Latest Odisha News

BREAKING NEWS

ସିରିୟାର ଅନ୍ତରକୁ କନ୍ଦାଇଥିବା ଫଟୋ ଜିତିଲା ସିଏନା ଆୱାର୍ଡ

ରୋମ: ନିରାଶ ମଧ୍ୟରେ ଆଶାର ଝଲକ ଦେଖାଉଥିବା ଏକ ଫଟୋ ସୋସିଆଲ ସାଇଟରେ ଭାଇରାଲ ହେବା ପରେ ଏବେ ଏହା ସମ୍ମାନଜନକ ସିଏନା ଇଂଟରନ୍ୟାଶନାଲ ଫଟୋ ଆୱାର୍ଡ୍ସ ଜିତିଛି । ଏହି ଫଟୋ ଅନେକଙ୍କ ଆଖିରେ ଲୁହ ଦେଇଥିଲେ ମଧ୍ୟ, ବଂଚିବାର ଆଗ୍ରହ ମଧ୍ୟ ଦର୍ଶାଇଥିଲା । ସିରିୟାରେ ବୋମା ବିସ୍ଫୋରଣରେ ଗୋଟିଏ ଗୋଡ…

ଗଛ ଉପରେ ଭାଲୁୁ, ଆତଙ୍କିତ ଲୋକେ

ନବରଙ୍ଗପୁର: ଗାଁ ମୁହାଁ ଭାଲୁ । ଆତଙ୍କିତ ଲୋକେ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ନାୟକଗୁଡ଼ା ୟୁଭି ୧୧ଗ୍ରାମକୁ ଏକ ଭାଲୁ ପଶିଆସିଛି । ଖାଦ୍ୟ ଅନ୍ୱେଷଣରେ ଭାଲୁ ଗାଁ ମୁହାଁ ହୋଇଥିବା କୁହାଯାଇଛି । ଭାଲକୁ ଟେକା ପଥର ମାରିବାରୁ ନିକଟରେ ଥିବା ଏକ ନିମ୍ବ ଗଛ ଉପରକୁ ଚଢ଼ିଯାଇଛି । ଖବର ପାଇ…

ତିନିଜଣ ହାଡ଼କୋର ଡ଼କାୟତଙ୍କୁ ଧରିଲା ଉଦିତନଗର ପୋଲିସ

ରାଉରକେଲା: ରାଉରକେଲା ଉଦିତନଗର ଥାନା ପୋଲିସ ହାତରେ ଧରାପଡ଼ିଲା ତିନିଜଣ ହାଡ଼କୋର ଡ଼କାୟତ । ସେମାନଙ୍କଠାରୁ ଦୁଇଟି ଦେଶୀ ବନ୍ଧୁକ, ଗୁଳି, ଭୂଜାଲି, ଖଣ୍ଡାକୁ ଜବତ କରାଯାଇଛି । ଶୀତଳପଡ଼ାରେ ଡ଼କାୟତି ଯୋଜନାବେଳେ ଗିରଫ କଲା ପୋଲିସ । ସୂଚନା ଅନୁସାରେ, ଶୀତଳପଡ଼ା ନିକଟ ଡ଼ମ୍ପିଂ ୱାର୍ଡ଼ରେ ଡ଼କାୟତି…

ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ଢ଼େଙ୍କାନାଳ: ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ । ଢ଼େଙ୍କାନାଳ କପିଳାସ ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗାଁରେ ଘଟିଛି ଏହି ଅଘଟଣ । ମୃତକ ହେଲେ ଗୋପାଳପୁର ଗାଁର ଫକୀର ନାୟକ । ସୂଚନା ଅନୁସାରେ, ଫକୀର ବାହାରକୁ ଯାଇ ଫେରୁଥିବାବେଳେ ଘର ପଛପଟ ବାଡ଼ିରେ ତାଙ୍କୁ ଏକ ହାତୀ ଆକ୍ରମଣ…

[ଭିଡ଼ିଓ] ନିଆରା ଚିତ୍ରକଳାରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ସ୍ୱାଧୀନତା ଆନ୍ଦୋଳନର କର୍ଣ୍ଣଧାର ଥିଲେ ସେ । ଦେଶର ସୁଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ । ଭାରତର ସ୍ୱାଧୀନତା ସଂଗ୍ରାମର ଅନିର୍ବାଣ ଦୀପଶିଖା , ତେଜମୟ ବ୍ୟକ୍ତିତ୍ୱ ଓ ଉତ୍ସର୍ଗର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ…

