Latest Odisha News

BREAKING NEWS

ରାଜଧାନୀରେ ଫୁଲ ତୋଳୁଥିବା ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଲୁଟେଲା

ଭୁବନେଶ୍ୱର: ରାଜଧାନୀରେ ମର୍ଣ୍ଣିଂ ଲୁଟେରାଙ୍କ ଆତଙ୍କରାଜ । ନିଳାଦ୍ରୀ ବିହାର ଅଞ୍ଚଳରେ ଫୁଲ ତୋଳୁଥିବା ବେଳେ ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍ । ବାଇକରେ ଆସିଥିଲେ ତିନି ଜଣ ଦୁର୍ବୃତ୍ତ । ମହିଳାଙ୍କୁ ଆକ୍ରମଣ କରି ତାଙ୍କଠାରୁ ସୁନା ଚେନ୍ ଲୁଟିଥିଲେ । ଏମିତିବେଳେ ମହିଳାଙ୍କ…

ବିଲ ଭିତରୁ ଯୁବତୀଙ୍କ ଅଧାପୋଡ଼ା ମୃତଦେହ ଠାବ

ବିନିକା(ସୁବର୍ଣ୍ଣପୁର): ବିଲ ଭିତରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ତୁଲୁଣ୍ଡୁପାଲି ଗାଁ ନିକଟ ବିଲରେ ପଡିଛି ମୃତଦେହ । କିଛି ଦୂରରେ ଡ୍ରେସ, ଚପଲ, ବ୍ୟାଗ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଛି । କେହି ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ…

କୃଷି ବିଭାଗର ପ୍ରମୁଖ ପଦବୀରେ ନିଯୁକ୍ତ ହେଲେ ଭାରତୀୟ-ଆମେରିକୀୟ ଶକ୍ତି ବିଶେଷଜ୍ଞ: ଆମେରିକା

ନୂଆଦିଲ୍ଲୀ: ବାଇଡେନ୍ ପ୍ରଶାସନ ଜଣେ ଭାରତୀୟ-ଆମେରିକୀୟ ଜଳବାୟୁ ଏବଂ ଶକ୍ତି ବିଶେଷଜ୍ଞଙ୍କୁ ତିନି ବର୍ଷ ଧରି ଭାରତର ଗ୍ରାମାଞ୍ଚଳରେ ସୌର ଶକ୍ତି ସମାଧାନରେ ନିୟୋଜିତ କରି କୃଷି ବିଭାଗରେ ଏକ ପ୍ରମୁଖ ପଦବୀରେ ନିଯୁକ୍ତ କରିଛି। ସୋମବାର ବିଦିଶା ଭଟ୍ଟାଚାର୍ଯ୍ୟଙ୍କୁ ଫାର୍ମ ସର୍ଭିସ…

ଦେଶରୁ ଆଜି ୧୦ହଜାର କରୋନା ପଜିଟିଭ୍, ସୁସ୍ଥ ହେଲେ ୧୩ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କୋଟିଏ ୧୦ ଲକ୍ଷ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି କମ୍ । ସୁସ୍ଥ ହୋଇଛନ୍ତି ଅଧିକ । ଦିନକରେ ୧୦ହଜାର ୫୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୩ହଜାର ୨୫୫ ସଂକ୍ରମିତ । ଦେଶରେ କରୋନା ଆକ୍ରାନ୍ତଙ୍କ…

ସାଇକେଲ ଚଢ଼ି ବିଧାନସଭା ଆସିଲେ କଂଗ୍ରେସ ବିଧାୟକ, ତୈଳ ଦର ବୃଦ୍ଧି ପ୍ରତିବାଦ

ଭୁବନେଶ୍ୱର: ତୈଳ ଦର ବୃଦ୍ଧିରେ ଲାଗୁନି ବ୍ରେକ । ଶହେ ଟଙ୍କା ପାଖାପାଖି ହେଲାଣି ପେଟ୍ରୋଲ ଓ ଡିଜେଲ ଦାମ୍ । ତୈଳ ଦର ବୃଦ୍ଧିର ପ୍ରତିବାଦରେ ସାଇକେଲ୍ ଚଢ଼ି ବିଧାନସଭା ଆସିଲେ କଂଗ୍ରେସ ବିଧାୟକ । ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସାଇକେଲ୍ ଚଳାଇ ବିଧାନସଭା ଆସିଥିଲେ ।…

