Latest Odisha News

BREAKING NEWS

ଚଳିତ ବଜେଟରୁ ସିଂହଭାଗ ଲାଭ ପାଇବ ଓଡ଼ିଶା: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଚଳିତ ବଜେଟର ବିଭିନ୍ନ କ୍ଷେତ୍ରରୁ ଓଡିଶା ସିଂହଭାଗ ଲାଭ ପାଇବ ସହ ରାଜ୍ୟର ସବୁ ବର୍ଗର ଲୋକମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଂସଦରେ ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀଙ୍କ…

ଇତିହାସର ଉଗ୍ର ଉପହାସ !

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ମାଓବାଦ ସମସ୍ୟା ନୁହେଁ । ସଂକଟ ବି ନୁହେଁ । ଏହାର ସର୍ବକାଳୀନ ସମାଧାନ ବି ସମ୍ଭବ । ଯେକୌଣସି ସରକାର ମାଓବାଦ ସମସ୍ୟାକୁ ଆଇନ କାନୁନର ଗଣ୍ଡି ଭିତରେ ଆକଳନ କରି ‘ଯେସାକୁ ତେସା’ ନୀତି ଅବଲମ୍ବନ କଲେ ସଫଳ ହେବା ସମ୍ଭବ ନୁହେଁ । ମାଓବାଦ ଏକ…

ଘୃଣ୍ୟ’ ଟ୍ୱିଟ୍ ପାଇଁ ୨୫୦ ଆକାଉଣ୍ଟ ବ୍ଲକ କରିବାକୁ ଟ୍ୱିଟରକୁ କେନ୍ଦ୍ରର ସ୍ୱତନ୍ତ୍ର ଚିଠି

ନୂଆଦିଲ୍ଲୀ: ଆଜି ଆଇଟି ମନ୍ତ୍ରଣାଳୟ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା 69A ଅନୁଯାୟୀ ୨୫୦ରୁ ଅଧିକ ଟ୍ୱିଟର ଆକାଉଣ୍ଟ ଏବଂ ଟ୍ୱିଟକୁ ଅବରୋଧ କରିବାକୁ ନିର୍ଦ୍ଦେଶ ଦେଇଛି। ନଭେମ୍ବରରୁ ସୀମାରେ ଉତ୍ତେଜନା ଦେଖାଦେଇଥିବା ବେଳେ ଜାନୁଆରୀ ୩୦ରେ କେନ୍ଦ୍ରରୁ ଏହି ନିର୍ଦ୍ଦେଶ ଆସିଛି।…

ଲାଲ ସିଂ ଚଢ଼ା ଫିଲ୍ମର ରିଲିଜ ପର୍ଯ୍ୟନ୍ତ ଫୋନ ବନ୍ଦ କଲେ ଅମୀର

ମୁମ୍ବାଇ: ବଲିଉଡ ଷ୍ଟାର ଅମୀର ଖାଁ ତାଙ୍କର ପ୍ରତ୍ୟେକ ଫିଲ୍ମକୁ ଗୁରୁତ୍ୱ ସହକାରେ ନେଇଥାନ୍ତି । ଏବେ ସେ ଲାଲ ସିଂ ଚଢ଼ା ରିଲିଜ ପର୍ଯ୍ୟନ୍ତ ଫୋନ ବନ୍ଦ ରଖିବା ପାଇଁ ନିଷ୍ପତି ନେଇଛନ୍ତି । ସାଧାରଣତଃ ଡିଜିଟାଲ ଯୁଗରେ ମୋବାଇଲଠାରୁ ଦୂରେଇ ରହିବା ଏତେଟା ସହଜ ହୋଇ ନ ଥାଏ । ମାତ୍ର ଅମୀର ଏହି…

ଦେଶରେ ସମସ୍ତ ବିମାନ ସେବା ବନ୍ଦ କଲା ମିଆଁମାର

ନୂଆଦିଳ୍ଳୀ: ବିମାନ ଯାତ୍ରା ଦାୟିତ୍ୱରେ ଥିବା ମିଆଁମାରର ସରକାରୀ ରିପୋର୍ଟ ଅନୁଯାୟୀ ଦେଶର ସମସ୍ତ ଯାତ୍ରୀବାହୀ ବିମାନ ବନ୍ଦ କରାଯାଇଛି। ମିଆଁମାରରେ ଥିବା ଆମେରିକା ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଦେଶର ବୃହତ୍ତମ ସହର ୟାଙ୍ଗୋନରେ ଅନ୍ତର୍ଜାତୀୟ ବିମାନବନ୍ଦର ରାସ୍ତା ସୋମବାର ବନ୍ଦ…

ବଜେଟ୍‌ ୨୦୨୧ ହେଉଛି କୃଷକ ବିରୋଧୀ ବଜେଟ୍‌; କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ସୋମବାର କେନ୍ଦ୍ର ସରକାରଙ୍କୁ କୃଷି ସହ ଜଡିତ ସମସ୍ୟାର ସମାଧାନ କରିବାରେ ସମାଲୋଚନା କରିଛି ଏବଂ କେନ୍ଦ୍ର ବଜେଟକୁ 'କୃଷକ ବିରୋଧୀ' ବୋଲି କହିଛି। କଂଗ୍ରେସ ନେତା ଜୟଭୀର ଶେରଗିଲ କହିଛନ୍ତି ଯେ କୃଷି କ୍ଷେତ୍ରରେ ଖାଲି ସଂସ୍କାର ଏବଂ ଅଧିକ ନକଲି ସରକାରୀ ରିପୋର୍ଟ…

ଗ୍ରାମାଞ୍ଚଳର ମହିଳାମାନଙ୍କୁ ଟାଟା ଷ୍ଟିଲ ବିଏସଏଲ୍ ପକ୍ଷରୁ ଛତୁଚାଷ ତାଲିମ ପ୍ରଦାନ

କଳମଙ୍ଗା: ସୁନ୍ଦରଗଡ ଜିଲ୍ଲାର କୋଇରା ବ୍ଲକ ଅନ୍ତର୍ଗତ କଳମଙ୍ଗା ଗାଁରେ ଟାଟା ଷ୍ଟିଲ ବିଏସଏଲ ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଛତୁ ଚାଷ ପାଇଁ ତାଲିମ ପ୍ରଦାନ କରାଯାଇଛି । ଗାଁର ମହିଳାମାନଙ୍କୁ ଉଦ୍ୟୋଗୀ ସୁଯୋଗ ଯୋଗାଇଦେବା ଉଦ୍ଦେଶ୍ୟରେ କଲମାଙ୍ଗରେ ଥିବା ଟାଟା…

ମମତାଙ୍କୁ ଦ୍ବିତୀୟ ଝଟ୍‌କା, ଦଳରୁ ଇସ୍ତଫା ଦେଲେ ଆଉ ଜଣେ ବିଧାୟକ

କୋଲକାତା: ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଡିଆଁ ପର୍ବ ଜାରି ରହିଛି । ଜଣେ ପରେ ଜଣେ ନେତା ଟିଏମସି ଛାଡ଼ି ବିଜେପିରେ ସାମିଲ ହେଉଥିବା ବେଳେ ପୁଣି ଜଣେ ଟିଏମସି ବିଧାୟକ ଦଳ…

ପ୍ୟାଲେସରେ ଜୁଆ ଓ ଦେହ ବ୍ୟବସାୟ, ୧୦ ମହିଳା ସମେତ ୭୦ ଜଣ ଗିରଫ

ପଟିଆଲା: ପଟିଆଲା ବନୁଡର ଏକ ପ୍ୟାଲେସରେ ଜୁଆ ଓ ଦେହ ବ୍ୟବସାୟ ଅଡ୍ଡାର ପର୍ଦାଫାଶ ହୋଇଛି । ସେଠାରୁ ୧୦ ମହିଳାଙ୍କ ସମେତ ୭୦ ଜଣଙ୍କୁ ଗିରଫ କରାଯାଇଛି । ଅର୍ଗାନାଇଜ୍ଡ କ୍ରାଇମ କଣ୍ଟ୍ରୋଲ ୟୁନିଟରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ୟାଲେସ୍ ମାଲିକ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ ଜୁଆ,…

ଝରାଫୁଲ ମୃତ୍ୟୁ ମାମଲାରେ ତିନି ଦିନିଆ ରିମାଣ୍ଡରେ ଗଲା ଅଭିଯୁକ୍ତ ରାକେଶ ସ୍ୱାଇଁ

ଭୁବନେଶ୍ୱର: ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ତିନି ଦିନିଆ ରିମାଣ୍ଡରେ ନେବ କୁଆଖିଆ ପୋଲିସ । ଏ ନେଇ ଆଜି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ତେବେ ୫ଦିନିଆ ରିମାଣ୍ଡରେ ନେବାକୁ ପୋଲିସ ପକ୍ଷରୁ ରିମାଣ୍ଡ ଆବେଦନ କରାଯାଇଥିଲା ।…