Latest Odisha News

BREAKING NEWS

ଅକ୍ଟୋବରରେ ହୋଇଥିବା ମୁମ୍ବାଇର ବିଦ୍ୟୁତ କାଟ୍‌ ପଛରେ ରହିଛି ଚୀନ୍‌ର ହାତ!

ନୂଆଦିଲ୍ଲୀ: ଗତ ବର୍ଷ ଜୁନ୍ ମାସରେ ଲଦାଖର ଗାଲଭାନ୍ ଘାଟିରେ ଚୀନ୍‌ ଏବଂ ଭାରତୀୟ ସେନାଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏହି ଘଟଣାର ପ୍ରାୟ ୧୦ ମାସ ପରେ ସୀମାରେ ଥିବା ଉତ୍ତେଜନାକୁ ହ୍ରାସ କରିବାକୁ ଦୁଇ ସୈନ୍ୟଙ୍କ ମଧ୍ୟାର ଏକ ଚୁକ୍ତିନାମା ହୋଇଥିଲା ଯାହାପରେ ସେମାନେ ଏଥିରୁ…

ପୂର୍ବତନ ବୋଲର ସଲିଲ ଅଙ୍କୋଲା କୋଭିଡ ୧୯ରେ ସଂକ୍ରମିତ,ପୋଷ୍ଟ ଲେଖି କହିଲେ- ‘ଏହା ଅତ୍ୟନ୍ତ ଭୟାନକ’

ମୁମ୍ବାଇ: ଅଭିନେତା ତଥା ପୂର୍ବତନ ବୋଲର ସଲିଲ ଅଙ୍କୋଲାଙ୍କ କୋଭିଡ-୧୯ ଟେଷ୍ଟ ପଜିଟିଭ ବୋଲି ଜଣାପଡିଛି । ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସେ ଏହାର ସୂଚନା ଦେଇଛନ୍ତି । ସଲିଲ ତାଙ୍କ ଇନଷ୍ଟାଗ୍ରାମରେ ହସପିଟାଲର ଏକ ଫଟୋ ସେୟାର କରିଛନ୍ତି । କୋଭିଡ ୧୯ ଦ୍ୱାରା ସଂକ୍ରମିତ ହେବା ପରେ…

ଟିକା ନେବା ପରେ ନର୍ସଙ୍କଠାରୁ ଏହି ବିଷୟରେ ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସୋମବାର ଦିନ ଭାରତରେ ଦ୍ବିତୀୟ ପର୍ଯ୍ୟାୟ କରୋନାଭାଇରସ୍ ଟିକାକରଣ ଆରମ୍ଭ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ବ୍ୟକ୍ତି ଭାବରେ କୋଭିଡ୍‌-୧୯ ଟିକା ଗ୍ରହଣ କରିଛନ୍ତି। ଦିଲ୍ଲୀର AIIMS ରେ ଆଜି ଭାରତ ବାୟୋଟେକର କୋଭାକ୍ସିନ ଟିକା ନେଇଛନ୍ତି ପ୍ରଧାନମନ୍ତ୍ରୀ…

ଟିଏମସି ସାଂସଦ ନୁସରତ ଜହାନ କରୋନା ସଂକ୍ରମିତ, ସମସ୍ତ କାର୍ଯ୍ୟକ୍ରମ ବାତିଲ

ନୂଆଦିଲ୍ଲୀ: ବଙ୍ଗଳା ନିର୍ବାଚନ ପୂର୍ବରୁ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜହାନ କୋଭିଡ୍ ୧୯ ରେ ସଂକ୍ରମିତ ହୋଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ନୁସରତଙ୍କର ସମସ୍ତ ମିଟିଙ୍ଗ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ନୁସରତଙ୍କର କରୋନା ପଜିଟିଭ୍ ହେବାର ପ୍ରଭାବ…

ବାଳୁଙ୍ଗା ପୁଅ: ଟଙ୍କା ନଦେବାରୁ ବାପାଙ୍କୁ ହାଣିଲା

ଢେଙ୍କାନାଳ: ପୁଅ ବାପାକୁ ହାଣିଲା । ଟଙ୍କା ମାଗିବାରୁ ବାପା ଦେଲେ ନାହିଁ । ଏତିକିରେ ରାଗିଗଲା ବାଳୁଙ୍ଗା ପୁଅ । କାତିରେ ବାପାଙ୍କ ଉପରେ ଚୋଟ ପକାଇଲା । ଢେଙ୍କାନାଳ ଜିଲ୍ଲା ସଦର ଥାନା ପାରିଖେଦା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଟଙ୍କା ନ ଦେବାରୁ ଉତ୍‌କ୍ଷିପ୍ତ ହୋଇ ବାପାକୁ କାତିରେ…

