କବିତା : ସତ୍ୟର ସାରଥି
ବନ୍ଦିତା ଦାଶ
ସତକୁ ଖୋଜିଖୋଜି ପହଞ୍ଚିଲି ଯେଉଁ ଇଲାକାରେ
ସେଠାରେ ଭେଟିଲି ପ୍ରତ୍ୟୟକୁ
ବିଶ୍ୱାସର ସ୍ୱଚ୍ଛରଙ୍ଗରେ ହଜିଗଲା ମୋ' ସତ୍ତା ।
'ମୁଁ ' ପଣ ଲୁଚିଗଲା ......
ଲିଭିଗଲା ଅହଂର ଅନ୍ଧାର।
କେଉଁ ଅନାମ ମୁଦ୍ରାରେ
କିଛି କହିବାକୁ ଚାହିଁ ହୋଇଗଲି ମୂକ ;
'ସର୍ବେ ଭବନ୍ତୁ…