Latest Odisha News

BREAKING NEWS

କୋଟିପତି ଲାବ୍ ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ

୧-ଭୁବନେଶ୍ୱର-ଗଂଜାମ ଜିଲ୍ଲା ଚିକିଟି କଲେଜରେ ଚାକିରି କରୁଥିବା ଲାବ୍ ଆସିଷ୍ଟାଣ୍ଟ କୈଳାସ ଚନ୍ଦ୍ର ମହାନ୍ତିଙ୍କ ନିକଟରୁ ୧ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ମିଳିଥିବା ଭିଜିଲାନ୍‌ସ ନିର୍ଦ୍ଦେଶକଙ୍କ ଅଫିସ ତରଫରୁ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି । ୧ ବ୍ରହ୍ମପୁର ଓ…

ଫକ୍ସ ଷ୍ଟାର ଷ୍ଟୁଡିଓ ଭାରତରେ ଫିଲ୍ମ ବିଜନେସରୁ ଓହରିଯିବ !

ମୁମ୍ବାଇ: ଫକ୍ସ ଷ୍ଟାର ଷ୍ଟୁଡିଓ ଭାରତରେ ଫିଲ୍ମ ବିଜନେସ ନେଇ ଆଗ୍ରହ ପ୍ରକାଶ କରିଥିଲା । ତେବେ ମଙ୍ଗଳବାର ମିଳିଥିବା ରିପୋର୍ଟ ମୁତାବକ ଫକ୍ସ ଷ୍ଟାର ଭାରତରେ ଫିଲ୍ମ ବିଜନେସ ନ କରିବା ପାଇଁ ନିଷ୍ପତି ନେଇଛି । ୨୦୧୮ରେ ଅକ୍ଷୟ କୁମାରଙ୍କ ସହ ୩ଫିଲ୍ମ କମ୍ପାନୀ ଚୁକ୍ତି କରିଥିଲା । ଅକ୍ଷୟଙ୍କ…

ଚୀନ ସୀମାରେ ରାଡାର, ମିସାଇଲ ନିୟୋଜିତ କରିଛି : ଆଇଏଏଫ ଚିଫ୍‌

ଲଦାଖ:ଚୀନ ଲାଇନ ଅଫ ଆକଚୁଆଲ କଂଟ୍ରୋଲ ନିକଟରେ ବହୁ ମାତ୍ରାରେ ରାଡାର ଓ ମିସାଇଲ ନିୟୋଜିତ କରିଛି । ମଙ୍ଗଳବାର ଭାରତୀୟ ଏୟାରଫୋର୍ସର ଚିଫ ଆରକେଏସ ଭଦୌରିଆ ଏହା କହିଛନ୍ତି । ସୀମାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କଲେ କ୍ଷତି ଚୀନର ହେବ ବୋଲି ସେ କହିଛନ୍ତି । ଭାରତ କୌଣସି ପ୍ରକାର ଅଶାନ୍ତିକର…

ଶୋପିଆଁ ଏନକାଉଂଟର ମାମଲା: ୩ ଦିନ ମଜୁରିଆଙ୍କୁ ଆତଙ୍କବାଦୀ ଦର୍ଶାଇ ହତ୍ୟା କରିଥିଲେ ସେନା ଅଧିକାରୀ

ଶ୍ରୀନଗର: ଭାରତୀୟ ସେନାର ଭାବମୂର୍ତିକୁ ଆଜି ଆଘାତ ଲାଗିଛି । ବହୁ ଚର୍ଚ୍ଚିତ ଶୋପିଆଁ ଏନକାଂଉଟର ଫେକ୍ ଥିଲା ପ୍ରମାଣିତ ହୋଇଛି । ଘଟଣାର ତଦନ୍ତ କରୁଥିବା ଜମ୍ମୁ-କଶ୍ମୀର ପୋଲିସ ଏ ନେଇ ଚାର୍ଜସିଟ ଦାଖଲ କରିଛି । ରାଜୌରୀର ୩ ଦିନ ମଜୁରିଆଙ୍କୁ ଆତଙ୍କବାଦୀ ଦର୍ଶାଇ ସେନା କ୍ୟାପଟେନ ମେଜର ବସୀର…

