Latest Odisha News

BREAKING NEWS

ରୋହିଙ୍ଗ୍ୟା ବସ୍ତିରେ ଅଗ୍ନିକାଣ୍ଡ; ୧୨୦୦ ଘର ପାଉଁଶ

ନୂଆଦିଲ୍ଲୀ: ବାଂଲାଦେଶର କକ୍ସ ବଜାରରେ ଥିବା ଏକ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ଖବର ଅନୁଯାୟୀ, ପ୍ରାୟ ୧୨୦୦ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଘରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।…

୧୧ତାରିଖରୁ ସୂର୍ଯ୍ୟମନ୍ଦିରରେ ଆରମ୍ଭ ହେବ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ

କୋଣାର୍କ: ଆସନ୍ତା ୧୧ତାରିଖରୁ ସୂର୍ଯ୍ୟମନ୍ଦିରରେ ଆରମ୍ଭ ହେବ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ । ଏନେଇ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ସୂଚନା ଦେଇଛନ୍ତି । କୋଭିଡ଼ ଗାଇଡ଼ ଲାଇନ୍ ଅନୁଯାୟୀ ସନ୍ଧ୍ୟା ୬ଟା ୩୦ରୁ ସୂର୍ଯ୍ୟମନ୍ଦିର ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ପାଇଁ ପ୍ରସ୍ତୁତି ଚାଲିଛି ।…

ସୁନ୍ଦରଗଡରେ ୪୯୩ କୋଟି ଟଙ୍କାର ୨ଟି ବ୍ୟାରେଜ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ : ସୁନ୍ଦରଗଡବାସୀଙ୍କୁ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ ସଦର ବ୍ଲକ୍ ଅନ୍ତର୍ଗତ କୋପସିଂଗା ଓ କୁଡାବଙ୍ଗା ଠାରେ ୪୯୩ କୋଟି ଟଙ୍କା ବ୍ୟୟ ଅଟକଳରେ ଇବ୍ ନଦୀ ଉପରେ ନିର୍ମାଣ ହେବାକୁ ଥିବା ଦୁଇଟି ବ୍ୟାରେଜର…

ନିଜ ଜନ୍ମଦିନରେ କାହିଁକି ଏପରି ଅବତାର୍ ନେଲେ ହ୍ରିତିକ ରୋଶନ୍‌?

ମୁମ୍ବାଇ: ଆଜି ବଲିଉଡର ଗ୍ରୀକ୍‌ଗଡ୍ ଓରଫ୍ ହ୍ରିତିକ୍ ରୋଶନ୍‌ଙ୍କ ୪୮ତମ ଜନ୍ମଦିନ । ଖାସ ଏହି ମଉକାରେ ହ୍ରିତିକ୍ ଏକ ଭିନ୍ନ ଧରଣର ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଏହି ଫଟୋରେ ସେ କିଛି ହିଣ୍ଟ ଦେବାକୁ ଯାଇ କେବଳ ୱେଧା ବୋଲି ଲେଖିଛନ୍ତି । वेधा . VEDHA#vikramvedha…

ପିଏମ୍‌ ମୋଦୀଙ୍କ ସୁରକ୍ଷା ତ୍ରୁଟି; ସ୍ବତନ୍ତ୍ର କମିଟି ଗଠନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି। ମାମଲାର ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଡିଜି ଏବଂ…

ହାପି ବାର୍ଥ ଡ଼େ’ ହ୍ରିତିକ

ମୁମ୍ବାଇ: ବଲିଉଡ଼ର ମୋଷ୍ଟ୍ ହ୍ୟାଣ୍ଡସମ୍ ହଙ୍କ୍ ଓ ଡ଼୍ୟାସିଙ୍ଗ୍ ଷ୍ଟାରଭାବେ ପରିଚିତ ହ୍ରିତିକ୍ ରୋଶନ୍ । ଆଜି ସେ ତାଙ୍କର ୪୮ତମ ଜନ୍ମଦିନ ପାଳନ କରୁଛନ୍ତି । ହ୍ରିତିକ୍ ରୋଶନଙ୍କ ଷ୍ଟାଇଲ୍, ଫ୍ୟାସନ ଓ ଫିଟନେସକୁ ଆଜିବି ଲୋକେ ଅନୁସରଣ କରିବାକୁ ପସନ୍ଦ କରନ୍ତି । ଫ୍ୟାନ୍ସ, ସେଲିବ୍ରିଟି…

ସାଇନାଙ୍କ ପ୍ରତି ଆଶାଳୀନ ବୟାନ ଦେଇ ଟ୍ରୋଲ ହେଲେ ତାମିଲ ଅଭିନେତା ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ ଓ ତାମିଲ ଫିଲ୍ମର ଅଭିନେତା ସିଦ୍ଧାର୍ଥ ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇ ଟ୍ରୋଲ ହେବାରେ ଲାଗିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥା ଅବହେଳା ନେଇ ଅଲିମ୍ପିକ ପଦକ ବିଜେତା ସାଇନା ଟୁଇଟ…

କାଶୀ ବିଶ୍ୱନାଥ ଧାମର କର୍ମଚାରୀଙ୍କୁ ମୋଦୀଙ୍କ ବିଶେଷ ଉପହାର

ନୂଆଦିଲ୍ଲୀ: କାଶୀ ବିଶ୍ୱନାଥ ଧାମରେ ​​କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରୁ କିଛି ଖାସ୍‌ ଉପହାର ପଠାଇଛନ୍ତି। ମନ୍ଦିରରେ କାମ କରୁଥିବା ଲୋକଙ୍କ ପାଇଁ ଚପଲ ପିନ୍ଧିବା ନିଷେଧ ରହିଥାଏ। ଏଥିପାଇଁ ବିଶେଷ କରି ଶୀତଋତୁରେ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ…

ମହାନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ

ସୋନପୁର : ସୋନପୁରରେ ଅଘଟଣ । ସୋନପୁର ସହରର ମହାନଦୀରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ସ୍ଥାନୀୟ ପଡାର ଲୋକ ସହରରେ ଯାତ୍ରୀ ନିବାସ ସମ୍ମୁଖରେ ଥିବା ପାଚେରୀ ଘାଟ ଠାରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ସେପଟେ ଏହି ଘାଟ ନିକଟରେ ବହୁ…

ସାନ କ୍ୟୁଙ୍କୁ ୪ ବର୍ଷ କାରାଦଣ୍ଡ

ନାପିଦ୍ୱା: ମ୍ୟାନାମାର ପ୍ରତିଷ୍ଠିତ ସମାଜସେବୀ ତଥା ନେତା ଅଙ୍ଗ ସାନ କ୍ୟୁଙ୍କୁ ୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହି ନୋବେଲ ପୁରସ୍କାର ବିଜେତାଙ୍କ ବିରୋଧରେ କରୋନା ନିୟମ ଉଲ୍ଳଂଘନ ଓ ଉତେଜନା ସୃଷ୍ଟିକାରୀ ଭାଷଣର ଅଭିଯୋଗ ଆସିଥିଲା । ସେ ଦେଶରେ ମିଲିଟାରୀ ଶାସନକୁ ତୀବ୍ର ବିରୋଧ…