Latest Odisha News

BREAKING NEWS

ଜୁଆ ଅଡ୍ଡା ଉପରେ ଚଢ଼ାଉ, ୧୫ ଜୁଆଡି ଗିରଫ

ପୁରୀ: ଧରାପଡିଲେ ୧୫ ଜୁଆଡି । ବେଆଇନ ଭାବେ ଜୁଆ ଖେଳିବା ଅଭିଯୋଗରେ ପୁରୀ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୫ ଜୁଆଡିଙ୍କୁ ଗିରଫ କରିଛି । ପାଟଣା ଗ୍ରାମରେ ଜୁଆ ଖେଳ ଚାଲିଥିବା ଖବର ପାଇ ସଦର ଥାନା ପୋଲିସ ସେଠାରେ ଚଢ଼ାଉ କରି ସେଠାରୁ ୧୦ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ…

ଭୁବନେଶ୍ୱରରେ ସାଇବର କମ୍ପ୍ଲେକ୍ସର ଉଦଘାଟନ କଲେ ପୋଲିସ ଡିଜି

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିଲା ସାଇବର କମ୍ପ୍ଲେକ୍ସ । ପୋଲିସ ଡିଜି ଅଭୟ ଏହାର ଉଦଘାଟନ କରିଛନ୍ତି । ଏଠାରେ ସାଇବର କ୍ରାଇମର ତଦନ୍ତ ପାଇଁ ପ୍ରଶିକ୍ଷଣ ଦିଆଯିବ । ଦୁଇ ଶହ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଏଠାରେ ଟ୍ରେନିଂ ଦିଆଯିବ । ଦିନକୁ ଦିନ ସାଇବର କ୍ରାଇମ ବଢୁଛି । ଏହାର…

୧୮୩ ଜଣ ପାକିସ୍ତାନୀଙ୍କ ଭିସା ବାତିଲ କଲା ଫ୍ରାନ୍ସ

ନୂଆଦିଲ୍ଲୀ: ଇସଲାମକୁ ନେଇ ହୋଇଥିବା ବିତର୍କ ମଧ୍ୟରେ ଫ୍ରାନ୍ସ ୧୮୩ ଜଣ ପାକିସ୍ତାନୀଙ୍କ ଭିସା ବାତିଲ କରିଛି। ସେମାନେ ସମସ୍ତେ ଫ୍ରାନ୍ସରେ ବେଆଇନ ଭାବେ ରହୁଥିବା ଅଭିଯୋଗ ହୋଇଛି। ବିଶେଷ କଥା ହେଉଛି ଏହି ୧୮୩ ଜଣଙ୍କ ମଧ୍ୟରେ ଆଇଏସ୍‌ଆଇର ପୂର୍ବତନ ମୁଖ୍ୟ ‌ଡାଇରେକ୍ଟର ଜେନେରାଲ୍‌ ଅହମ୍ମଦ…

ରାଜ୍ୟରେ ଆଉ ୯ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ ଖସୁଛି କରୋନ ମିଟର । ହେଲେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ କିନ୍ତୁ ବ୍ରେକ ଲାଗୁନି । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୯ ଜଣଙ୍କ କରୋନାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩୪୦କୁ ବୃଦ୍ଧି ପାଇଛି । ୯…

ଭଲ ଖବର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେଣି ୯୪% ଆକ୍ରାନ୍ତ, ୨୪ ଘଣ୍ଟାରେ ୧୩୮୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା କେସ୍ । ଗତ ୨୪ ଘଣ୍ଟାରେ ୧ ହଜାର ୩୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୭୯୮ ସଂକ୍ରମିତ । ୫୯୧ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୨ ଜଣ ସଂକ୍ରମିତ ହୋଇଛନ୍ତି ।…