ଆରପାରିରେ ଫୁଟବଲ ଅଲିମ୍ପିଆନ୍ ନିଖିଳ ନନ୍ଦୀ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲର ମହାନ ଖେଳାଳି ନିଖିଳ ନନ୍ଦୀଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ୧୯୫୬ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ । ଭାରତ ୪ର୍ଥ ସ୍ଥାନରେ ରହିଥିଲା । ଏହି ସମୟକୁ ଭାରତୀୟ ଫୁଟବଲର ସ୍ୱର୍ଣ୍ଣିମ ଯୁଗ ବୋଲି କୁହାଯାଏ । ଦୀର୍ଘ ଦିନ…

ହସ୍ପିଟାଲରେ ଭର୍ତ୍ତି ହେଲେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର

ଭୁବନେଶ୍ୱର: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବିଶିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ଶାନ୍ତନୁ ମହାପାତ୍ର । ନିମୋନିଆ ତଥା ଏକାଧିକ ରୋଗରେ ପୀଡିତ ହୋଇଥିବା ଶାନ୍ତନୁଙ୍କୁ ତାଙ୍କ ପରିବାର ଲୋକେ ଗତକାଲି ରାତିରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।…

ଓଡ଼ିଶାରୁ ୩୮୩ କରୋନା ରୋଗୀ ସୁସ୍ଥ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୩୮୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୪ ହଜାର ୭୭୫ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି। ସୂଚନାଯୋଗ୍ୟ, ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ…

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କୁ ହତ୍ୟା ଧମକ

ଉତ୍ତରପ୍ରଦେଶ: ଟିଭି ଓ ଚଳଚ୍ଚିତ୍ର ଜଗତରେ ଦର୍ଶକଙ୍କୁ ହସାଇଥିବା ହାସ୍ୟ କଳାକାର ରାଜୁ ଶ୍ରୀବାସ୍ତବଙ୍କୁ ମିଳିଛି ହତ୍ୟା ଧମକ । ବର୍ତ୍ତମାନ ସ୍ଥିତିରେ ସେ ଉତ୍ତରପ୍ରଦେଶ ଚଳଚ୍ଚିତ୍ର ବିକାଶ ପରିଷଦର ମୁଖ୍ୟ ପଦରେ ରହିଛନତି । କେହି ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଫୋନ୍ କଲ୍ ଜରିଆରେ ହତ୍ୟା ଧମକ…

ଅତିରିକ୍ତ ଡିଜି ପାହ୍ୟାକୁ ଅରୁଣ ବୋଥ୍ରାଙ୍କ ପଦୋନ୍ନତି

ଭୁବନେଶ୍ୱର: ୧୯୯୬ ବ୍ୟାଚର ତିନିଜଣ ବରିଷ୍ଠ ଓଡିଶା କ୍ୟାଡର ଆଇପିଏସ୍ ଅଧିକାରୀଙ୍କୁ ଆଡିସନାଲ୍ ଡାଇରେକ୍ଟର ଜେନେରାଲ୍ ଅଫ୍ ପୋଲିସ୍ (ଏଡିଜିପି) ସ୍ତରକୁ ପଦୋନ୍ନତି କରାଯାଇଛି। ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗର ବିଜ୍ଞପ୍ତି ଅନୁଯାୟୀ ଓଡିଶା ରାଜ୍ୟ ସଡକ ପରିବହନ ନିଗମ…

ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ସ୍ପେସାଲ୍ ଟ୍ରେନ୍‌ର ନୂଆ ଟାଇମିଂ

ଭୁବନେଶ୍ୱର- ୦୨୮୫୫/୦୨୮୫୬ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେସାଲ ରାଜଧାନୀ ଏକ୍‌ସପ୍ରେସ୍ ଜାନୁଆରି ୯ ତାରିଖରୁ ପ୍ରତି ଶନିବାର ଭୁବନେଶ୍ୱରରୁ ବାହାରିବ । ଏହି ଟ୍ରେନ୍ ସକାଳ ୭ଟା ୧୫ରେ ଭୁବନେଶ୍ୱର ଛାଡିବ ଓ ନିର୍ଧାରିତ ଦିନର ସକାଳ ୯ଟା ୫୫ ମିିନିଟରେ ନୂଆଦିଲ୍ଲୀ ପହଞ୍ଚିବ । ଫେରିବା…