Latest Odisha News

BREAKING NEWS

ବାଇଡେନ୍‌ଙ୍କ ସହିତ ହ୍ୱାଇଟ୍‌ ହାଉସ୍‌ ଯିବେ ‘ମେଜର୍’‌ ଏବଂ ‘ଚାମ୍ପ୍‌’

ନୂଆଦିଲ୍ଲୀ: ବିଶ୍ୱର ସର୍ବ ପୁରାତନ ଗଣତନ୍ତ୍ର ଆମେରିକା ଏହାର ପରବର୍ତ୍ତୀ ରାଷ୍ଟ୍ରପତି ପାଇଛି। ନିର୍ବାଚନ ଯୁଦ୍ଧରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରି ବାଇଡେନ୍‌ ଆମେରିକାର ନୂତନ ରାଷ୍ଟ୍ରପତି ହୋଇଛନ୍ତି। ଆମେରିକାର ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ହ୍ୱାଇଟ୍‌ ହାଉସରେ ଟ୍ରମ୍ପଙ୍କ ବଦଳରେ…

ରାଜ୍ୟରେ ୧୨୧୯ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରେ ୧୦୦ ତଳକୁ ଖସିଲା ସଂଖ୍ୟା

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ କମୁଛି କରୋନାର ପ୍ରକୋପ । ଖସୁଛି କରୋନା ମିଟର । ପ୍ରତିଦିନ ୨ ହଜାର ତଳକୁ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୨୧୯ ନୂଆ ମାମଲା ସାମ୍ନାକୁ ଆସିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୦୮ଜଣ କ୍ୱାରେଣ୍ଟାଇନ୍‌ରେ…

ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ ମିଲିୟନ୍‌ ପାର୍‌

ନୂଆଦିଲ୍ଲୀ: କରୋନା ଭାଇରସ୍ ସାରା ବିଶ୍ୱରେ କ୍ରମାଗତ ଭାବେ ବିପଦ ସୃଷ୍ଟି କରିବାରେ ଲାଗିଛି। ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ କୋଟି ଅତିକ୍ରମ କରିସାରିଛି। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ କରୋନା ମହାମାରୀ ଦ୍ୱାରା ୫୦,୩୨୫,୦୭୨ ଲୋକ ସଂକ୍ରମିତ ହୋଇଛନ୍ତି। ୧,୨୫୫,୪୮୯…

ରାତିସାରା ମଞ୍ଚାରେ ମଣିଷ, ଫସଲ ସୁରକ୍ଷା ପାଇଁ ବିତୁଛି ଜୀବନ

ବାଲେଶ୍ଵର: ନୀଳଗିରିରେ ଥମୁନି ହାତୀ ଆତଙ୍କ । ହାତୀଙ୍କ ଦାଉରୁ ଫସଲ ସୁରକ୍ଷା ନେଇ ଚାଷୀଙ୍କ ଚିନ୍ତା ଘାରିଛି। ତେଣୁ କିଛି ଗ୍ରାମବାସୀ ଓ ଚାଷୀମାନେ  ଫସଲ ସୁରକ୍ଷା ଓ ପରିବାର ସୁରକ୍ଷା ପାଇଁ ହାତରେ ଡ୍ରମ, ଟିଣ, ବାସନ ଧରି ମଞ୍ଚା ବାନ୍ଧି ରାତିସାରା ତା ଉପରେ ରହୁଛନ୍ତି । ବାଲେଶ୍ଵର ଜିଲ୍ଲା…

ଫୁଲବାଣୀରେ ଶୀତର ପହିଲି ଛୁଆଁ

ଫୁଲବାଣୀ: ଶୀତୁଆ ସକାଳ କାକରର ପହିଲି ସ୍ପର୍ଶ । ଫୁଲବାଣୀ ଛୁଇଁଛି ଶୀତ । ଚାରିଆଡ଼େ କୁହୁଡିର ଚାଦର । ସୂର୍ଯ୍ୟର ହାଲକା କିରଣ ଆଉ ଘାସ ଗାଲିଚା ଉପରେ ମୁକ୍ତାର ଭ୍ରମ ସୃଷ୍ଟି କରୁଛି କାକର ଟୋପା । ପ୍ରାକୃତିକ ମନୋରମ ପରିବେଶ ଭିତରେ ଶୀତୁଆ ସକାଳର ମଜା ନେଉଛନ୍ତି ଲୋକେ । ଦାର୍ଜିଲିଂ ର…

