Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଓଡ଼ିଶା ସଚିବାଳୟରେ କ୍ରେଚ୍ ସୁବିଧା ପ୍ରଦାନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଭବନ ଠାରେ କ୍ରେଚ୍ ସୁବିଧା ପ୍ରଦାନ ନିମନ୍ତେ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହାକୁ ଅନୁମୋଦନ କରିଛନ୍ତି। ପ୍ରକାଶ ଥାଉ କି, ଓଡ଼ିଶା ସଚିବାଳୟରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀମାନେ ସେମାନଙ୍କର…

ଉଚ୍ଚତା ପାର୍ଥକ୍ୟ ଦମ୍ପତିଙ୍କୁ କଲା ଚର୍ଚ୍ଚିତ

ବ୍ରିଟେନ: ପ୍ରଥମେ ପ୍ରେମ, ପରେ ବିବାହ । ଆଉ ପରେ ଗିନିଜ୍ ବୁକ୍ ଅଫ୍ ୱାଲଡ଼୍ ରେକର୍ଡ଼ସରେ ରହି ଚର୍ଚ୍ଚାରେ । ଏମିତି ଏକ ଘଟଣା ଘଟିଛି ବ୍ରିଟେନରେ । ଆମେ ଆପଣଙ୍କୁ ଏମିତି ଏକ ଦମ୍ପତିଙ୍କ ବିଷୟରେ କହୁଛୁ, ଯିଏ ନିଜ ଉଚ୍ଚତାକୁ ନେଇ ଚର୍ଚ୍ଚିତ । ଏହି ଚର୍ଚ୍ଚିତ ଯୋଡ଼ି ହେଲେ ବ୍ରିଟେନର ଜେମ୍ସ ଓ…

ବାଙ୍ଗାଲୋର ଆଗରେ ୨୨୭ ରନର ବିଜୟ ଲକ୍ଷ୍ୟ

ବେଙ୍ଗାଲୁରୁ : ବାଙ୍ଗାଲୋର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲର ଆଗରେ ୨୨୭ ରନର ବିଜୟ ଲକ୍ଷ୍ୟ ରଖିଛି ଚେନ୍ନାଇ ସୁପରକିଙ୍ଗସ୍ ।  ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୨୬ ରନ କରିଥିଲା ।…

କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ପଜିଟିଭ୍: ଟ୍ୱିଟ୍ କରି ସମସ୍ତଙ୍କୁ ସତର୍କ କରାଇଲେ

ନୂଆଦିଲ୍ଲୀ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା କହିବା ସହ ନିକଟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ତୁରନ୍ତ…

ଗୁଜରାଟ ପୂର୍ବତନ ଆପ ମୁଖ୍ୟ ଗୋପାଳ ଇଟାଲିଆ ଗିରଫ କରିଥିଲା ପୁଲିସ, ମିଳିଲା ଜାମିନ

ଗାନ୍ଧୀନଗର: ଗୁଜରାଟ ମନ୍ତ୍ରୀ ଓ ବିଜେପି ମୁଖ୍ୟଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ଗୁଜରାଟ ପୂର୍ବତନ ଆମ୍ ଆଦ୍‌ମୀ ପାର୍ଟି ମୁଖ୍ୟା ଗୋପାଳ ଇଟାଲିଆ ଗିରଫ। ସୁରଟ ପୁଲିସ ଗୋପାଳଙ୍କୁ ଗିରଫ କରି କ୍ରାଇମ ବ୍ରାଞ୍ଚ ଅଫିସ୍ ନେଇଥିଲା। ତେବେ ଗିରଫର କିଛି ସମୟ ପରେ ତାଙ୍କୁ ଜାମିନ ମଧ୍ୟ…

ଶକ୍ତିଶାଳୀ ଷ୍ଟାରଶିପର ପ୍ରଥମ ଅର୍ବିଟାଲ ଟେଷ୍ଟ ଘୁଂଚିଲା

ୱାଶିଂଟନ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଷ୍ଟାରଶିପର ପ୍ରଥମ ଅର୍ବିଟାଲ ଟେଷ୍ଟକୁ ସାମୟିକ ଭାବେ ଘୁଂଚାଇ ଦିଆଯାଇଛି । ସୋମବାର ସନ୍ଧ୍ୟା ୬ଟା ୫୦ରେ ଏହାକୁ ଲଂଚ କରାଯାଇଥାନ୍ତା । ପ୍ରେସର ଭାଲଭ ଫ୍ରିଜ ହେବା କାରଣରୁ ଏହି ଅସୁବିଧା ସୃଷ୍ଟି ହୋଇଛି । ରକେଟକୁ ରିସେଟ କରିବା ପାଇଁ ଅତି କମରେ ୪୮…

କର୍ଣ୍ଣାଟକ ନିର୍ବାଚନ; ତୃତୀୟ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଜାରି କଲା ବିଜେପି, ଏଥର ଏହି ବିଧାୟକଙ୍କର କଟିଲା ଟିକେଟ୍

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜେପି ତାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଜାରି କରିଛି। ପୂର୍ବତନ ବିଜେପି ନେତା ଜଗଦିଶ ଶେଟ୍ଟାର ଯେଉଁ ହୁବ୍ବାଳି ସେଣ୍ଟ୍ରାଲ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବାକୁ ଚାହୁଥିଲେ ସେଠୁ ବିଜେପି ସାଧାରଣ ସମ୍ପାଦକ ମହେଶ ତେଙ୍ଗିନାକାଇଙ୍କୁ…

ମାଧୁରୀଙ୍କ ଡ଼୍ୟାନ୍ସ ଦେଖି ପ୍ରଶଂସା କଲେ ଅନୀଲ: କହିଲେ ତାଙ୍କ ସହ ଫିଲ୍ମ କରିବାକୁ ଆହୁରି ଇଛା

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ମାଧୁରୀ ଦିକ୍ଷିତ୍‌ଙ୍କ ଡ଼୍ୟାନ୍ସ ଦେଖି ପ୍ରଶଂସାରେ ପୋତିଦେଲେ ଅଭିନେତା ଅନିଲ କପୁର । ନିକଟରେ ଏକ ପୁରସ୍କାର ବିତରଣ ଉତ୍ସବରେ ମାଧୁରୀ ତେଜାବ୍ ଫିଲ୍ମର ‘ଏକ-ଦୋ-ତିନି-ଚାର’ ଗୀତରେ ଡ଼୍ୟାନ୍ସ କରିଥିଲେ । ମଞ୍ଚରେ ମାଧୁରୀଙ୍କ ଡ଼୍ୟାନ୍ସ ଦେଖି ଅନୀଲ ପ୍ରଶଂସା ନ କରି…

ଅଫର୍ ଦେଖି ମହିଳା କଲେ ଓଠ ଅସ୍ତ୍ରୋପଚାର : ଏବେ ନିଜେ ନିଜକୁ ଚିହ୍ନି ପାରୁନାହାନ୍ତି

ଲସ୍ ଆଞ୍ଜେଲ୍ସ: ଆଜିକାଲି ସବୁ ମହିଳା ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି । କିଏ ସର୍ଜରୀ କରୁଥିବା ବେଳେ ଆଉ କିଏ ଇଞ୍ଜେକ୍ସନ ନେଇଥାନ୍ତି । ନଚେତ୍ ବଜାରରେ ମିଳୁଥିବା ବିଭିନ୍ନ ସାମଗ୍ରୀ ବ୍ୟବହାର କରିଥାନ୍ତି । ଯାହା ପରବର୍ତ୍ତୀ ସମୟରେ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ…

ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ମାମଲା, ମୋକଦ୍ଦମାକୁ ଖାରଜ କଲେ ହାଇକୋର୍ଟ

କଟକ : ବାଲେଶ୍ୱର ଲୋକସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ସୋମବାର ବାଲେଶ୍ୱରର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ମିଥ୍ୟା ସତ୍ୟପାଠ ଅଭିଯୋଗ ନେଇ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ, ଆବେଦନକାରୀ ଯଦୁନାଥ…