Latest Odisha News

BREAKING NEWS

[ଭିଡ଼ିଓ] ଚିତ୍ତରଞ୍ଜନ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ଖୋଳତାଡ

ପୁରୀ: ଦିନକୁ ଦିନ ବଢୁଛି ଚିତ୍ତରଞ୍ଜନଙ୍କ ମୃତ୍ୟୁ ରହସ୍ୟ। କେମିତି ହେଲା ଚିତ୍ତଙ୍କ ମୃତ୍ୟୁ ? ଘଟଣାର ମୋଡ ବଦଳୁଥିବା ବେଳେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । କଣ ରହିଛି ମୃତ୍ୟୁ ରହସ୍ୟ ଏନେଇ ଚିତ୍ତଙ୍କ ଗାଁ ସାନବନ୍ଧକେରା ଗାଁରେ ଟିମ୍ ପହଂଚି ଖୋଳତାଡ କରିଛି କ୍ରାଇମବ୍ରାଞ୍ଚ ।…

କଳିଙ୍ଗା ଘାଟିରେ ଓଲଟିଲା ବସ୍, ୩୦ ଆହତ

କନ୍ଧମାଳ : କନ୍ଧମାଳ ଜି.ଉଦୟଗିରି କଳିଙ୍ଗା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟି ପଡିଛି ଏକ ଟୁରିଷ୍ଟ ବସ୍ । ଦୁର୍ଘଟଣାରେ ବସରେ ଥିବା ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ଜି. ଉଦୟଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ…

କରୋନା ଯୋଗୁ ଘୁଂଚିଲା ପାକିସ୍ତାନ-ୱେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ ସିରିଜ

ଲାହୋର: କରୋନା ମହମାରୀ ଯୋଗୁ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ ସିରିଜ ଅଧାରୁ ବନ୍ଦ କରି ଦିଆଯାଇଛି । ଏବେ ଏହା ଆସନ୍ତା ବର୍ଷ ଜୁଲାଇରେ ହେବ ବୋଲି ସ୍ଥିର ହୋଇଛି । ଗୁରୁବାର ୱେଷ୍ଟଇଣ୍ଡିଜର ଆଉ ୫ ସଦସ୍ୟ କରୋନା ପଜିଟିଭ ଜଣାପଡିଥିଲେ । ଶାଇ ହୋପ, ଜଷ୍ଟିନ ଗ୍ରୀଭସ ଓ ଅକୀଲ…

ଶ୍ରୀଲଙ୍କାରେ ପ୍ରଦର୍ଶିତ ହେଲା ବିଶ୍ୱର ସବୁଠାରୁ ବଡ ନୀଲମ ପଥର

କଲମ୍ବୋ: ଶ୍ରୀଲଙ୍କାରେ ଆୟୋଜିତ ଏକ ପ୍ରଦର୍ଶନୀରେ ବିଶ୍ୱର ସବୁଠାରୁ ବଡ ନୀଲମ ପଥରକୁ ରଖା ଯାଇଥିଲା । ଏହାକୁ ଦେଖିବା ପାଇଁ ବେଶ ଭୀଡ ଜମିଥିଲା । ନୀଲମର ଓଜନ ୩୧୦ କିଲୋଗ୍ରାମ ଏବଂ ଏହା ରତ୍ନାପୁରର ଏକ ଖଣିରୁ ମିଳିଥିଲା । ଆନ୍ତର୍ଜାତୀୟ ବଜାରରେ ଏହାକୁ ବିକ୍ରୀ କରିବା ପାଇଁ ଏହାର ମାଲିକ…

୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ବର : ବିଭିନ୍ନ ଜିଲ୍ଲାରେ କ୍ରୀଡ଼ା ପ୍ରକଳ୍ପ ସମୂହର ଉଦ୍‌ଘାଟନ ଓ ଭତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉପଲକ୍ଷେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ…

୧୭ ଜଣ କରୋନା ସଂକ୍ରମିତ ଜଣାପଡିବା ପରେ ମିସ ୱାର୍ଲ୍ଡ ଆୟୋଜନ ନେଇ ସୃଷ୍ଟି ହେଲା ସନ୍ଦେହ

ନୂଆଦିଲ୍ଲୀ: ମିସ ୟୁନିଭର୍ସ ପ୍ରତିଯୋଗିତା ପରେ ଏବେ ସମସ୍ତଙ୍କ ନଜର ମିସ ୱାର୍ଲ୍ଡ ଉପରେ ଥିଲା । ଡିସେମ୍ବର ୧୦ରେ ପୁର୍ତୋ ରିକୋରେ ହେବାକୁ ଥିବା ଏହି ସୁନ୍ଦରୀ ପ୍ରତିଯୋଗିତାର ଆୟୋଜନ ନେଇ ଏବେ କିନ୍ତୁ ସନ୍ଦେହ ସୃଷ୍ଟି ହୋଇଛି । ରିପୋର୍ଟ ମୁତାବକ ଏହା ସହିତ ସଂଶ୍ଲିଷ୍ଟ ୧୭ଜଣ ବ୍ୟକ୍ତି…

[ଭିଡ଼ିଓ] ଦିନକୁ ଦିନ ବଢୁଛି ଓମିକ୍ରନ୍ ଚିନ୍ତା, ପୁଣି ରାଜଧାନୀରେ ୪ ଚିହ୍ନଟ

ଭୁବନେଶ୍ୱର : ଆତଙ୍କ ଖେଳାଇଛି ଓମିକ୍ରନ୍ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି । ୭୦ରୁ ଅଧିକ ଦେଶରେ ବର୍ତ୍ତମାନ ଓମିକ୍ରନ୍ ଆତଙ୍କ ଖେଳାଇ ସାରିଛି। କିଛି ଦେଶରେ ଓମିକ୍ରନ୍ ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ବୁଧବାର ସୁଦ୍ଧା ୩୨ ଆକ୍ରାନ୍ତ ଚିହ୍ନଟ ହୋଇଛି । ସେହିଭଳି ରାଜଧାନୀ…

[ଭିଡିଓ] କଟକରେ ଆରମ୍ଭ ହେଲା ‘ମହାନଦୀ ଉତ୍ସବ’

କଟକ : ଉଦଘାଟିତ ହେଲା ମହାନଦୀ ଉତ୍ସବ । କଟକ ବାଲିଯାତ୍ରା ପଡିଆଠାରେ ଏହି ଉତ୍ସବ ଆୟୋଜନ କରାଯାଇଛି । ଆଜି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ମହାନଦୀ ଉତ୍ସବକୁ ଉଦଘାଟନ କରିଥିଲେ । ମହାନଦୀର ସୁରକ୍ଷା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।…

ୟୁପି ନିର୍ବାଚନ ପୂର୍ବରୁ ଏକ ହେଲେ କକା-ପୁତୁରା

ଲକ୍ଷ୍ନୌ: ଉତରପ୍ରଦେଶ ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ବଡ ଗୋଟି ଚଳାଇଛନ୍ତି । ପାଖାପାଖି ୬ ବର୍ଷ ପରେ ସେ ତାଙ୍କ କକା ଶିବପାଲ ଯାଦବଙ୍କ ସହ ଆଗାମୀ ନିର୍ବାଚନ ପାଇଁ ଗଠବନ୍ଧନ କରିଛନ୍ତି । ପୂର୍ବରୁ କକା-ପୁତୁରା ଏକ ହେବା ନେଇ ଆଲୋଚନା ଜୋର ଧରିଥିଲା । ଗୁରୁବାର…

[ଭିଡ଼ିଓ] ଖୋଲିଲା ପରେ ପୁଣି ଅଚଳ ହୋଇଗଲା ଧାନ ମଣ୍ଡି, ଚିନ୍ତାରେ ଚାଷୀ

ମାଲକାନଗିରି: ବହୁ ବାଦ ବିବାଦ ପରେ ଶେଷରେ ମାଲକାନଗିରିରେ ଖୋଲିଲା ଧାନ ମଣ୍ଡି। ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୬୫ଟି ଧାନ ମଣ୍ଡି ଖୋଲାଯିବାକୁ ନିଷ୍ପତି ହୋଇଛି ।। ତେବେ ଅବାଶ୍ୟକ ସ୍ଥଳେ ଏହାକୁ ବଢାଯିବ । ଚଳିତବର୍ଷ ୯ଲକ୍ଷ ୩୫ହଜାର କୁଇଣ୍ଟାଲ ଧାନ କିଣା ଯିବାକୁ ସ୍ଥିର କରାଯାଇଥିବା ବେଳେ…