ଚାଇନା ସୋସିଆଲ୍‌ ମିଡିଆରେ ଆମେରିକା ଫଳାଫଳକୁ ନେଇ ଆନ୍ଦୋଳନ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ନେଇ ଚୀନ୍‌ର ସୋସିଆଲ ମିଡିଆରେ ଜବରଦସ୍ତ ଆନ୍ଦୋଳନ ଚାଲିଛି ଏବଂ ଲୋକମାନେ ଫଳାଫଳକୁ ନେଇ ଉତ୍ସାହର ସହ ପ୍ରତିକ୍ରିୟା କରୁଛନ୍ତି। ରାଷ୍ଟ୍ରପତି ପଦ ପାଇଁ ନିର୍ବାଚିତ ହୋଇଥିବା ଜୋ ବାଇଡେନ୍‌ଙ୍କ ପ୍ରୋଫାଇଲ ଯାଞ୍ଚ କରାଯାଉଥିବାବେଳେ…

ରୁପାରେ ସଜେଇ ହେବ ଶ୍ରୀମନ୍ଦିର ଦ୍ୱାର, ଆଜି ଚୂଡାନ୍ତ ନିଷ୍ପତ୍ତି

ପୁରୀ: ରୁପାରେ ଝଲସିବ ଶ୍ରୀମନ୍ଦିରର ୮ଟି ଦ୍ୱାର । ତେବେ କିଭଳି ରହିବ ସବୁ ଦ୍ୱାରର ଡିଜାଇନ୍ । ଏନେଇ ଆଜି ଚୂଡାନ୍ତ ନିଷ୍ପତ୍ତି ହେବ । ଏନେଇ ନୀଳାଦ୍ରି ଭକ୍ତ ନିବାସରେ ଆଜି ଦ୍ୱିତୀୟ ବୈଠକ ବସିବ । ଉତ୍କଳୀୟ କଳାଶୈଳୀ ଆଧାରରେ ହେବ ଶ୍ରୀମନ୍ଦିରର ଦ୍ୱାର ନିର୍ମାଣ କାର୍ଯ୍ୟ। ପ୍ରଥମେ…

ଜାଡ଼ରେ ଥରିଲାଣି ଓଡ଼ିଶା: ୬ଟି ସହରରେ ୧୨ ଡିଗ୍ରୀ ତଳକୁ ଖସିଲା ପାରଦ

ଭୁବନେଶ୍ୱର: ଶୀତରେ ଥରୁଛି ସୋନପୁର ଓ ଦାରିଙ୍ଗିବାଡ଼ି । ଏଠାରେ ଲଗାତାର ଭାବରେ ଖସୁଛି ପାରଦ । ବଢୁଛି ଥଣ୍ଡା । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ସବୁଠୁ ଶୀତଳ ସହର ହୋଇଛି ସୋନପୁର । ସେଠାରେ ସର୍ବନିମ୍ନ ୯.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସୋନପୁରକୁ ମିଶାଇ ରାଜ୍ୟରେ…

ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ ଦୁଇ ଦିନିଆ ମାଲଦ୍ୱୀପ ଗସ୍ତ; ଅର୍ଥନୈତିକ ସଂସ୍କାର ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଆଜି ଦୁଇ ଦିନିଆ ମାଲଦ୍ୱୀପ ଗସ୍ତରେ ଯାଇଛନ୍ତି। ଏହି ସମୟ ମଧ୍ୟରେ ସେ କରୋନା ଭୁତାଣୁର ସ୍ଥିତି ଏବଂ ଦ୍ୱିପାକ୍ଷିକ ସମ୍ପର୍କ ସହ ଜଡିତ ସମସ୍ତ ବିଷୟ ଉପରେ ଆଲୋଚନା କରିବେ। ଏହା ସହିତ ମାଲଦ୍ୱୀପରେ ଅର୍ଥନୈତିକ ପୁନରୁଦ୍ଧାରରେ ଭାରତୀୟ…

ନିଆଁରେ ପୋଡ଼ି ହୋଇ OSAPର ୩ ଯବାନ ଗୁରୁତର

ଭଦ୍ରକ: ନିଆଁରେ ପୋଡି ହୋଇ ଓଡ଼ିଶା ସ୍ପେଶାଲ୍ ଆର୍ମଡ ପୋଲିସ ବା OSAPର ୩ ଯବାନ ଗୁରୁତର । ସେମାନଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୁରୁଣା ବଜାର ଥାନା ବାରାକରେ ଶୋଇଥିବା ବେଳେ ନିଆଁ ଲାଗିଥିଲା । ମଶା ଧୂପରୁ ନିଆଁ ଲାଗି ଯାଇଥିବା ସୂଚନା…