ପୁଣି ବଢ଼ିଲା ଏଲପିଜି ଗ୍ୟାସ୍ ସିଲିଣ୍ଡର୍ ଦାମ୍

ନୂଆଦିଲ୍ଲୀ: ଏଲପିଜି ଗ୍ୟାସ ସିଲିଣ୍ଡର ଦାମ ପୁଣିଥରେ ବୃଦ୍ଧି ପାଇଛି । ଯେଉଁଥିପାଇଁ ସାଧାରଣ ଜନତାଙ୍କୁ ଝଟକା ଲାଗିଛି । ସୋମବାର ମାର୍ଚ୍ଚ ୧ ତାରିଖକୁ ଏଲ୍ପିଜି ଗ୍ୟାସ ସିଲିଣ୍ଡର ଦାମ ପୁଣି ୨୫ ଟଙ୍କା ବୃଦ୍ଧି ପାଇଛି । ସପ୍ତାହେ ମଧ୍ୟରେ ଦୁଇଥର ସିଲିଣ୍ଡର ଦାମ ବୃଦ୍ଧି ପାଇଛି । ଦର ଦାମ…

ଏହି ଦିନ ପ୍ରେକ୍ଷାଳୟକୁ ଆସିବ ରଣବୀର ଏବଂ ପରିନୀତି ଅଭିନୀତ ଫିଲ୍ମ ‘ଆନିମଲ’

ନୂଆଦିଲ୍ଲୀ: ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ରଣବୀର କପୁର ଏବଂ ପରିନୀତି ଚୋପ୍ରାଙ୍କ ଅଭିନୀତ 'ଆନିମଲ' ୨୦୨୨ ଦଶହରା ଅବସରରେ ମୁକ୍ତିଲାଭ କରିବ। ଚଳଚ୍ଚିତ୍ର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ନିଜେ ଏହି ଖବର ସୋସିଆଲ ମିଡିଆରେ ଘୋଷଣା କରିଥିଲେ। ନିର୍ମାତାମାନେ ନୂଆ ବର୍ଷରେ ଏକ…

ସର୍ଜରୀ ପରେ ଫଟୋ ସେୟାର କଲେ ବିଗ୍ ବି

ମୁମ୍ୱାଇ: ସର୍ଜରୀ ସସପେନ୍ସ ଉପରୁ ପରଦା ହଟାଇଲେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ । ବ୍ଲଗ ଯୋଗେ ନିଜ ଫ୍ୟାନଙ୍କ ସହ ସ୍ୱାସ୍ଥ୍ୟବସ୍ଥା ସେୟାର କରିଛନ୍ତି । ବିଗ ବି କହିଛନ୍ତି ତାଙ୍କ ଆଖିରେ ସେ ଅସ୍ତ୍ରୋପଚାର କରାଇଛନ୍ତି । ଏବେ ସେ ସୁସ୍ଥ ଅଛନ୍ତି । ସୁସ୍ଥତା କାମନା ସହ ତାଙ୍କ ପାଇଁ…

ଓଡ଼ିଶାରୁ ୮୬ ନୂଆ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୮୬ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ମୋଟ୍ ସଂକ୍ରମିତ ସଂଖ୍ୟା ୩ ଲକ୍ଷ ୩୭ ହଜାର ୨୭୭ରେ ପହଞ୍ଚିଛି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।…

ଅଫଲାଇନରେ ବି ହୋଇପାରିବ ଟିକାକରଣ ପାଇଁ ପଞ୍ଜିକରଣ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବରିଷ୍ଠ ନାଗରିକଙ୍କୁ ଟିକାକରଣ । ସେମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି । କୋ-ଓ୍ୱିନ୍ ଆପରେ ରେଜିଷ୍ଟ୍ରେସନ କରାଯାଉଛି । ରାଜ୍ୟରେ ଅଫଲାଇନରେ ବି ପଞ୍ଜିକରଣ କରିପାରିବେ । ଏନେଇ ସବୁ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ…