃହବନ୍ଦୀ, ଖୁବଶୀଘ୍ର ଆଉ ଏକ ମିଡ୍ ନାଇଟ୍ ଅପରେସନ ହେବ: ପୂର୍ବତନ ସାଂସଦ

ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ 5-ଟି ସଚିବ ଭି. କେ ପାଣ୍ଡିଆନ ଗୃହବନ୍ଦୀ କରି ରଖିଛନ୍ତି। 5ଟି ସଚିବଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଏଭଳି ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ। ଲକ୍ଷ୍ଣଣ ଟୁଡୁ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ,…

ଗିରଫ ମନ୍ତ୍ରୀ ସେନ୍ଥିଲାଲ୍ ବାଲାଜୀଙ୍କୁ କ୍ୟାବିନେଟ୍‌ରୁ ବରଖାସ୍ତ କଲେ ତାମିଲନାଡୁ ରାଜ୍ୟପାଳ

ଚେନ୍ନାଇ: ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ତାମିଲନାଡୁର ପୂର୍ବତନ ବିଦ୍ୟୁତ ମନ୍ତ୍ରୀ ଭି .ସେନ୍ଥିଲାଲ୍‌ଙ୍କୁ ଗୁରୁବାର ରାଜ୍ୟ କ୍ୟାବିନେଟରୁ ବରଖାସ୍ତ କରିଛନ୍ତି ତାମିଲନାଡୁର ରାଜ୍ୟପାଳ ଆର ଏନ୍‌ ରବି। ଏନେଇ ତାମିଲନାଡୁ ରାଜଭବନ ପକ୍ଷରୁ ଏକ ବିବୃତ୍ତି ଜାରି କରି ସୂଚନା…

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦ ଛାଡ଼ିଲେ ସୁବ୍ରତ ବାଗଚି

ଭୁବନେଶ୍ୱର: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି ସୁବ୍ରତ ବାଗଚୀ । ଏନେଇ ସୁବ୍ରତ ବାଗଚୀ ଗୁରୁବାର ଟ୍ୱିଟ୍ କରି ଲେଖିଛନ୍ତି, ୭ ବର୍ଷର ଗୌରବମୟ ଯାତ୍ରା ପରେ ବ୍ୟକ୍ତିଗତ କାରଣ ପାଇଁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦ ଛାଡ଼ୁଛି । ବାଗଚୀ ଅଧ୍ୟକ୍ଷ…

୧୪ ରେ କ୍ଷମତା ନେଇଥିଲା ଦରବୃଦ୍ଧି, ୨୪ ରେ ଦେବ!

ଭୁବନେଶ୍ୱର: ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ନିୟନ୍ତ୍ରଣକୁ ଆସିବା ବଦଳରେ ଆହୁରି ବଢିଚାଲିଛି। ଯେଉଁଥିପାଇଁ ଲୋକଙ୍କ ଦୁର୍ଦଶା ମଧ୍ୟ ବଢି ଚାଲିଛି। ଆଗକୁ ନିର୍ବାଚନ ଥିବାରୁ ରାଜନୈତିକ ଦଳଗୁଡିକ ଏହାକୁ ନେଇ କେନ୍ଦ୍ରର ବିଜେପି ସରକାରକୁ ଘେରିବା ଆରମ୍ଭ କରିଛନ୍ତି। ଏହି ଅବସରରେ…