Latest Odisha News

BREAKING NEWS

ପ୍ରେସରରେ ପୁନାୱାଲା, କହିଲେ ‘ଭ୍ୟାକ୍ସିନ୍ ପାଇଁ ଆସୁଛି ଧମକପୂର୍ଣ୍ଣ କଲ୍’

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନୱାଲା ଅଭିଯୋଗ କରିଛନ୍ତି ଭ୍ୟାକ୍ସିନ୍ ବିତରଣକୁ ନେଇ ତାଙ୍କ ଉପରେ ଚାପ ପଡ଼ୁଛି । ଦେଶର ବିଭିନ୍ନ ଶକ୍ତିଶାଳୀ ବ୍ୟକ୍ତି ଯେଭଳି ମୁଖ୍ୟମନ୍ତ୍ରୀ, ବ୍ୟବସାୟୀ ଏବଂ ଅନ୍ୟମାନେ ପୁନାୱାଲାଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ କରୁଥିବା ସେ ଅଭିଯୋଗ…

ଜୁନ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ CBSE ଦଶମ ଶ୍ରେଣୀ ଫଳାଫଳ

ନୂଆଦିଲ୍ଲୀ: ସିବିଏସଇ ଦଶମ ଶ୍ରେଣୀ ଫଳାଫଳ ପ୍ରକାଶ ଲାଗି ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ୨୧.୫ ଲକ୍ଷ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଜୁନ୍ ତୃତୀୟ ସପ୍ତାହ ସୁଦ୍ଧା ଆସିବ । ପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲିଖିତ ପରୀକ୍ଷାକୁ ବାତିଲ୍ କରିଥିଲା…

ରାଜଧାନୀରେ ୮ ହଜାର ଟପିଲା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ଶନିବାର ରାଜଧାନୀରେ ଚିହ୍ନଟ ୧୦୯୩ଟି ନୂଆ ମାମଲା ସହ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ଟପିଛି । ଶନିବାର ୧୨୧ ଜଣ ସଂକ୍ରମିତ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୯୭୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେହିଭଳି ଦିନକରେ ୫୦୯ ଜଣ କରୋନାରୁ ସୁସ୍ଥ…

ଭୁବନେଶ୍ୱରରେ କୋଭିଡ୍ ଆକ୍ରାନ୍ତଙ୍କ ଲାଗି ଅଭାବ ନାହିଁ ଶଯ୍ୟା: ବିଏମସି କମିଶନର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ି ଚାଲିଛି । ଅନ୍ୟପଟେ କୋଭିଡ୍ ଆକ୍ରାନ୍ତଙ୍କ ଲାଗି ଶଯ୍ୟାର ଅଭାବ ନଥିବା ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଶନିବାର ପ୍ରେସମିଟରେ ବିଏମସି କମିଶନର କହିଛନ୍ତି, ଭୁବନେଶ୍ୱରରେ ସକ୍ରିୟ ସଂକ୍ରମଣ ମାମଲା…

ରିଙ୍ଗରେ ଅଘାତ ପାଇଥିବା ସୁମୋ ରେସଲର ହିବିକ୍ରିୟୁଙ୍କ ପରଲୋକ

ଟୋକିଓ: ଜାପାନରେ ଲୋକପ୍ରିୟ ସୁମୋ ତାରକା ମିତସୁକି ଆମାନୋଙ୍କ ୨୮ ବର୍ଷ ବୟସରେ ପରଲୋକ ହୋଇଛି । ସୁମୋ ଫିଲ୍ଡରେ ହିବିକ୍ରିୟୁ ଭାବେ ପରିଚିତ ଏହି ରେସଲର ମାର୍ଚ୍ଚ ୨୮ରେ ବାଉଟ ବେଳେ ଆଘାତ ପ୍ରାପ୍ତ ହୋଇଥିଲେ । ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଳେ କଚାଡି ଦେବା ବେଳେ ତାଙ୍କ ମୁଣ୍ଡ ମାଡ ହୋଇ ଯାଇଥିଲା…

ରିଲାଏନ୍ସର ମିଶନ ଅକ୍ସିଜେନ୍: ଦୈନିକ ୧୦୦୦ ଟନ୍ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ ସହ ମାଗଣାରେ ଯୋଗାଉଛି…

ମୁମ୍ବାଇ: ସମଗ୍ର ଭାରତ କୋଭିଡ୍ ମହାମାରୀର ଅପ୍ରତ୍ୟାଶିତ ନୂଆ ଲହରକୁ ନେଇ ଗୁରୁତର ସଙ୍କଟର ସମ୍ମୁଖୀନ ହେଉଥିବା ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛି । ସାମ୍ପ୍ରତିକ ସମୟରେ ସମଗ୍ର ଦେଶରେ ଅତି ଗୁରୁତର ରୋଗୀମାନଙ୍କର ଚିକିତ୍ସା ପାଇଁ…

ଟସ୍ ଜିତି ଫିଲ୍ଡିଂ ନିଷ୍ପତି ନେଲେ ରୋହିତ, ଚେନ୍ନାଇର ପ୍ରଥମେ ବ୍ୟାଟିଂ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଜବରଦସ୍ତ ଫର୍ମରେ ଥିବା ଚେନ୍ନାଇ କ୍ରମାଗତ ଷଷ୍ଠ ବିଜୟ ଲକ୍ଷ୍ୟରେ ପଡିଆକୁ…

କରୋନାରୁ ସୁସ୍ଥ ହେଲେ ଆଉ ୫ ହଜାର ୬୩୪ ଜଣ, ଖୋର୍ଦ୍ଧାରୁ ୧୧୪୬

ଭୁବନେଶ୍ୱର: ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ମାମଲା ରେକର୍ଡ ଭାଙ୍ଗୁଥିବା ବେଳେ ୨୪ ଘଣ୍ଟାରେ ସର୍ବାଧିକ ଜଣ ସୁସ୍ଥ ହୋଇଛନ୍ତି । ଆଜି ରାଜ୍ୟରୁ ୫ ହଜାର ୬୩୪ ଜଣ କୋଭିଡ୍ ସଂକ୍ରମିତ ସୁସ୍ଥ ହୋଇଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥିସହ ରାଜ୍ୟରେ ମୋଟ ସୁସ୍ଥ…

କରୋନାରେ ଆଖି ବୁଜିଲେ ଆଉ ଜଣେ ସାମ୍ବାଦିକ

ଭୁବନେଶ୍ୱର: କରୋନାରେ ଆଜି ପୁଣି ଜଣେ ସାମ୍ବାଦିକଙ୍କର ପରଲୋକ ହୋଇଛି । ଭୁବନେଶ୍ୱର ଟାଇମ୍ସ ଅଫ୍ ଇଣ୍ଡିଆର ବରିଷ୍ଠ ସାମ୍ବାଦିକ ପ୍ରୀତିମାନ ମହାପାତ୍ର ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା । କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ…

ଅକ୍ଷୟଙ୍କ ସହ ତୁଳନାରେ ରାଗିଗଲେ ପଞ୍ଜାବ ଅଲରାଉଣ୍ଡର ହରପ୍ରୀତ

ଅହମ୍ମଦାବାଦ: ଆଇପିଏଲର ଶୁକ୍ରବାର ଅନୁଷ୍ଠିତ ମୁକାବିଲାରେ ପଞ୍ଜାବ କିଙ୍ଗ୍‌ସର ଅଲରାଉଣ୍ଡର ହରପ୍ରୀତ ବରାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇଥିଲେ । ଏହା ପରେ ବିଭିନ୍ନ ମହଲରୁ ତାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଲା ।…