Latest Odisha News

BREAKING NEWS

ଅକ୍ଷୟ କୁମାରଙ୍କ ପରେ କରୋନା ସଂକ୍ରମିତ ହେଲେ ଗୋବିନ୍ଦା

ମୁମ୍ବାଇ:  ବଲିଉଡରେ କରୋନା ପ୍ରକୋପ ବଢୁଛି । ବଲିଉଡ କଳାକାର ମାନେ କରୋନା ସଂକ୍ରମିତ ହେବାରେ ଲାଗିଛନ୍ତି । ଆଜି ପ୍ରଥମେ ଅକ୍ଷୟ କୁମାର କରୋନା ପଜିଟିଭ୍ ହୋଇଥିବା ଖବର ଆସିଥିଲା । ଏବେ ଗୋବିନ୍ଦା ବି କରୋନା ସଂକ୍ରମିତ ହୋଇଥିବା ଖବର ଆସିଛି । ଗୋବିନ୍ଦା ହୋମ୍‌ କ୍ବାରେଣ୍ଟାଇନ୍‌ରେ ଅଛନ୍ତି…

‘ଆସାମ, ବେଙ୍ଗଲ, ତାମିଲନାଡୁ ଓ ପୁଡୁଚେରୀରେ ବିଜେପି ସରକାର କରିବ’

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଦୃଢ଼ତା ସହକାରେ କହିଛନ୍ତି ଆମେ ଏଥର ଆସାମ, ବେଙ୍ଗଲ, ତାମିଲନାଡୁ ଓ ପୁଡୁଚେରୀରେ ସରକାର ଗଠନ କରିବୁ । କେରଳରେ ସରକାର ଗଠନ ନେଇ ସେ ସ୍ପଷ୍ଟ କରି କହି ନ ଥିଲେ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି । ଆସାମର ବିଜେପି…

ଆଉ ନାହାଁନ୍ତି ବର୍ଷିଆନ ଅଭିନେତ୍ରୀ ଶଶିକଳା

ନୂଆଦିଲ୍ଲୀ: ବଲିଉଡର ବର୍ଷିଆନ ଅଭିନେତ୍ରୀ ଶଶିକଳାଙ୍କ ପରଲୋକ ହୋଇଛି । ୮୮ ବର୍ଷ ବୟସରେ ମୁମ୍ବାଇର କୋଲାବାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ୭୦ ଦଶକରେ ସେ ବଲିଉଡରେ ଅନେକ ଫିଲ୍ମରେ ହିରୋଇନ୍ ଏବଂ ଭିଲେନ୍ ଭୂମିକାରେ ନଜର ଆସିଥିଲେ ।  ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ଶଶିକଳା…

ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ, ସହିଦ ଯବାନଙ୍କ ସଂଖ୍ୟା ୨୪କୁ ବୃଦ୍ଧି, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ବିଜାପୁର: ଛତିଶଗଡ ବିଜାପୁରରେ ମାଓବାଦୀ ଆକ୍ରମଣରେ ସହିଦ ଯବାନଙ୍କ ସଂଖ୍ୟା ୨୪କୁ ବୃଦ୍ଧି ହୋଇଛି । ଆଜି ଚାଲିଥିବା ସର୍ଚ୍ଚ ଅପରେସନରେ ଆଉ ୨ ଜଣ ସହିଦ ଯବାନଙ୍କ ମରଶରୀର ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ଛତିଶଗଡ ପୋଲିସ ଅଧିକାରୀ ।  ସେପଟେ ବିଜାପୁରରେ ମାଓବାଦୀଙ୍କ ବର୍ବର କାଣ୍ଡକୁ…

ଗାତରେ ଗୋଡ ପଡିଯିବାରୁ ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ ଆହତ

ଭୁବନେଶ୍ବର: ଗାତରେ ଗୋଡ ପଡିଯିବାରୁ ବରିଷ୍ଠ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଆହତ ହୋଇଛନ୍ତି । ତାଙ୍କର ବାମ ଗୋଡରେ ଆଘାତ ଲାଗିଛି । ଆଜି ସକାଳେ ବିଧାୟକ ଭୁବନେଶ୍ୱର ସ୍ଥିତ ରିଜିଓନାଲ ପାର୍କରେ ମର୍ଣ୍ଣିଂ ୱାର୍କ କରିବାକୁ ଯାଇଥିଲେ । ସେଠାରେ ଅନ୍ୟମନସ୍କ ଭାବେ ତାଙ୍କ ଗୋଡ ଏକ ଗାତରେ…

