Latest Odisha News

BREAKING NEWS

ମିଛ ଅଭିଯୋଗ କରି ଫସିଲେ ପାକିସ୍ତାନୀ ଗାୟିକା ମିଶା ଶାଫି, ୩ ବର୍ଷ ଜେଲ

ନୂଆଦିଲ୍ଲୀ: ଅଲି ଜାଫରଙ୍କ ବିରୋଧରେ ଯୌନ ଶୋଷଣର ମିଛ ଅଭିଯୋଗ କରି ଫସିଲେ ପାକିସ୍ତାନୀ ଗାୟିକା ମିଶା ଶାଫି ।  ୨ ବର୍ଷ ପୂର୍ବରୁ ପାକିସ୍ତାନୀ ଗାୟିକା ତଥା ଅଭିନେତ୍ରୀ ମିଶା ଶାଫି ଅଭିନେତା ତଥା ଗାୟକ ଅଲି ଜାଫରଙ୍କ ବିରୋଧରେ ଅସଦାଚରଣ ଆରୋପ ଲଗାଇଥିଲେ । ଏହାସହ ଖରାପ ଉଦ୍ଦେଶ୍ୟରେ…

ଦଣ୍ଡିତ ହେଲେ ଭାରତୀୟ ଖେଳାଳି

ଅହମ୍ମଦାବାଦ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତୀୟ ଦଳ ଧିମା ବୋଲିଂ ହାର ନେଇ ଦଣ୍ଡିତ ହୋଇଛନ୍ତି । ସମସ୍ତ ସଦସ୍ୟଙ୍କ ୨୦ ପ୍ରତିଶତ ମ୍ୟାଚ ଫି’ କଟାଯାଇଛି । ଆଇସିସି ଏଲିଟ ପ୍ୟାନେଲ ମ୍ୟାଚ ରେଫରି ଜଭାଗଲ ଶ୍ରୀନାଥ ବିରାଟ କୋହଲି ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଉପରେ ଏହି…

ରାଜ୍ୟରେ ଆଜି ସୁସ୍ଥ ହେଲେ ଆଉ ୭୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୦ କରୋନା ଆକ୍ରାନ୍ତ । ଏମାନେ ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ସମ୍ବଲପୁରରୁ ସର୍ବାଧିକ ୧୧ ଜଣ ସୁସ୍ଥ ହୋଇଥିବା ବେଳେ, ବାଲେଶ୍ବର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରୁ ୭ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି…

ବ୍ରାଜିଲର ମହାନ ଖେଳାଳି ପେଲେଙ୍କ ରେକର୍ଡ ଭାଙ୍ଗିଲେ ରୋନାଲ୍ଡୋ

ନୂଆଦିଲ୍ଲୀ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ସୋମବାର ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ସେ ବ୍ରାଜିଲର ମହାନ ଖେଳାଳି ପେଲେଙ୍କ ସର୍ବାଧିକ ଗୋଲ ରେକର୍ଡ ଭାଙ୍ଗିଛନ୍ତି । ପେଲେ ୭୬୭ ଓଭରାଲ ଗୋଲ ସ୍କୋର କରିଥିବା ବେଳେ ରୋନାଲ୍ଡୋ ୭୭୦ ଗୋଲ…

ମଲ୍ଟିପ୍ଲେକ୍ସ ସହ ପ୍ରତିଯୋଗିତା କରିବାକୁ ପ୍ରସ୍ତୁତ ହେଲା ରାଜଧାନୀର ପୁନଃନିର୍ମିତ ସ୍ୱାତୀ ସିନେମା ହଲ

ଭୁବନେଶ୍ୱର: ରାଜଧାନୀରେ ସିନେପଲିସ୍ ଓ ଆଇନକ୍ସ ଭଳି ମଲ୍ଟିପ୍ଲେକ୍ସ ସ୍କ୍ରିନରେ ଫିଲ୍ମ ଦେଖିବାକୁ ଦର୍ଶକ ପସନ୍ଦ କରୁଥିବା ଦେଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ସହରର ବହୁ ପୁରୁଣା ଏସ୍ କମ୍ପେ୍ଳକ୍ସର ସ୍ୱାତୀ ସିନେମା ହଲକୁ ଏପରି ନୂଆ ଢଙ୍ଗରେ ପ୍ରସ୍ତୁତ କରାଯାଇଛି । ପୁନଃନିର୍ମାଣ କରାଯାଇ…

