Latest Odisha News

BREAKING NEWS

ଏସସିଓରେ ଚୀନ୍‌ର ଉଚ୍ଚାଭିଳାଷୀ ‘ୱାନ୍ ବେଲ୍ଟ, ୱାନ୍ ରୋଡ୍’ ପ୍ରକଳ୍ପକୁ ସମର୍ଥନ କରିବାକୁ ମନା କରିଛି…

ନୂଆଦିଲ୍ଲୀ: ସୋମବାର ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଭାରତ ପୁଣି ଚୀନ୍‌ର ଉଚ୍ଚାଭିଳାଷୀ 'ୱାନ୍ ବେଲ୍ଟ, ୱାନ୍ ରୋଡ୍' (ଓବିଓଆର୍‌) ପ୍ରକଳ୍ପକୁ ବିରୋଧ କରିଛି। (ଓବିଓଆର୍‌) ପ୍ରକଳ୍ପର ଏକ ଅଂଶ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର ଦେଇ ଯାଇଥିବା…

ଖୋଲିବ IFS ଅଭୟକାନ୍ତ ପାଠକଙ୍କ ଜାଲିଆତି ପେଡି: ଭିଜିଲାନ୍ସରେ ହାଜର ହେଲେ ଡ୍ରାଇଭର ଓ କିଛି ବ୍ୟାଙ୍କ କର୍ମଚାରୀ

ଭୁବନେଶ୍ୱର: ଖୋଲିବ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ଦୁର୍ନୀତି ପେଡ଼ି । କଳାଧନର ଗୁମର ଫିଟିବି । ଭିଜିଲାନ୍ସ ଖୋଳତାଡ ଆରମ୍ଭ କରିଛି । ଆଜି ଭିଜିଲାନ୍ସରେ ହାଜର ହୋଇଛନ୍ତି ଅଭୟକାନ୍ତଙ୍କ ଡ୍ରାଇଭର । କିଛି ବ୍ୟାଙ୍କ କର୍ମଚାରୀ ବି ହାଜର ହୋଇଛନ୍ତି । ସେମାନଙ୍କୁ ପଚରାଉଚରା କରିବେ ତଦନ୍ତକାରୀ…

ଏକାସାଙ୍ଗେ ଆର୍ଜେଣ୍ଟିନା ଏବଂ ଋଷିଆରେ ଭୂକମ୍ପ ଅନୁଭୂତ; ରିକ୍ଟର ସ୍କେଲ୍‌ରେ ତୀବ୍ରତା ୬ରୁ ଅଧିକ

ନୂଆଦିଲ୍ଲୀ: ଆର୍ଜେଣ୍ଟିନା ଏବଂ ଋଷିଆରେ ବଡ଼ ଧରଣର ଭୂକମ୍ପର କମ୍ପନ ଅନୁଭୂତ ହୋଇଛି। ଉଭୟ ଦେଶରେ ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୬ ରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଏଥି ସହିତ, ଉଭୟ ଭୂକମ୍ପ ମଧ୍ୟରେ ସମାନତା ମଧ୍ୟ ଥିଲା ଯେ ଉଭୟ ଭୂକମ୍ପ ଏକ ସମୟରେ ଆସିଥିଲା। ତେବେ ବର୍ତ୍ତମାନ…

ଓଡ଼ିଶା-ଛତିଶଗଡ଼ ସୀମାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ଗୁରୁତର

ରାୟପୁର: ଓଡ଼ିଶା-ଛତିଶଗଡ଼ ସୀମାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ଏକ ବୋଲେରୋ କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣରେ ବୋଲେରୋ ଡ୍ରାଇଭର ସମେତ ଆଉ ଜଣେ ଗୁରୁତର ହୋଇଛନ୍ତି । ବିଜାପୁର ଜିଲ୍ଲା ରାଜକୋଟ ନିକଟରେ ଏହି ବିସ୍ଫୋରଣ ହୋଇଛି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ଲ୍ୟାଣ୍ଡମାଇନ୍…

