Latest Odisha News

BREAKING NEWS

ଓଡ଼ିଶା ହାଇକୋର୍ଟରେ ଜୁଲାଇ ୨ ଯାଏ ଭିଡିଓ କନଫରେନ୍ସିଂରେ ମାମଲାର ଶୁଣାଣି

କଟକ: ଭିଡିଓ କନଫରେନ୍ସିଂରେ ଚାଲିବ ହାଇକୋର୍ଟରେ ଶୁଣାଣି । ରାଜ୍ୟରେ ଲକଡାଉନ ବୃଦ୍ଧି ପରେ ଆସନ୍ତା ସୋମବାରଠାରୁ ଜୁଲାଇ ୨ ତାରିଖ ଯାଏ ଭିଡିଓ କନଫରେନ୍ସିଂରେ ମାମଲାର ଶୁଣାଣି ହେବ । ପ୍ରତି କାର୍ୟ୍ୟ ଦିବସରେ ଗୋଟିଏ ଡିଭିଜନ ବେଞ୍ଚ ଓ ୬ଟି ସିଙ୍ଗଲ ବେଞ୍ଚ କାମ କରିବେ । ସକାଳ ସାଢ଼େ ୧୦ଟାରୁ…

କରୋନା ମାନଚିତ୍ରରେ ବଦଳିଲା ଓଡ଼ିଶାର ରଙ୍ଗ, ରେଡ୍ ଜୋନରୁ ବାହାରିଲେ ଏସବୁ ଜିଲ୍ଲା

ଭୁବନେଶ୍ୱର: ଓଡ଼ିଶାରେ କରୋନାର ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ଖସିଛି । ଏବେ ୮ ହଜାର ଭିତରେ ରହୁଛି । ପ୍ରତିଦିନ ଅଧିକ ସୁସ୍ଥ ହେଉଛନ୍ତି । ଆକ୍ଟିଭ୍ କେସ୍ ଖସୁଛି । ପଜିଟିଭ୍ ହାର ୧୦ ପ୍ରତିଶତରୁ ହ୍ରାସ ପାଇଛି । ସଂକ୍ରମଣ ଓ ଆକ୍ଟିଭ୍ କେସ୍ କମୁଥିବା ବେଳେ ବଦଳିଛି କରୋନା ମାନଚିତ୍ରରେ…

ବଢୁଛି କରୋନା ମୃତ୍ୟୁସଂଖ୍ୟା: ୨୪ ଘଣ୍ଟାରେ ଓଡ଼ିଶାରୁ ଗଲା ୪୦ ଜୀବନ

ଭୁବନେଶ୍ୱର: କରୋନା ନେଉଛି ଜୀବନ । ଓଡ଼ିଶାରେ ସଂକ୍ରମଣ କମୁଥିଲେ ବି ମୃତ୍ୟୁସଂଖ୍ୟା ଉପରମୁହାଁ । ୨୪ ଘଣ୍ଟାରେ ଆଉ ୪୦ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ୧୫ ଜିଲଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧାରେ ମୃତ୍ୟୁସଂଖ୍ୟା ପାଞ୍ଚ ଶହ ପାଖାପାଖି ହେଲାଣି…

ଓଡ଼ିଶାରେ ୮ ଲକ୍ଷ ଟପିଲା କରୋନା କେସ୍: ଆଜି ୭୩୯୫ ପଜିଟିଭ୍, ୯ ଜିଲ୍ଲାରେ ଶହେରୁ କମ୍ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ଖସୁଛି କରୋନା କାୟା । ଦୈନିକ ସଂକ୍ରମଣ କମୁଛି । ସୁସ୍ଥ ହେଉଛନ୍ତି ଅଧିକ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭ହାଜର ୩୯୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪ହଜାର ୧୬୯ ପଜିଟିଭି ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…

