Latest Odisha News

BREAKING NEWS

ଅନୀଲ ଦେଶମୁଖଙ୍କ ନାଁରେ ଜାରି ହେଲା ଲୁକଆଉଟ ନୋଟିସ

ମୁମ୍ବାଇ: ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନାଁରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଲୁକଆଉଟ ନୋଟିସ ଜାରୀ କରିଛି । ବିନା ଅନୁମତିରେ ଏବେ ସେ ଆଉ ଭାରତ ଛାଡିପାରିବେ ନାହିଁ । ମନି ଲଣ୍ଡ୍ରଂ ମାମଲାରେ ତାଙ୍କୁ ବାରମ୍ବାର ନୋଟିସ ଜାରୀ କରାଯାଇଥିଲେ ମଧ୍ୟ ସେ ହାଜର ହୋଇ ନ ଥିଲେ ।…

ରାଜ୍ୟରେ ଥାନା ଓ ଫାଣ୍ଡି ଖୋଲିବା ନେଇ ଗୃହରେ ଉଦବେଗ, ଏହି ନିର୍ଦ୍ଦେଶ ଦେଲେ ବାଚସ୍ପତି

ଭୁବନେଶ୍ୱର: ରାଜ୍ୟରେ ନୂଆ ଥାନା ଓ  ଫାଣ୍ଡି ଖୋଲିବା ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ୬୮ଟି ନୂଆ ଥାନା, ୧୦୩ଟି ଫାଣ୍ଡି ଓ ୩ ଥାନାର ନବୀକରଣ କରିବା ପାଇଁ ୬୦ଜଣ ବିଧାୟକମାନେ ପ୍ରସ୍ତାବ ଦେଇଥିଲେ । ବାଚସ୍ପତି ରୁଲିଂ ଦେବା ସହ ବିଧାୟକମାନଙ୍କ ପ୍ରସ୍ତାଵ ପରେ ବି ଏହା କାର୍ଯ୍ୟକାରୀ…

ଭେଣ୍ଡି ଦର ଆକାଶଛୁଁଆ; କେଜିକୁ ୮୦୦ ଟଙ୍କା

ଭୋପାଳ: ଆକାଶଛୁଁଆ ଭେଣ୍ଡି ଦର। ‌୧ କେ.ଜିକୁ ୮୦୦ ଟଙ୍କାରେ ବିକ୍ରି ହେଉଛି ଭେଣ୍ଡି। ରିପୋର୍ଟ ଅନୁଯାୟୀ ମଧ୍ୟପ୍ରଦେଶର ଭୋପାଳରେ ଖଜୁରୀ କାଲାନ ଅଞ୍ଚଳର ଜଣେ ଚାଷୀ ମିସ୍ରିଲାଲ ରାଜପୁତ ତାଙ୍କ ବଗିଚାରେ ନାଲି ଓକରା ଅର୍ଥାତ୍‌ ନାଲି ଭେଣ୍ଡି ଫଳାଇଛନ୍ତି। ଯାହାର ଦାମ୍‌ କେଜିକୁ ୮୦୦ ଟଙ୍କା…

ଆମ୍ବୁଲାନ୍ସରେ ଲାଗିଲା ନିଆଁ, ଡ୍ରାଇଭର ଓ ଷ୍ଟାଫ୍ ସୁରକ୍ଷିତ

କେନ୍ଦ୍ରାପଡ଼ା: ଆମ୍ବୁଲାନ୍ସରେ ଲାଗିଲା ନିଆଁ । କଟକରେ ରୋଗୀ ଛାଡ଼ି ଫେରିବା ବେଳେ ହଠାତ୍ 108 ଆମ୍ବୁଲାନ୍ସରେ ନିଆଁ ଲାଗି ଯାଇଥିଲା । କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ମହିପାଳ ଛକରେ ଆଜି ଏହି ଘଟଣା ଘଟିଛି । ବ୍ୟାଟେରୀ ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।…

ଟ୍ବିନ୍‌ ସିଟି ସହ ରାଜ୍ୟର ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସୋମବାର ଓଡିଶାର ୧୭ ଟି ଜିଲ୍ଲା ପାଇଁ ବଜ୍ରପାତ ସହ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ‌ବିଭାଗ। ଖୋର୍ଦ୍ଧା ଜିଲ୍ଲାର କିଛି ଅଞ୍ଚଳରେ (ଭୁବନେଶ୍ୱର ସମେତ), କଟକ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, ନୟାଗଡ଼, ଅନୁଗୁଳ , ଢେଙ୍କାନାଳ,…

ଦ୍ୱିତୀୟ ଥର ପାଇଁ ପିତା ହେଲେ ଜୋସ ବଟଲର

ଲଣ୍ଡନ: ଇଂଲଣ୍ଡ କ୍ରିକେଟର ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଜୋସ ବଟଲର ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି । ତାଙ୍କ ପତ୍ନୀ ଲୁଇସ ୱେବର ରବିବାର କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ବଟଲର ତାଙ୍କ ଝିଅର ନାମ ମ୍ୟାଗି ରଖିଛନ୍ତି । ଆଇପିଏଲ ଟିମ ରାଜସ୍ଥାନ ରୟାଲ୍ସ ପ୍ରଶଂସକଙ୍କ ସହ ଏହି ଖୁସି ଖବର…

କୋଭିଡ୍‌ ଟିକାକରଣରେ ରେକର୍ଡ କଲା ଭୁବନେଶ୍ୱର

ଭୁବନେଶ୍ୱର: କୋଭିଡ-୧୯ ଟିକାକରଣରେ ରେକର୍ଡ କଲା ରାଜଧାନୀ ଭୁବନେଶ୍ବର। ଟିକାକରଣ ଅଭିଯାନରେ ବଡ଼ ସଫଳତା ହାସଲ କରିଛି ରାଜଧାନୀ ଭୁବନେଶ୍ବର। ଏହା ବ୍ୟତୀତ ୩୬,୦୯୦ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ ଗ୍ରହଣ କରିଛନ୍ତି ଏବଂ ୩୨,୬୧୪ ଦ୍ୱିତୀୟ ଡୋଜ ନେଇଛନ୍ତି। ଫ୍ରଣ୍ଟଲାଇନ କର୍ମଚାରୀଙ୍କ ମଧ୍ୟରେ…

ସୁଧୁରୁଛି ସାଏରା ବାନୁଙ୍କୁ ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ନିଶ୍ୱାସ ପ୍ରଶ୍ୱାସ ନେବା ଏବଂ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ଯୋଗୁ ବଲିଉଡ୍‌ ଅଭିନେତ୍ରୀ ସାଏରା ବାନୁଙ୍କୁ ଗତ ୨୮ ତାରିଖରେ ମୁମ୍ବାଇ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସୂଚନା ମୁତାବକ ଭେଟେରାନ ଅଭିନେତ୍ରୀ ସାଏରା ବାନୁ ଏବେ ସୁସ୍ଥ ଅଛନ୍ତି ଏବଂ ରବିବାର…

ଗୃହ ମନ୍ତ୍ରାଳୟ ମଞ୍ଜୁରୀ ବିନା ଦେଶ ଛାଡି ପାରିବେନି ଆଫ୍‌ଗାନ ନାଗରିକ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଭାରତରେ ରହୁଥିବା ଆଫଗାନିସ୍ତାନ ନାଗରିକମାନଙ୍କୁ ଭାରତ ଛାଡିବା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁମତି ନେବାକୁ ପଡିବ। ଆଫଗାନିସ୍ତାନ ସଂସଦର ୨୦ ବର୍ଷ ବୟସ୍କା ମହିଳା ସଦସ୍ୟ ରଙ୍ଗିନା କରଗାରଙ୍କୁ…

ତାଲିବାନର ଦାବି: ପୂରା ପଞ୍ଜଶିରକୁ କବଜା କରିଛୁ

କାବୁଲ: ପଞ୍ଜଶିର ଛକାପଞ୍ଝା ଭିତରେ ବଡ଼ ଖବର ସାମନାକୁ ଆସିଛି । ତାଲିବାନ ଦାବି କରିଛି ବିରୋଧୀଙ୍କ ଅଭେଦ୍ୟ ଦୁର୍ଗ ପଞ୍ଜଶିରକୁ ସେମାନେ କବଜାକୁ ନେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ତାଲିବାନ ମୁଖପାତ୍ର । ଗତ କିଛି ଦିନ ହେବ ପଞ୍ଜଶିରକୁ ନେଇ ତାଲିବାନ ଓ ନର୍ଦ୍ଦନ ଆଲାଏନ୍ସ ମଧ୍ୟରେ ଘମାଘୋଟ…