ଲାଲକିଲ୍ଲା ହିଂସା, ଜାମ୍ମୁରୁ ୨ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖରେ ଦିଲ୍ଲୀରେ କୃଷକ ଟ୍ରାକ୍ଟର ପରେଡ୍ ହିଂସାର ତଦନ୍ତ ଜାରି ରହିଛି । ହିଂସାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ଲାଗି ବାରମ୍ବାର ବିଭିନ୍ନ ସ୍ଥାନରେ ରେଡ୍ କରୁଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ । କେତେକ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ…

ବସଷ୍ଟାଣ୍ଟରେ ଲାଗିଛି ଧମକପୂର୍ଣ୍ଣ ମାଓ ବ୍ୟାନର

ରାୟଗଡ଼ା: ବସଷ୍ଟାଣ୍ଡରେ ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନାର ହନୁମନ୍ତପୁର ବସଷ୍ଟାଣ୍ଡ ନିକଟରେ ଦେଖିବାକୁ ମିଳିଛି ମାଓ ବ୍ୟାନର । ଏଥିରେ ଇନଫର୍ମର ସାଜି ପୋଲିସକୁ ଖବର ଦେଉଥିବା ଲୋକଙ୍କୁ ଚେତାବନୀ ଦେଇଛି ଲାଲବାହିନୀ । ବ୍ୟାନରକୁ ସିପିଆଇ ମାଓବାଦୀ…

କମୁଛି ଲଦାଖ ଚାପ, ଚଳିତବର୍ଷ ଭାରତ ଗସ୍ତରେ ଆସିପାରନ୍ତି ସି ଜିନପିଙ୍ଗ

ନୂଆଦିଲ୍ଲୀ: ବର୍ଷେ ହେଲା ଭାରତ-ଚୀନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ସାମାନ୍ୟ ଥମିଛି । ଦୁଇ ଦେଶର ସେନା ସୀମାର ପଛକୁ ହଟୁଛନ୍ତି । ଯାହାର ପ୍ରଭାବ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ପଡ଼ିପାରେ । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଚଳିତବର୍ଷ ଭାରତ ଗସ୍ତରେ ଆସିପାରନ୍ତି । ଭାରତ ଚଳିତବର୍ଷ…

ଟ୍ରକ-ଏସୟୁଭି ମୁହାଁମୁହିଁ ଧକ୍କାରେ ୬ ମୃତ, ୩ ଆହତ

ପାଟନା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ସହ ଏସୟୁଭିର ଧକ୍କା ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ଆଉ ୩ ଜଣ । ବିହାର କଟିହାର ଜିଲ୍ଲା ଅନ୍ତର୍ଗତ କୁରସେଲାର ୩୧ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଟ୍ରକ ସହ ଏସୟୁଭିର ମୁହାଁମୁହିଁ ଧକ୍କା ହୋଇଥିଲା । ୩…

ଶ୍ରୀଲଙ୍କା ଗସ୍ତ ବେଳେ ବାୟୁସୀମା ବ୍ୟବହାର ଲାଗି ଇମ୍ରାନଙ୍କୁ ଭାରତର ଅନୁମତି

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭାରତ ବାୟୁସୀମା ବ୍ୟବହାର ଲାଗି ଅନୁମତି ଦେଇଛି । ଇମ୍ରାନ ଖାନଙ୍କ ଶ୍ରୀଲଙ୍କା ଗସ୍ତରେ ଯାଉଛନ୍ତି । ଗସ୍ତ ବେଳେ ଭାରତ ବାୟୁସୀମା ବ୍ୟବହାର ନେଇ ପାକିସ୍ତାନ ପକ୍ଷରୁ ଅନୁରୋଧ କରାଯାଇଥିଲା । ଭାରତ ଅନୁମତି ପ୍ରଦାନ କରିଥିବା ବେଳେ…