Latest Odisha News

BREAKING NEWS

ମେ’ ଓ ଜୁନ୍ ମାସରେ ଓଡ଼ିଶାକୁ ଡରାଇବ ଗ୍ରୀଷ୍ମ ପ୍ରବାହ: ଆହୁରି ବଢ଼ିବ ତାତି, ଆଇଏମ୍‌ଡିର ନୂଆ ଆଲର୍ଟ ଜାରି

ଭୁବନେଶ୍ୱର: ଏପ୍ରିଲର ଅସମ୍ଭାଳ ତାତି ପରେ ଓଡ଼ିଶାବାସୀଙ୍କୁ ଆଗକୁ ମଧ୍ୟ ନିସ୍ତାର ମିଳିବାର ନାହିଁ। ମେ' ଏବଂ ଜୁନ୍ ମାସ ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏକ ତାଜା ସତର୍କ ସୂଚନା ବା ଆଡଭାଇଜରି ଜାରି କରାଯାଇଛି। ପୂର୍ବାନୁମାନ ଅନୁଯାୟୀ, ଆଗାମୀ ଦୁଇ ମାସ ଓଡ଼ିଶା ସମେତ ପୂର୍ବ ଉପକୂଳର…

ଦାରିଦ୍ର୍ୟକୁ ପଛରେ ପକାଇ ମାଟ୍ରିକ୍‌ରେ ‘A1’ ଗ୍ରେଡ୍ ରଖିଲେ ଦିନ ମଜୁରିଆଙ୍କ ଝିଅ: ଉଚ୍ଚଶିକ୍ଷା ପାଇଁ…

ଗଜପତି: ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅଭାବ ଓ ଅନଟନ। ଗଜପତି ଜିଲ୍ଲାର ଜଣେ ଦିନମଜୁରିଆଙ୍କ ଝିଅ ନିଜ କଠିନ ପରିଶ୍ରମ ବଳରେ ସମସ୍ତ ପ୍ରତିବନ୍ଧକକୁ ପାର୍ କରି ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବା ମାଟ୍ରିକ୍…

ଟ୍ରେନ୍ ସାମ୍ନାକୁ ଆସିଗଲା ମଇଁଷି, ଲୋକୋ ପାଇଲଟ୍ ଏମିତି ବଞ୍ଚାଇଲେ ଜୀବନ

ନୂଆଦିଲ୍ଲୀ: ପ୍ରତିଦିନ ଅନେକ ଜୀବଜନ୍ତୁ ଟ୍ରେନ୍ ଧକ୍କାରେ ମୃତ୍ୟୁବରଣ କରିଥାନ୍ତି। କେତେକ କ୍ଷେତ୍ରରେ ପଶୁର ଜୀବନ ବଞ୍ଚାଇବା ସମ୍ଭବ ହୋଇପାରେ ନାହିଁ। ଆଉ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି ଯେଉଁଥିରେ ମଇଁଷିକୁ ଲୋକୋ ପାଇଲଟ୍ କିଭଳି ବଞ୍ଚାଉଛନ୍ତି ତାହା ଦେଖିବାକୁ…

ଏସି ବିସ୍ଫୋରଣ ଘଟି ଭୟଙ୍କର ଅଗ୍ନିକାଣ୍ଡ; ୯ ମୃତ, ୪ ଗୁରୁତର

ନୂଆଦିଲ୍ଲୀ: ଏସି ବିସ୍ଫୋରଣ ହୋଇ ଚାଲିଗଲା ୯ ଜଣଙ୍କର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀରେ । ବିବେକ ବିହାରର ଏକ ଫ୍ଲାଟର ଦ୍ବିତୀୟ ମହଲାରେ ହଠାତ୍ ଏକ ଏସି ବିସ୍ଫୋରଣ ହୋଇଥିଲା । ଫଳରେ ନିଆଁ ତୃତୀୟ ମହଲାକୁ ବ୍ୟାପି ଯାଇଥିଲା । ଲୋକମାନେ ନିଜକୁ ବଞ୍ଚାଇବାକୁ ଫ୍ଲାଟ ଭିତରୁ ବାହାରି…

ପରଲୋକରେ ବରିଷ୍ଠ ଅଭିନେତା ସୁଦେଶ କୁମାର, ବଲିଉଡକୁ ଦେଇଛନ୍ତି ଅନେକ ବ୍ଲକବଷ୍ଟର ଫିଲ୍ମ

ମୁମ୍ବାଇ: ହିନ୍ଦୀ ସିନେମାର ସୁବର୍ଣ୍ଣ ଯୁଗରେ ଅନେକ ହିଟ୍ ଏବଂ ବ୍ଲକବଷ୍ଟର ଦେଇଥିବା ବରିଷ୍ଠ ଅଭିନେତା ସୁଦେଶ କୁମାରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ସୁଦେଶ କୁମାରଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ତାଙ୍କ ଝିଅ ମିଶିକା ଧାୱନ ଜାମତାନି ତାଙ୍କ ମୃତ୍ୟୁ ଖବର ଦେଇଛନ୍ତି । ସୁଦେଶ କୁମାର ୫୦,…

ହିଜବୁଲ୍ଲାର ‘ଫାଇବର୍ ଅପ୍ଟିକ୍ ଡ୍ରୋନ୍’, ଜାଣନ୍ତୁ କାହିଁକି ଏହାକୁ ଅଟକାଇ ପାରୁନି ଇସ୍ରାଏଲୀ ସେନା?

ନୂଆଦିଲ୍ଲୀ: ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଲାଗିରହିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ଇସ୍ରାଏଲ୍ ସେନାର ଅତ୍ୟାଧୁନିକ ରାଡାର୍ ଏବଂ ଆଣ୍ଟି-ଡ୍ରୋନ୍ ସିଷ୍ଟମକୁ ଚକ୍‌ମା ଦେବା ପାଇଁ ହିଜବୁଲ୍ଲା ଏବେ ଏକ ନୂଆ ଏବଂ ମାରାତ୍ମକ ଅସ୍ତ୍ରର ପ୍ରୟୋଗ କରୁଛି। ତାହା ହେଉଛି- 'ଫାଇବର୍…

ମାଲକାନଗିରିରେ ୧୦୦ କୋଟି ଟଙ୍କାର ଗଞ୍ଜେଇ ତେଲ ରାକେଟ୍ ଠାବ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଏକ ଗଞ୍ଜେଇ ତେଲ ଉତ୍ପାଦନ ୟୁନିଟ୍ ଠାବ କରାଯାଇଛି। ଏଥିସହିତ ପ୍ରାୟ ୧୦୦ କୋଟି ଟଙ୍କାର ସାମଗ୍ରୀ ଜବତ କରିଛି ପୋଲିସ୍। ଗୁଇନ୍ଦା ସୂଚନା ଆଧାରରେ, ପୋଲିସ ଏହି ଅଞ୍ଚଳରେ ଏକ ସନ୍ଦିଗ୍ଧ ଗଞ୍ଜେଇ ତେଲ ଉତ୍ପାଦନ ୟୁନିଟ୍ ର ଗତିବିଧି…

ବଲିଉଡରେ ଏବେ ବି ଲମ୍ବିଛି ଦାଉଦ୍‌ର ଦାଦାଗିରି: ମାୟାନଗରୀ ଓ ଅଣ୍ଡରୱାର୍ଲ୍ଡର ଅନ୍ଧାରୀ ସମ୍ପର୍କର ଗୁମର

ମୁମ୍ବାଇ: ମୁମ୍ବାଇର ମାୟାନଗରୀ ବା ବଲିଉଡ୍। ବାହାରକୁ ଏହା ଯେତିକି ଚକାଚକ୍ ଦିଶେ, ଏହା ଭିତରର କାହାଣୀ ସେତିକି ଅନ୍ଧକାର। ଆଉ ଏହି ଅନ୍ଧାର ସାମ୍ରାଜ୍ୟର ସବୁଠାରୁ ବଡ଼ ନାଁ ହେଉଛି ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍। ଗୋଟିଏ ସମୟ ଥିଲା ଯେତେବେଳେ ବଲିଉଡ୍‌ରେ ଦାଉଦ୍‌ର ନାଁ ଶୁଣିଲେ ବଡ଼…

ବିଦେଶରେ କୋଟିଏର ପ୍ୟାକେଜ୍ ନା ନିଜ ଦେଶରେ ଶାନ୍ତି ?

ନୂଆଦିଲ୍ଲୀ: ନ୍ୟୁୟର୍କ ଅଫର୍: ୨ ଲକ୍ଷ ୩ ହଜାର ଡଲାର, ଯାହାର ମୂଲ୍ୟ ଭାରତରେ ୨ କୋଟି ଟଙ୍କା । ଭାରତରେ ଆୟ: ୬୦ ରୁ ୮୦ ଲକ୍ଷ ଟଙ୍କା । ପ୍ରଥମ ନଜରରେ ୨ କୋଟିର ପ୍ୟାକେଜ୍ ଖୁବ୍ ଆକର୍ଷଣୀୟ ଲାଗୁଛି, କିନ୍ତୁ ଏହାର ଅସଲି ଚେହେରା କିଛି ଅଲଗା । ବିଶେଷଜ୍ଞଙ୍କ ମତରେ, ନ୍ୟୁୟର୍କ ଦୁନିଆର…

Earthquake in Odisha: ବାରମ୍ବାର ଥରୁଛି ଓଡିଶା! ମାଟି ତଳେ ଚାଲିଛି କ’ଣ?

ଭୁବନେଶ୍ୱର: ଭୂତଳେ ଚାଲିଛି କ'ଣ? ବାରମ୍ଵାର ଥରିଲାଣି ରାଜ୍ୟର ୪ ଜିଲ୍ଲା କିଛି ବଡ଼ ବିପର୍ଯ୍ୟୟର ଦେଉଛି କି ସଂକେତ? ଆଜି ସକାଳୁ ସକାଳୁ ପୁଣି ଥରି ଉଠିଛି ବଲାଙ୍ଗୀର। ବଲାଙ୍ଗିର ଜିଲ୍ଲାର ଦେଓଗାଁ ଓ ଗୁଡଭେଲା ବ୍ଲକ ଅଞ୍ଚଳରେ ଭୋର ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ,…