ଚେସ୍‌ ଗ୍ରାଣ୍ଡମାଷ୍ଟର୍‌ ସ୍ବୟମ୍ସ ମିଶ୍ର ଓ ପ୍ରଶିକ୍ଷକ ଅରୁଣ ଦାସ ପାଇବେ ଓସ୍‌ଜା ପୁରସ୍କାର

ଭୁବନେଶ୍ବର: ସ୍ବୟମ୍ସ ମିଶ୍ର ଓ ଅରୁଣ ଦାସ ପାଇବେ ଓସ୍‌ଜା ପୁରସ୍କାର । ଓଡ଼ିଶାର ଦ୍ବିତୀୟ ଚେସ୍‌ ଗ୍ରାଣ୍ଡମାଷ୍ଟର୍‌ ସ୍ବୟମ୍ସ ମିଶ୍ର ଏବଂ ଖେଳାଳିରୁ ସଫଳ ପ୍ରଶିକ୍ଷକ ପାଲଟିଥିବା ଅରୁଣ ଦାସଙ୍କୁ ଚଳିତ ବର୍ଷର ବାର୍ଷିକ ଓସ୍‌ଜା (ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ) ପୁରସ୍କାର ପ୍ରଦାନ କରାଯିବ ।…

ଷ୍ଟ୍ରିଟ୍ କ୍ରାଇମ୍ ରୋକିବାକୁ କମିଶନରେଟ୍ ପୋଲିସ ଜାରି କଲା ହ୍ୱାଟ୍ସଆପ୍ ନମ୍ବର

ଭୁବନେଶ୍ୱର: କମିଶନରେଟ୍ ପୋଲିସର ମୁଣ୍ଡବ୍ୟଥା ବଢାଇଛି ସହରରେ ବଢ଼ୁଥିବା ଅପରାଧ । ଛିନତାଇରୁ ରାହାଜାନୀ ଆଉ ମର୍ଡର ସବୁକିଛି ଦିନ ଦ୍ୱିପ୍ରହରରେ ଘଟୁଛି ରାଜଧାନୀର ରାସ୍ତାରେ । ଏସବୁ ଉପରେ ଲଗାମ୍ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ବିଚ୍ ରାସ୍ତାରେ କୌଣସି ଅପରାଧ…

ପୁରୀ ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ, ଜଳିଗଲା ୩ଟି ବସ୍

ପୁରୀ : ପୁରୀ ବସଷ୍ଟାଣ୍ଡରେ ଅଭାବନୀୟ ଘଟଣା । ବସଷ୍ଟାଣ୍ଡରେ ନିଆଁ ଲାଗି ଜଳିଗଲା ୩ଟି ବସ୍ । ବସଷ୍ଟାଣ୍ଡରେ ୩ଟି ବସ୍ ଛିଡା ହୋଇଥିବା ବେଳେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ ବସଟି ଜଳୁଥିବା ବେଳେ, ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନା ଅନୁସାରେ,…

ଉଦଘାଟିତ ହେଲା କୃଷି ଓଡ଼ିଶା ୨୦୨୧

ଭୁବନେଶ୍ବର : ଉଦଘାଟିତ ହୋଇଛି କୃଷି ଓଡ଼ିଶା ୨୦୨୧ । ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ କୃଷି ଓଡ଼ିଶାକୁ ଭିଡିଓ କନଫରେନ୍ସ ଜରିଆରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ସାଥିରେ…

ମମତାଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଲେ ଶୁଭେନ୍ଦୁ

କୋଲକାତା: ବିଜେପିର ଶୁଭେନ୍ଦୁ ଅଧିକାରୀ ସୋମବାର ମୁଖ୍ୟମନ୍ତ୍ରୀ ତଥା ଟିଏମସିର ମୂଖ୍ୟ ମମତା ବାନାର୍ଜୀଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ନାମାଙ୍କନ ପତ୍ର ସତ୍ୟପାଠରେ ମମତା ତାଙ୍କ ବିରୋଧରେ ଥିବା ୬ ମାମଲାର ତଥ୍ୟ ଦେଇ ନାହାନ୍ତି । ଶୁଭେନ୍ଦୁ ଏ ନେଇ ନିର୍ବାଚନ ଆୟୋଗଙ୍କ…