ପରଲୋକରେ ‘ଶଲା ବୁଢ଼ା’ ଅଟଳ ବିହାରୀ ପଣ୍ଡା

ସମ୍ବଲପୁର : ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କର ପରଲୋକ ଘଟିଛି ।  ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ଗତ କିଛିଦିନ ଧରି ସେପ୍ଟିସିମିଆ ରୋଗରେ ପୀଡ଼ିତ ହୋଇ ସେ ବୁର୍ଲା ଭିମସାରରେ ଚିକିତ୍ସିତ ହେଉଥିଲେ । ସମ୍ବଲପୁରୀ ସିନେମାରେ ତାଙ୍କର କାର୍ଯ୍ୟ ପାଇଁ…

କବିତା : ସଖା

 ଲକ୍ଷ୍ମଣ ସାହୁ  ବିସ୍ତୀର୍ଣ୍ଣ ସାଗର ବେଳାର ବିକ୍ଷିପ୍ତ ବାଲୁକା ରାଶିରେ ଶାମୁକାର ସମାହାରେ ଖୋଜୁଥାଏ ମୋ ଅତୀତ ସ୍ମୃତି ଏବେ ଅନାହତ ଖୁସିର ଶାମୁକାଟିଏ । ଖୋଜୁଥିଲି....... କୋଣାର୍କର ଭଗ୍ନ ମୁଖଶାଳେ ଦେଖୁଥିଲି ଅଭଙ୍ଗା ନର୍ତ୍ତକୀ ନୃତ୍ୟରତା ମୋ ପ୍ରିୟାର ମୁଖ ପାଦର…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା ୫-୬-୨୦୨୧ ଶନିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁନ ତା ୫ ରିଖ ଶନିବାର ବୃଷ ୨୨ ଦିନ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଏକାଦଶୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର-: ଧନୁ ରାଶି ପୁରୁଷ ଓ ତୁଳା ରାଶି…

ଆସନ୍ତାକାଲିଠୁ ସାମ୍ୱାଦିକଙ୍କୁ ଦିଆଯିବ କରୋନା ଟିକାର ଦ୍ବିତୀୟ ଡୋଜ୍

ଭୁବନେଶ୍ବର : ଆସନ୍ତାକାଲିଠାରୁ ଠାରୁ ରାଜଧାନୀରେ ଆରମ୍ଭ ହେବ ସାମ୍ୱାଦିକଙ୍କୁ ଟିକାକରଣ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟ । ବିଏମସି ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ଗୋପବନ୍ଧୁ…

କୋରାପୁଟ ଦଣ୍ଡାବାଡିରେ ହ୍ରାସ ପାଉଛି ମାଓ ଗତିବିଧି

କୋରାପୁଟ : କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ହ୍ରାସ ପାଉଛି ମାଓ ଗତିବିଧି । ଦଣ୍ଡାବାଡିରେ ଥିବା ବିଏସଏଫ କ୍ୟାମ୍ପ ଯବାନଙ୍କୁ ମିଳିଛି ବଡ଼ ସଫଳତା । ମାଓବାଦୀଙ୍କ ଗଡ଼ ସାଜିଥିବା ଦଣ୍ଡାବାଡି ଓ ରାମଗିରି ଅଞ୍ଚଳରେ ଭାଙ୍ଗିବାରେ ଲାଗିଛି ମାଓବାଦୀଙ୍କ ଗଡ଼ । ରାମଗିରି ଓ ଦଣ୍ଡାବାଡ଼ିରେ…

ଚଳିତ ଥର ରଥଯାତ୍ରାର ହେବ ସିଧାପ୍ରସାରଣ

ଭୁବନେଶ୍ୱର: ଚଳିତ ବର୍ଷ ୟୁଟ୍ୟୁବରେ ସିଧାପ୍ରସାରଣ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଏହା ସହ ଦୂରଦର୍ଶନରେ ଲାଇଭ୍ ଟେଲିକାଷ୍ଟ ହେବ। ସ୍ନାନ ଯାତ୍ରା, ଗୁଣ୍ଡିଚା ଯାତ୍ରା, ବାହୁଡା ଯାତ୍ରା, ସୁନାବେଶ ଏବଂ ନୀଲାଦ୍ରି ବିଜେ ଆଦି ନୀତିର ଲାଇଭ୍ କଭରେଜ୍ ମଧ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର…