Latest Odisha News

BREAKING NEWS

ନ୍ୟାୟପୂର୍ଣ୍ଣ ଏବଂ ଅନ୍ତର୍ଭୁକ୍ତ ସମାଜ ଗଠନ ପାଇଁ ଉତ୍ସର୍ଗୀକୃତ ଥିଲେ ଶିଖ୍‌ ଗୁରୁ ଗୋବିନ୍ଦ ସିଂ; ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଆଜି ଗୁରୁ ଗୋବିନ୍ଦ ସିଂଙ୍କ ଜନ୍ମ ବାର୍ଷିକୀ। ଗୁରୁ ଗୋବିନ୍ଦ ସିଂ ଜୀ ଶିଖ ଧର୍ମର ଦଶମ ଗୁରୁ ଥିଲେ। ଶିଖ ସମ୍ପ୍ରଦାୟର ଲୋକମାନେ ଏହି ଜୟନ୍ତୀକୁ ଅତି ଉତ୍ସାହ ଏବଂ ଉତ୍ସାହର ସହିତ ଆଲୋକର ପର୍ବ ଭାବରେ ପାଳନ କରନ୍ତି। ଏହି ଦିନ ଦେଶ ତଥା ବିଶ୍ବର କିଛି ଗୁରୁଦ୍ୱାର ସଂଗଠିତ…

ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି ହେବ‌େ ଜୋ ବାଇଡେନ୍‌

ନୂଆଦିଲ୍ଲୀ: ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ, ଜାନୁଆରୀ ୨୦, ୨୦୨୧ ରେ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ଏହା ସହିତ ସେ ଦେଶର ଇତିହାସରେ ସବୁଠାରୁ ବୟସ୍କ ରାଷ୍ଟ୍ରପତି ହେବେ। ନଭେମ୍ବର ୨୦୨୦ ରେ ତାଙ୍କୁ ୭୮ ବର୍ଷ ହୋଇଛି। ଏହାଛଡ଼ା ତାଙ୍କ ପୂର୍ବରୁ ସବୁଠାରୁ…

ତାତିଲେ ଚାଷୀ, ଧାନ ବସ୍ତା ରଖି ରାସ୍ତା ଅବରୋଧ

ସୁନ୍ଦରଗଡ଼: କଟନି ଛଟନି ଓ ଟୋକନ ନ ମିଳିବାରୁ ତାତିଲେ ଚାଷୀ । ସୁନ୍ଦରଗଡ଼ ଜିଲ୍ଲାରେ ରାସ୍ତାକୁ ଓହ୍ଲଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କର ଅନ୍ତର୍ଗତ କରମଡିହି ଜସପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଧାନ ବସ୍ତା ଓ ଟ୍ରାକ୍ଟର ରଖି ରାସ୍ତାରୋକ କରିଛନ୍ତି । ଚାଷୀ ଅଭିଯୋଗ…

ଖଇର ଓ କୁଡଡୁ କାଠ ବୋଝେଇ ଟ୍ରକ୍ ଜବତ, ୨ ଜଣ ଗିରଫ 

ବଲାଙ୍ଗିର: ବେଆଇନ୍ ଚାଲାଣ ବେଳେ ବଲାଙ୍ଗିର ଜିଲ୍ଲା ସାଲେଭଟାରୁ ବିପୁଳ ପରିମାଣର ଖଇର ଓ କୁଡଡୁ କାଠ ବୋଝେଇ ଟ୍ରକ ଜବତ । ବନ ବିଭାଗ କାଠ ବୋଝେଇ ଟ୍ରକକୁ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଦେଓଗାଁ ବ୍ଲକ ବନ୍ଧପଡ଼ା ଅଞ୍ଚଳରୁ ବେଆଇନ ଭାବରେ କାଠ ସମ୍ୱଲପୁରକୁ ଚାଲାଣ କରାଯାଉଥିଲା ।…

ମା’ ହେବା ପରେ ପ୍ରଥମ ଥର ପାଇଁ ସୋସିଆଲ୍‌ ମିଡିଆରେ ଏହି ବିଶେଷ ବାର୍ତ୍ତା ଦେଲେ ଅନୁଷ୍କା

ନୂଆଦିଲ୍ଲୀ: ଗତ ଜାନୁଆରୀ ୧୧ରେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ମା ହୋଇଛନ୍ତି। ମା ହେବା ସମୟରେ ମଧ୍ୟ ସେ ଲଗାତାର ପୋଷ୍ଟ କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ମା ହେବା ପରେ ସେ ପ୍ରଥମ ଥର ପାଇଁ ଏହି ପୋଷ୍ଟ ସେୟାର କରିଛନ୍ତି। ବାସ୍ତବରେ ଅନୁଷ୍କା ଗାବା ଟେଷ୍ଟ ମ୍ୟାଚରେ ଭାରତୀୟ…

ଏଲଆଇସିର ଏମଡି ହେଲେ ସିଦ୍ଧାର୍ଥ ମହାନ୍ତି

ଭୁବନେଶ୍ୱର: ବୀମା କମ୍ପାନୀ ଏଲଆଇସିର ପରିଚାଳନା ନିର୍ଦେଶକ ତଥା ଏମ୍‌ଡି ଭାବେ ଦାୟିତ୍ଵ ନିର୍ବାହ କରିବେ ଓଡିଆ ପୁଅ ସିଦ୍ଧାର୍ଥ ମହାନ୍ତି। ତାଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଥିବା ବେଳେ ସେ ଆସନ୍ତା ଫେବୃଆରୀ ୧ରୁ କାର୍ଯ୍ୟଭାର ସମ୍ଭାଳିବେ। ସିଦ୍ଧାର୍ଥ ଟି.ସି. ସୁଶିଲ କୁମାରଙ୍କ…

ପରଲୋକରେ ଓଲିଉଡ ଜଗତର ବରିଷ୍ଠ ଅଭିନେତା ରବି ମିଶ୍ର

ଭୁବନେଶ୍ୱର: ଓଲିଉଡର ବରିଷ୍ଠ ଅଭିନେତା ରବି ମିଶ୍ର ଙ୍କର ଆଜି ପରଲୋକ ହୋଇଛି। ହୃଦଘାତ କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ଆଜି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ଶ୍ରୀ ମିଶ୍ରଙ୍କ…

ଦେଶରେ ୨ଲକ୍ଷ ତଳକୁ ଖସିଲା କରୋନା ଆକ୍ଟିଭ୍ କେସ୍, ଆଜି ୧୩ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବରେ ଖସୁଛି କରୋନା ଆକ୍ଟିଭ୍ କେସ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବି କମିଛି । ଦେଶରେ ୨ ଲକ୍ଷ ତଳକୁ ଖସିଛି କରୋନା ସକ୍ରିୟ ମାମଲା । ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୯୭ହଜାର ୨୦୧ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ…

ଗଞ୍ଜାମ ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳି ମାରି ହତ୍ୟା

ଗଞ୍ଜାମ: ପୁଣି ଫୁଟିଲା ଗୁଳି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ । ମୃତକ ହେଲେ ଦେବରାଜ ସାହୁ । ସୁମଣ୍ଡଳ ଛକରେ ଚା ପିଉଥିବା ବେଳେ ଦେବରାଜଙ୍କୁ ଗୁଳିମାଡ଼ ହୋଇଛି । ୩ ଜଣ ଦୁର୍ବୃତ୍ତ ଆସି ଗୁଳିମାଡ଼ କରି ଫେରାର୍…

ଆଜିଠୁ ଆମେରିକାରେ ବାଇଡେନ୍ ଯୁଗର ଆରମ୍ଭ

ଓ୍ୱାଶିଂଟନ୍: ଆମେରିକାରେ ଆଜିଠୁ ବାଇଡେନ୍ ରାଜ୍ । ଦେଶରେ ନୂଆ ରାଷ୍ଟ୍ରପତି ଭାବରେ ଶପଥ ନେବେ ଜୋ ବାଇଡେନ୍ । ତାଙ୍କୁ ଶପଥ ପାଠ କରାଇବେ ସୁପ୍ରିମକୋର୍ଟ ବିଚାରପତି ଜନ୍‌ ରବର୍ଟସ୍‌ । ବାଇଡେନଙ୍କ ସହ ଉପରାଷ୍ଟ୍ରପତି ଭାବରେ କମଲା ହାରିସ ଶପଥ ନେବେ । ବାଇଡେନ ଦେଶରେ ୪୬ତମ ରାଷ୍ଟ୍ରପତି ଭାବରେ…