ଆଜିଠୁ ରାଜଧାନୀରେ ଖୋଲୁଛି ଆଉ ୭ ଆହାର କେନ୍ଦ୍ର

ଭୁବନେଶ୍ୱର: ଆଜିଠୁ ଖୋଲୁଛି ରାଜଧାନୀର ବିଭିନ୍ନ ଆହାର କେନ୍ଦ୍ର । ପୂର୍ବରୁ କରୋନା ପାଇଁ ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ଭୁବନେଶ୍ୱରର ବିଭିନ୍ନ ଆହାର କେନ୍ଦ୍ର ଆଜିଠାରୁ ଖୋଲିବ ବୋଲି ସୂଚନା ମିଳିଛି । ଏବେ ୪ଟି ହସ୍ପିଟାଲ ନିକଟରେ ଥିବା ୫ଟି ଆହାର କେନ୍ଦ୍ର ଚାଲୁଥିବାବେଳେ ରାଜଧାନୀର…

ବାଲେଶ୍ୱର ଓ ତିର୍ତ୍ତୋଲରେ କାଲି ଭୋଟ, ବୁଥ୍‌ରେ ପହଞ୍ଚିଲେଣି ପୋଲିଂ ପାର୍ଟି 

ଭୁବନେଶ୍ୱର: ପ୍ରଚାର ଲଢ଼େଇ ଥମିଛି । ଆସନ୍ତାକାଲି ଅସଲ ଲଢ଼େଇ । ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ୍ ପଡ଼ିବ । ଅବାଧ, ମୁକ୍ତ ଓ ଶାନ୍ତିଶୃଙ୍ଖଳାରେ ମତଦାନ ସାରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ବୁଥରେ ପହଞ୍ଚି ସାରିଲେଣି ପୋଲିଂ ପାର୍ଟି । ସମସ୍ତ ସରଞ୍ଜାମ ଧରି ସେମାନେ…

ଭାରତ ବିରୁଦ୍ଧରେ ନୂଆ ଷଡଯନ୍ତ୍ର ରଚୁଛି କି ପାକିସ୍ତାନ?

ନୂଆଦିଲ୍ଲୀ: କୂଟନୈତିକ ଯୁଦ୍ଧରେ ପାକିସ୍ତାନ ପରାସ୍ତ ହେବା ପରେ ଏବଂ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ପାଇଁ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ବିଚ୍ଛିନ୍ନ ହେବା ପରେ ମଧ୍ୟ ସୁଧୁରିବାର ନାଁ ନେଉନି ପାକିସ୍ତାନ। ବର୍ତ୍ତମାନ ପାକିସ୍ତାନ ଅଧିକୃତ କାଶ୍ମୀରର ଗିଲଗିଟ୍‌ ବାଲ୍ଟିସ୍ତାନକୁ…

ନିଆରା ଢଙ୍ଗରେ ଐଶ୍ୱର୍ଯ୍ୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅଭିଷେକ

ନୂଆଦିଲ୍ଲୀ: ନିକଟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କର ୪୭ ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ଅଭିଷେକ ବଚ୍ଚନ ମଧ୍ୟ ଐଶ୍ୱର୍ଯ୍ୟାଙ୍କ ସହ ନିଜର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଏବଂ ତାଙ୍କୁ ଏକ ଭାବପ୍ରବଣ ନୋଟ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ଅଭିଷେକ ବଚ୍ଚନ…

ଖସୁଛି ପାରଦ, ୫ ତାରିଖରୁ ରାଜ୍ୟରେ ବଢ଼ିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ଏବେ ବର୍ଷା ସମ୍ଭାବନା ନାହିଁ । ଆଗାମୀ ଦୁଇ ତିନି ଦିନ ପାଗ ଶୁଖିଲା ରହିବ । ରାତିରେ ଖସୁଛି ପାରଦ । ଆଗକୁ ରାଜ୍ୟରେ ବଢିପାରେ ଶୀତ । ଆସନ୍ତା ୫ ତାରିଖରୁ ହାଡ଼ଭଙ୍ଗା ଶୀତ ହୋଇପାରେ । କିଛି ସ୍ଥାନରେ ତାପମାତ୍ରା ୪ ଡିଗ୍ରୀ ତଳକୁ ହ୍ରାସ ପାଇବା ସମ୍ଭାବନା ରହିଛି ।…