Latest Odisha News

BREAKING NEWS

‘ବୁଲି ବାଇ’ ଆପ୍‌ ମାମଲା; ତୃତୀୟ ଅଭିଯୁକ୍ତ ଗିରଫ

ମୁମ୍ୱାଇ: ମୁମ୍ବାଇ ପୋଲିସ ବୁଧବାର ଉତ୍ତରପ୍ରଦେଶର 'ବୁଲି ବାଇ' ଆପ୍‌ ମାମଲାର ତୃତୀୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଯେଉଁଥିରେ ଶହ ଶହ ମୁସଲମାନ ମହିଳାଙ୍କ ଫଟୋର ଅପବ୍ୟବହାର କରାଯାଇ ତାକୁ ନିଲାମ କରାଯାଉଥିବା ଅଭିଯୋଗ ହୋଇଛି। ଜଣେ ମହିଳା ସାମ୍ବାଦିକ ଅଭିଯୋଗ ଆଣିବା ପରେ ଏ…

ଆଜି ମାଟ୍ରିକ ସମ୍ମେଟିଭ ପରୀକ୍ଷା, ଢ଼େଙ୍କାନାଳରେ ୧୭୬୪୭ଜଣ ଛାତ୍ରଛାତ୍ରୀ ଦେଲେ ପରୀକ୍ଷା

କାମାକ୍ଷାନଗର: ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ସମ୍ମେଟିଭ ପରୀକ୍ଷା । ଢ଼େଙ୍କାନାଳ ଜିଲ୍ଲାରେ ୯୬ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୧୭ହଜାର ୬ଶହ୪୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଏମାନଙ୍କ ମଧ୍ୟରେ ୧୬୭୯୩ଜଣ ରେଗୁଲାର ଏବଂ ୮୫୪ଜଣ ଏକ୍ସରେଗୁଲାର ପରୀକ୍ଷାର୍ଥୀ ରହିଛନ୍ତି ।…

ଜାନୁଆରୀ ଶେଷ ଆଡକୁ ଭାରତରେ ଓମିକ୍ରନ୍ ପିକ୍, ଦୈନିକ ସଂକ୍ରମଣ କେତେ ରହିବ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ କରୋନା ଦେଖାଇଲାଣି ନାଲି ଆଖି । କାୟା ବିସ୍ତାର କରି ଚାଲିଛି । ୨୩ ରାଜ୍ୟରେ ପଶିଲାଣି ଓମିକ୍ରନ୍ । ନୂଆ ଭାରିଆଣ୍ଟ ଯୋଗୁ ସଂକ୍ରମଣ ପୁଣି ଥରେ ଶିଖର ମୁହାଁ ହେଲାଣି । ଜାନୁଆରୀ ଶେଷ କିମ୍ବା ଫେବ୍ରୁଆରୀ ଆରମ୍ଭରେ ଭାରତରେ ଓମିକ୍ରନ୍ ସଂକ୍ରମ ପିକ୍ ଛୁଇଁବ । ପିକ୍ ବେଳେ…

ଜଲ୍‌ସାରେ ପଶିଲା କରୋନା

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ମୁମ୍ବାଇସ୍ଥିତ ବାସଭବନ ଜଲ୍‌ସାରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜାନୁଆରୀ ୨ରେ ତାଙ୍କ ବାସଭବନରେ ଥିବା ୩୧ ଜଣ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯାଇଥିଲା। ସେଥିରୁ ୩୦ ଜଣଙ୍କର ରିପୋର୍ଟ ନେଗେଟିଭ ଆସିଥିବା ବେଳେ…

ରାଜ୍ୟରେ ପୁଣି ଆଉ ୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଆଜି ପୁଣି ଦୁଇ ଜଣଙ୍କ ଜୀବନ ନେଲା ମହାମାରୀ କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୬୬ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି…

ପ୍ରତିଶ୍ରୁତି ପୂରଣରେ ବିଫଳ ହେବାରୁ ବିଧାୟକଙ୍କୁ ଗ୍ରାମବାସୀଙ୍କ ଅଭିନବ ପ୍ରତିବାଦ

ଭବାନୀପାଟଣା: ପ୍ରତିଶ୍ରୁତି ପୂରଣରେ ବିଫଳ ହୋଇଥିବା ବିଧାୟକଙ୍କୁ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ବନ୍ଦପାରି ଗ୍ରାମବାସୀ । ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ପ୍ରତିବାଦ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଗତ ନିର୍ବାଚନ ସମୟରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ…

ରାଜଧାନୀକୁ ପୁଣି ଫେରିବ ଲକ୍‌ଡାଉନ୍‌!

ନୂଆଦିଲ୍ଲୀ: ସମଗ୍ର  ବିଶ୍ବରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି। ଦେଶରେ ମଧ୍ୟ ଏହାର ପ୍ରକୋପ ଦେଖିବାକୁ ମିଳିଲାଣି। ରାଜଧାନୀ ଦିଲ୍ଲୀରେ ରେକର୍ଡ ସଂଖ୍ୟାରେ ବାହାରୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା…

ନିମ୍ନ ଜାତିର ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ଏଣ୍ଟ୍ରି ମନା!

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲ୍ଲାର ଏକ ସ୍କୁଲ୍‌ରେ ଉଚ୍ଚ ଜାତିର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଭିନ୍ନ ଧରଣର ସୁବିଧା ରହିଥିବା ବେଳେ ତାଠାରୁ ନିମ୍ନ ଜାତିର ଛାତ୍ରଛାତ୍ରୀଙ୍କ ଲାଗି ଏକ ପୃଥକ ବ୍ୟବସ୍ଥା ରହିଥିବା ଦେଖିବାକୁ ମିଳିଛି। ଏମିତିକି ଲୋୟର କାଷ୍ଟର…

ରାଜ୍ୟରେ ହଜାରେ ଟପିଲା କରୋନା ସଂକ୍ରମଣ, ୨୪ଘଣ୍ଟାରେ ୧୨୧୬ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । ଦୈନିକ ସଂକ୍ରମଣ ପୁଣି ଥରେ ହଜାରେ ଟପିଲା । ରାଜ୍ୟରେ ଦିନକରେ ୧୨୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୧୦ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୫୦୬ଜଣ ଆକ୍ଟିଭ୍ କେସ୍ ରହିଛି । ୧୮ବର୍ଷରୁ କମ୍ ବୟସ…

ଓଡ଼ିଶାରେ ୫ ଜିଲ୍ଲାରେ ମାଡୁଛି କରୋନା, ଖୁବଶୀଘ୍ର ଫେରିପାରେ କଟକଣା

ଭୁବନେଶ୍ୱର: ଓଡ଼ିଶାରେ ଦିନକରେ ସଂକ୍ରମଣ ପାଖାପାଖି ଦୁଇ ଗୁଣା ବଢ଼ିଛି । ଗତକାଲି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୬୮୦ ଥିଲା । ଆଜି ୧୨ଶହ ପାର କରିଛି । ଦ୍ରୁତ କାୟା ମେଲାଉଛି କରୋନା । ଏଭଳି ମାଡ଼ିଲେ ଚଳିତମାସରେ ସଂକ୍ରମଣ ପିକ୍ ଛୁଇଁବା ଆଶଙ୍କା କରାଯାଉଛି । ଓଡ଼ିଶା ଚିନ୍ତା ବଢ଼ିଇଛି ୫…