Latest Odisha News

BREAKING NEWS

୩ଟି ଜେଲର ୪୬ ଅନ୍ତେବାସୀ ଓ ୪୩ କର୍ମଚାରୀ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କରୋନା କାୟା ମେଲାଇ ଚାଲିଛି । ଦୈନିକ ସଂକ୍ରମଣରେ ଲାଗୁନି ବ୍ରେକ୍ । ଦିଲ୍ଲୀ ଜେଲରେ ପଶିଲା କରୋନା । ୩ଟି ଜେଲର ୪୬ ଜଣ ଅନ୍ତେବାସୀ ଓ ୪୩ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାପରେ ଜେଲରେ ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଉଦ୍ୟମ ଚାଲିଛି ।…

ଅଭିନେତ୍ରୀ କିଶ୍ବର ମର୍ଚାଣ୍ଟଙ୍କ ୪ ମାସର ପୁଅକୁ କରୋନା

ମୁମ୍ବାଇ: ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ କିଶ୍ବର ମର୍ଚାଣ୍ଟ ଏବଂ ସୁୟାଶ ରାୟଙ୍କ ୪ ମାସର ପୁଅକୁ କରୋନା। କିଶ୍ବର ଏକ ପୋଷ୍ଟ ଲେଖି ଏ ବିଷୟରେ ସୂଚନା ଦେଇଛନ୍ତି। ୫ ଦିନ ପୂର୍ବରୁ ନିର୍‌ବୈର୍‌ଙ୍କ ନାନୀ କୋଭିଡ୍‌ ସଂକ୍ରମିତ ହୋଇଥିଲେ। ଏହାପରେ ପୁଅ ନିର୍‌ବୈର୍‌ ମଧ୍ୟ କରୋନା…

ଆଜିଠୁ ଦେଶରେ ପ୍ରିକସନ୍ ଡୋଜ୍ ଟିକାକରଣ

ନୂଆଦିଲ୍ଲୀ: ଆଜିଠୁ ଦେଶବ୍ୟାପୀ ଆରମ୍ଭ ହୋଇଛି ପ୍ରିକସନ୍ ଡୋଜ୍ ଟିକାକରଣ । ବିଭିନ୍ନ ସରକାରୀ ଓ ବେସରକାରୀ ଟିକାଦାନ କେନ୍ଦ୍ରରେ ପ୍ରିକସନ୍ ଡୋଜ୍ ଦିଆଯାଉଛି । ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟ ଲାଇନ୍ ୱାର୍କର୍ସ ଓ ୬୦ ବର୍ଷରୁ ଅଧିକ ବହୁବିଧ ରୋଗରେ ପୀଡ଼ିତଙ୍କୁ ଦିଆଯାଉଛି ପ୍ରିକସନ୍ ଡୋଜ୍ ।…

ଦେଶରେ ଦୁଇ ଲକ୍ଷ ମୁହାଁ କରୋନା କେସ୍, ଆକ୍ଟିଭ୍ କେସ୍ ୭ ଲକ୍ଷ ଟପିଲା

ନୂଆଦିଲ୍ଲୀ: ଦେଶରେ ଦୁଇ ଲକ୍ଷ ମୁହାଁ ହେଲାଣି ଦୈନିକ କରୋନା କେସ୍ । କାଲି ଦେଢ଼ ଲକ୍ଷ ପାର କରିଥିଲା । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ଲକ୍ଷେ ୭୯ ହଜାର କରୋନା ଆକ୍ରାନ୍ତ । ଗତକାଲି ଅପେକ୍ଷା ସଂକ୍ରମିତଙ୍କ ସଂଖ୍ୟା ୧୨.୬ ପ୍ରତିଶତ ବଢ଼ିଛି । ଆଜି ଦେଶରେ ପଜିଟିଭ୍ ହାର…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନ ପାଇଁ ଦାୟୀ କିଏ?; ଆଜି ହୋଇପାରେ ଶୁଣାଣି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଉଲ୍ଲଂଘନ ମାମଲାରେ ଏକ ଆବେଦନ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଥିଲା। ଆଜି ସୁପ୍ରିମକୋର୍ଟରେ ଏହା ଉପରେ ଶୁଣାଣି ହୋଇପାରେ। ବରିଷ୍ଠ ଓକିଲ ମନିନ୍ଦର ସିଂ କୋର୍ଟଙ୍କ ତତ୍ତ୍ବାବଧାନରେ ତଦନ୍ତ ପାଇଁ ଦାବି କରିଛନ୍ତି।…

କରୋନା ସଂକ୍ରମଣର ଭୟ: ସୋମବାରରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜ ବନ୍ଦ

ଭୁବନେଶ୍ୱର: ବଢ଼ୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ସୋମବାରଠାରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜ ବନ୍ଦ ରହିବ । କ୍ଲାସରୁମ୍ ପାଠପଢ଼ା ସହିତ ହଷ୍ଟେଲଗୁଡ଼ିକ ମଧ୍ୟ ବନ୍ଦ କରାଯାଇଛି । ଏନେଇ ଘୋଷଣା କରିବା ପରେ ଛାତ୍ରଛାତ୍ରୀ ରବିବାର ସନ୍ଧ୍ୟା ସୁଦ୍ଧା ହଷ୍ଟେଲ ଛାଡ଼ିଛନ୍ତି ।…

ଆଜି ଓଡ଼ିଶାରୁ ୪୮୨୯ କରୋନା ପଜିଟିଭ୍, ୩ ଜିଲ୍ଲାରେ ଦ୍ରୁତ ବଢୁଛି

ଭୁବନେଶ୍ୱର: ରାଜ୍ୟରେ ୫ ହଜାର ମୁହାଁ ହୋଇଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୮୨୯ ପଜିଟିଭ୍ । ୦-୧୮ ଭିତରେ ୪୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୮୨୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୦୦୬ଟି । ସଂକ୍ରମଣରେ ଚିନ୍ତା ବଢ଼ାଇଛନ୍ତି ୩ଟି ଜିଲ୍ଲା…

୫ ରାଜ୍ୟରେ ଟିକା ସାର୍ଟିଫିକେଟରେ ରହିବନି ପ୍ରଧାନମନ୍ତ୍ରୀଙ୍କ ଫଟୋ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ ଟିକା ସାର୍ଟିଫିକେଟରେ ରହିବନି ପ୍ରଧାନମନ୍ତ୍ରୀଙ୍କ ଫଟୋ । ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ଟିକା ନେବା ପରେ ସାର୍ଟିଫିକେଟରେ ଏଣିକି ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବ ନାହିଁ । ଏହା ନିର୍ବାଚନ ଆଚରଣ ବିଧିର…

୧୧ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ଚିନ୍ତାରେ ଚାଷୀ

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା । ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୦ତାରିଖରୁ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ।…

ଆଜିଠୁ ଆରଡି ପୀଠରେ ୧୪୪ ଧାରା, ସର୍ବସାଧାରଣ ଦର୍ଶନ ବନ୍ଦ

ଭଦ୍ରକ: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ କଟକଣା ବି ବଢୁଛି । ଆଜିଠୁ ଭଦ୍ରକ ଜିଲ୍ଲା ପ୍ରମୁଖ ଶୈବପୀଠ ବାବା ଆଖଣ୍ଡଳମଣୀଙ୍କ ପୀଠରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଆସନତା ୩୧ ତାରିଖ ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ…