Latest Odisha News

ଚେନ୍ନାଇରେ ପ୍ରବଳ ବର୍ଷା; ବନ୍ୟା ଆଶଙ୍କା

ନୂଆଦିଲ୍ଲୀ: ରବିବାର ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁ ଏହାର ଉପାନ୍ତ ଅଞ୍ଚଳର ଦୁଇଟି ସହରର ଜଳଭଣ୍ଡାର ଖୋଲିବାକୁ ଯାଉଥିବାରୁ କର୍ତ୍ତୃପକ୍ଷ ଲୋକମାନଙ୍କୁ ପ୍ରାଥମିକ ବନ୍ୟା ପରିସ୍ଥିତି ଉପୁଜିବା ନେଇ ସତର୍କ କରାଇଦେଇଛନ୍ତି। ଚେନ୍ନାଇ ସହରକୁ ପାନୀୟ ଜଳର ଗୁରୁତ୍ୱପୂର୍ଣ୍ଣ ଉତ୍ସ ଭାବରେ…

ହାପି ବର୍ଥ ଡ଼େ କମଲ ହାସନ

ଚେନ୍ନାଇ: ସୁପରଷ୍ଟାର କମଲ ହାସନ ଆଜି ୬୭ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଦିନରେ ତାଙ୍କ ଇଣ୍ଡଷ୍ଟ୍ରିବନ୍ଧୁ, ପରିବାର ସଦସ୍ୟ ଓ ଫ୍ୟାନ୍ସମାନେ ସୋସିଆଲ ମିଡ଼ିଆରେ ଶୁଭେଚ୍ଛା ଜଣାଇଛନ୍ତି। ଅଭିନେତା ହେବା ସହ କମଲ ହାସନ ନିର୍ମାତା, ନିର୍ଦ୍ଦେଶକ ରହିଆସିଛନ୍ତି। ସେ ତାମିଲ, ତେଲୁଗୁ,…

ସମ୍ବଲପୁର ଟାର୍‌ କାରଖାନାରେ ଅଗ୍ନିକାଣ୍ଡ

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜୟନ୍ତପୁରର ଏକ ଟାର୍ କାରଖାନାରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। କିନ୍ତୁ ଅଗ୍ନିକାଣ୍ଡରେ ବିଭିନ୍ନ ସାମଗ୍ରୀ ଏବଂ ଦ୍ରବ୍ୟର ବ୍ୟାପକ କ୍ଷତି ଘଟିଥିବା ସୂଚନା ମିଳିଛି। ନିଆଁ ଲାଗିବା ଯୋଗୁ…

ରାଜ୍ୟରୁ ୩୧୮ ନୂଆ ଆକ୍ରାନ୍ତ ଚିହ୍ନଟ; ୫୮ ଛୁଆ ପଜିଟିଭ

ଭୁବନେଶ୍ବର: ଗତ କାଲିଠାରୁ ଆଜି ରାଜ୍ୟରେ ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୩୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୫୮ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୮୬ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ…

ଗୁଜୁରାଟ ଖେଡ଼ା ପୋଲିସ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ

ଗୁଜୁରାଟ: ଗୁଜୁରାଟ ଖେଡ଼ା ଜିଲ୍ଲା ପୋଲିସ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, କିଛି ସମୟରେ ପୋଲିସ ଷ୍ଟେସନରେ ଥିବା ଅନେକ ଗାଡ଼ିରେ ନିଆଁ ଲାଗିଯାଇଛି। ସୂଚନା ଅନୁସାରେ, ଖେଡ଼ା ଟାଉନ ପୋଲିସ ଷ୍ଟେସନରେ ନିଆଁ ଲାଗିବା କାରଣରୁ ୨୫ରୁ ଅଧିକ ଗାଡ଼ି ପୋଡ଼ି…

କମୁନି ପ୍ରଦୂଷଣ; ଚିନ୍ତାରେ ରାଜଧାନୀବାସୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ଏବେ ବି ଅତ୍ୟନ୍ତ ଖରାପ ରହିଛି। ଏୟାର କ୍ୱାଲିଟି ଏବଂ ପାଣିପାଗ ପୂର୍ବାନୁମାନ ଏବଂ ଅନୁସନ୍ଧାନ (SAFAR) ଦବାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ରବିବାର ସକାଳେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୪୩୬ ରେ ପଞ୍ଜୀକୃତ ହେବା ସହିତ ଦିଲ୍ଲୀର ବାୟୁ…

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଡ୍ରୋନ୍‌ ହମ୍‌ଲା; ଅଳ୍ପକେ ବର୍ତ୍ତିଲେ

ନୂଆଦିଲ୍ଲୀ: ଏକ ବିସ୍ଫୋରକ ବୋଝେଇ ଡ୍ରୋନ୍ ଇରାକର ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ-କାଦମିଙ୍କ ବାସଭବନ ଉପରେ ହମ୍‌ଲା କରିଥିବା ସୂଚନା ମିଳିଛି। ରବିବାର ସକାଳେ ଏହି ଆକ୍ରମଣ ହୋଇଥିବା ଜଣାଯାଇଛି। ତେବେ ଇରାକ ପ୍ରଧାନମନ୍ତ୍ରୀ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ଏହାକୁ…

ମନ୍ତ୍ରୀ ନବାବ ମଲିକଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କଲେ ୱାଙ୍ଖଡେଙ୍କ ବାପା

ନୂଆଦିଲ୍ଲୀ: ସମୀର ୱାଙ୍ଖଡେଙ୍କ ପିତା ବମ୍ବେ ହାଇକୋର୍ଟରେ ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନବାବ ମଲିକଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ମୁମ୍ବାଇର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଜୋନାଲ ନିର୍ଦ୍ଦେଶକ ଥିବା ସମୀର ୱାଙ୍ଖଡେଙ୍କୁ ଆର୍ୟନଙ୍କ ଗିରଫ ପରଠୁ ଅନେକ…

ଆଜି ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ

ଦିଲ୍ଲୀ: ଆଜି ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ। କରୋନାକୁ ଦୃଷ୍ଟିରେ ରଖି ଭର୍ଚୁଆଲ ବୈଠକ କରାଯିବ ବୋଲି ନିଷ୍ପତି ନିଆଯାଇଛି। ସକାଳ ୧୦ଟାରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ହେବ। ଏହା ଅପରାହ୍ନ ୩ଟାରେ ଶେଷ ହେବ। ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନରୁ ଆରମ୍ଭ ହେବ…

୨୧ ଜଣଙ୍କୁ ମିଳିଲା ‘ସାଧୁତା ଗୌରବ ସମ୍ମାନ’

ଭୁବନେଶ୍ୱର : ଓଡ଼ିଆ ସାପ୍ତାହିକ ସମ୍ବାଦପତ୍ର ‘ସାଧୁତା’ର ୬ଷ୍ଠ ସ୍ୱନକ୍ଷତ୍ର ଉତ୍ସବ ଜଗନ୍ନାଥଙ୍କ ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ଦ୍ୱାରା ସ୍ଥାନୀୟ ଲୋହିଆ ଏକାଡେମୀଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ‘ସାଧୁତା’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ ହେବା ସହିତ ,…