କବିତା : ମୂଳ
ରାମକୃଷ୍ଣ
ବ୍ୟକ୍ତିଗତ ବୋଲି ଆଉ କିଛି ନାହିଁ
ଏବେ ମୋର ଶୋଇବା ଘର
ନିବୁଜ ସିନ୍ଦୁକ, ଗୁପ୍ତ ଡାଏରୀର ପ୍ରତି ପୃଷ୍ଠା
ଓ ଛାତି ତଳ ଢବା ଘରକୁ
ଧସେଇ ପଶିଛି ପୃଥିବୀ
ନିଜକୁ ପଛ କରି
ସମୟର ଚିତ୍ର ଆଙ୍କିବା ବେଳେ
ଖୋଲି ଯାଇଛି ସବୁ ଝରକା କବାଟ
ଗୁପ୍ତ ଖମାରର, ହୃଦୟ ଓ ଆୟୂଷର,…