ଧୀରେ ଧୀରେ କମୁଛି କରୋନା ସଂକ୍ରମଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ବିଗତ ୭,୮ ଦିନରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ । ଯଦିଓ କମିବାଟା ଏତେ ଜୋର ନୁହେଁ, କିନ୍ତୁ ଆମର ବର୍ତ୍ତମାନ ପର୍ଯ୍ୟନ୍ତ କମୁଛି । ଟେଷ୍ଟିଂର ମାତ୍ରା କମିନି । ୭୦ ହଜାର ଉପରେ ଟେଷ୍ଟିଂ ରହିଛି । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ…

ଡ୍ରାଗନ ମାନିଲା, ଚୀନରେ ଅଛି ଅରୁଣାଚଳ ପ୍ରଦେଶର ନିଖୋଜ ଯୁବକ

ବେଜିଂ: ଭାରତର ଚାପ ଆଗରେ ମୁଣ୍ଡ ନୁଆଁଇଛି ଡ୍ରାଗନ । ଅରୁଣାଚଳ ପ୍ରଦେଶର ୧୭ ବର୍ଷୀୟ ନିଖୋଜ ଯୁବକ ଚୀନରେ ଥିବା ମାନିଛି ଡ୍ରାଗନ ସେନା । ତେଜପୁରରେ ଲେଫଟନାଂଟ କର୍ଣ୍ଣେଲ ହର୍ଷବର୍ଦ୍ଧନ ପାଣ୍ଡେ କହିଛନ୍ତି ଯେ, ଚୀନ ଆର୍ମି ପାଖରେ ନିଖୋଜ ଯୁବକ ଅଛନ୍ତି ଏବଂ ତାଙ୍କୁ ପଠାଇବା ପାଇଁ ବିଧିବଦ୍ଧ…

ଭାଇରାଲ୍ ଭିଡିଓ: ମାଙ୍କଡର ମୋବାଇଲ ପ୍ରେମ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ୍‌ର ଆଖ୍ୟା ମୁଣ୍ଡାଇଥାଏ । ବିଷୟ ବସ୍ତୁ ଯାହା ବି ଥାଉନା କାହିଁକି, ସବୁ କିଛି ସେୟାରିଂ ଉପରେ ନିର୍ଭର କରେ । ଏଇ ଯେମିତି ମାଙ୍କଡ ଓ ମୋବାଇଲକୁ ନେଇ ଏକ ଭିଡିଓକୁ ବହୁ ଲୋକ ପସନ୍ଦ କରିଛନ୍ତି । Monkeys Shown…

ସମାଜବାଦୀ ପାର୍ଟିରେ ସାମିଲ ହେଲେ ଦେଶର ସବୁଠାରୁ ଡେଙ୍ଗା ବ୍ୟକ୍ତି

ଲକ୍ଷ୍ନୌ:ଉତରପ୍ରଦେଶ ନିର୍ବାଚନ ପାଇଁ ସମସ୍ତ ଦଳ ଜନତାଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ସମାଜବାଦୀ ପାର୍ଟି ଦେଶର ସବୁଠାରୁ ଡେଙ୍ଗା ବ୍ୟକ୍ତିଙ୍କୁ ନିଜ ଦଳରେ ସାମିଲ କରିଛି । ପ୍ରତାପଗଡର ଧର୍ମେନ୍ଦ୍ର ପ୍ରତାପ ସିଂଙ୍କ ଉଚ୍ଚତା ୮ଫୁଟ ୨ ଇଂଚ । ପାର୍ଟି ମୁଖ୍ୟ ଅଖିଳେଶ…

କରୋନା ଯୋଗୁ ବାହାଘର ଘୁଂଚାଇଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

ୱେଲିଂଟନ: ପ୍ରଧାନମନ୍ତ୍ରୀ ହେବ ତ ଏମିତି । ଦେଶରେ କରୋନା ମହାମାରୀର ନୂତନ ଭ୍ୟାରିଏଂଟ ନିୟନ୍ତ୍ରଣକୁ ଆସି ନ ଥିବାରୁ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଂଡା ଅର୍ଡର୍ନ ତାଙ୍କ ବାହାଘର ଘୁଂଚାଇବା ପାଇଁ ନିଷ୍ପତି ନେଇଛନ୍ତି । ଓମିକ୍ରନ ପାଇଁ ପ୍ରଧାନମନ୍ତ୍ରୀ ସତର୍କତା ଅବଲମ୍ବନ କରିବା ସହ…