୭ କର୍ମଚାରୀ କରୋନା ସଂକ୍ରମିତ, ଏସବିଆଇ ମୁଖ୍ୟ ଶାଖା ସିଲ୍

ଭୁବନେଶ୍ୱର: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ମୁଖ୍ୟ ଶାଖାର ୭ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ରବିବାର ଦିନ ଅଫିସକୁ ସିଲ୍ କରିଛି। ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ସୂଚନା ଅନୁଯାୟୀ ୟୁନିଟ୍ ୧…

ଉତ୍ତରପ୍ରଦେଶର ଏକ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ୍‌ରେ ଦୁର୍ଘଟଣା, ୧୩ ଶ୍ରମିକ ଆହତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଏକ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ୍‌ରେ ଦୁର୍ଘଟଣା । ପ୍ଲାଣ୍ଟ୍‌ର ଗୋଟିଏ ୟୁନିଟ୍‌ରେ ଆଜି ସକାଳେ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଗୋଟାଏ ବଏଲର୍‌ର ଟିଣ ଛପର ଖସିପଡ଼ିବାରୁ ଦୁର୍ଘଟଣା ଘଟିଛି । ଏଥିରେ ୧୩ଜଣ ଶ୍ରମିକ ଆହତ ହୋଇଛନ୍ତି ।  ‘ଲାଙ୍କୋ ଆନପାରା…

ଭୁବନେଶ୍ୱର ରେଳଷ୍ଟେସନରେ ୨ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ରେଳଷ୍ଟେସନରେ‌ ରବିବାର ଦିନ ୨ ଜଣ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ଦୁଇ ସଂକ୍ରମିତ ଯାତ୍ରୀଙ୍କ କଣ୍ଟାକ୍ଟ ଟ୍ରେସିଂ ଏବଂ…

ରାଜ୍ୟରେ ଦିନ ବେଳା ଲାଗୁ ହୋଇପାରେ କର୍ଫ୍ୟୁ: ବାଚସ୍ପତି

ଭୁବନେଶ୍ୱର: ଦିନବେଳା କଟକଣା ଆହୁରି କଡାକଡି ହେବ । ରାଜ୍ୟରେ ଦିନ ବେଳା କର୍ଫ୍ୟୁ ଲାଗୁ ହୋଇପାରେ । ୩ରୁ ୪ ଦିନ ମଧ୍ୟରେ ଏନେଇ ସରକାର ନିଷ୍ପତ୍ତି ନେଇପାରନ୍ତି ବୋଲି ଜଣାପଡିଛି । ସଂକ୍ରମଣ ଯେଉଁ ସ୍ଥାନରେ ବଢୁଛି ସେଠାରେ କର୍ଫ୍ୟୁ ଲାଗୁ ହେବା ନେଇ ବିଚାର ଚାଲିଛି ।  ରାଜ୍ୟରେ କରୋନା…

ଏବେ ଚନ୍ଦକା ଅଭୟାରଣ୍ୟରେ ନେଇପାରିବେ ବୋଟିଂ ମଜା

ଭୁବନେଶ୍ୱର: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଭୁବନେଶ୍ୱର ଉପକଣ୍ଠସ୍ଥ ଚନ୍ଦକା ହାତୀ ଅଭୟାରଣ୍ୟର ଡେରାସ ଡ୍ୟାମରେ ବୋଟିଂ ସୁବିଧା ଆରମ୍ଭ କରାଯାଇଛି। ବନ ବିଭାଗ ପକ୍ଷରୁ ଦୀର୍ଘ ଦିନ ଧରି ଏହି ସୁବିଧା ଯୋଗାଇଦେବାକୁ ଯୋଜନା କରାଯାଇଥିଲା ବେଳେ ଏହା ଶନିବାର ଠାରୁ ଆରମ୍ଭ ହୋଇଛି।…