ଧୀରେ ଧୀରେ ଭାରତ ସହ ଆମେରିକାର ବନ୍ଧୁତା ଦୃଢ ହେବାରେ ଲାଗିଛି; ଇଭାଙ୍କା ଟ୍ରମ୍ପ୍‌

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ତଥା ହ୍ୱାଇଟ୍‌ ହାଉସର ପରାମର୍ଶଦାତା ଇଭାଙ୍କା ଟ୍ରମ୍ପ ଭାରତ ବିଷୟରେ ତାଙ୍କ ସ୍ମୃତି ବାଣ୍ଟିଛନ୍ତି। ଇଭାଙ୍କା ୨୦୧୭ରେ ଗ୍ଲୋବାଲ୍ ଉଦ୍ୟୋଗୀ ସମ୍ମିଳନୀରେ ଭାଗ ନେବାକୁ ଭାରତ ଆସିଥିଲେ, ଯେଉଁଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ରାଜ୍ୟର ଦୁଇଟି ସ୍ଥାନରେ ଦୁଇଟି ହାତୀର ମୃତ୍ୟୁ

ଭୁବନେଶ୍ୱର: ସଂକଟର ଗଜରାଜ । ଆଜି ରାଜ୍ୟର ଦୁଇଟି ସ୍ଥାନରେ ଦୁଇଟି ହାତୀର ମୃତ୍ୟୁ ହୋଇଛି । ସମ୍ୱଲପୁର ଜିଲ୍ଲାରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଆଖି ବୁଜିଛି ଗୋଟିଏ ହାତୀ ଛୁଆ । ସମ୍ବଲପୁର ଯଦୁ ଲୋଇସିଂହା ଅଞ୍ଚଳରେ ବିଲ ଭିତରେ ଏକ ଦନ୍ତା ହାତୀର ମୃତଦେହ…

ବିଶ୍ୱ କରୋନା; ଗତ ୨୪ ଘଣ୍ଟାରେ ୪.୯୬ ଲକ୍ଷ ନୂଆ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: କରୋନାଭାଇରସ୍ ସମଗ୍ର ବିଶ୍ୱରେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୬.୩୧ କୋଟି ଲୋକ କରୋନା ସଂକ୍ରମଣରେ ପ୍ରଭାବିତ ହୋଇଛନ୍ତି। ଏହି ମାରାତ୍ମକ ମହାମାରୀ ଯୋଗୁଁ ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୧୪ ଲକ୍ଷ ୬୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।…

ଅଧା ଓଡ଼ିଶାରେ ଶୀତ ଲହରି: ସୋନପୁରରେ ୯ ଡିଗ୍ରୀ ତଳକୁ ଖସିଲା ପାରଦ, ଆହରୁ ୪-୫ଦିନ ଶୀତ

ଭୁବନେଶ୍ୱର: ଓଡ଼ିଶାର ଥରାଇଲାଣି ଜାଡ଼ । ଅଧା ଓଡ଼ିଶାରେ ଶୀତ ଲହରି ଅନୁଭୂତ ହେଲାଣି । ଆଜି ରାଜ୍ୟର ୧୫ଟି ସହରରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି । ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଓଡ଼ିଶାର କାଶ୍ମୀର…

୬୫ ବର୍ଷରେ ପଦାର୍ପଣ କଲେ ବଲିଉଡ୍‌ର ମେଲୋଡି କିଙ୍ଗ୍‌‌ ଉଦିତ ନାରାୟଣ

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଗାୟକ ଉଦିତ ନାରାୟଣଙ୍କର ଆଜି ୬୫ ତମ ଜନ୍ମଦିନ ପାଳନ କରୁଛନ୍ତି। ଉଦିତ ନାରାୟଣ ତାଙ୍କର ମେଲୋଡି ସ୍ୱର ଏବଂ ସବୁବେଳେ ହସୁଥିବା ଚେହେରା ଯୋଗୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ପରିଚୟ ସୃଷ୍ଟି କରିଛନ୍ତି। ଉଦିତ ନାରାୟଣ ଅମିତାଭ ବଚ୍ଚନ, ଶାହରୁଖ ଖାନ, ରାଜେଶ…

ଜଳିଗଲା ମୋବାଇଲ୍ ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ଝାରସୁଗୁଡ଼ା: ରାତିରେ ମୋବାଇଲ୍ ଦୋକାନରେ ଲାଗିଲା ନିଆଁ । ଲକ୍ଷାଧିକ ଟଙ୍କାର ଜିନିଷ ଓ ଉପକରଣ ପୋଡ଼ି ପାଉଁଶ ହୋଇଛି । ଝାରସୁଗୁଡ଼ାର ବକ୍ସି ଛକଠାରେ ଥିବା ଏକ ମୋବାଇଲ ଦୋକାନରେ ଏହି ଅଗ୍ନିକାଣ୍ଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ ମହାପାତ୍ର ଇଲେକ୍ଟ୍ରୋନିକ୍ସ ନାମକ ମୋବାଇଲ ଦୋକାନରେ…