Latest Odisha News

BREAKING NEWS

ସାମାନ୍ୟ ଅଘଟଣ ଯୋଗୁଁ ଟ୍ରାକରେ ଅଟକି ରହିଛି ଦୁରନ୍ତ ଏକ୍ସପ୍ରେସ

ବାଲେଶ୍ୱର: ହାଓଡ଼ା-ୟଶବନ୍ତପୁର ଦୁରନ୍ତ ଏକ୍ସପ୍ରେସ ବାଲେଶ୍ୱର ନିକଟବର୍ତ୍ତୀ ରୁପସା ଷ୍ଟେସନରେ ଦୀର୍ଘ ୩ ଘଣ୍ଟା ଧରି ଅଟକି ରହିଛି । ଏହି ଟ୍ରେନଟି ଶୁକ୍ରବାର ଦିନ ସାମାନ୍ୟ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଯୋଗୁଁ ଷ୍ଟେସରେ ଅଟକି ରହିଥିବାର ସୂଚନା ମିଳିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା…

ଟିମ୍ ଇଣ୍ଡିଆର ଘାତକ ବୋଲିଂରେ ବାଂଲାଦେଶ ୧୦୬ ରନରେ ଅଲଆଉଟ, ଭାରତ ୧୭୪/୩

କୋଲକାତା: ଆଜି ଭାରତ ପ୍ରଥମଥର ଲାଗି ଦିବା-ରାତ୍ର କ୍ରିକେଟ ଟେଷ୍ଟ କୋଲକାତାର ଇଡ଼େନ ଗାର୍ଡ଼େନ୍ସରେ ଖେଳୁଛି । ବାଲାଂଦେଶ ବିପକ୍ଷରେ ଟେଷ୍ଟ ଶୃଙ୍ଖଳାର ୨ୟ ମ୍ୟାଚ ଖେଳୁଥିବା ବେଳେ ଆଜି ଭାରତୀୟ ବୋଲରଙ୍କ କମାଲ୍ ଦେଖିବାକୁ ମିଳିଛି । ଭାରତୀୟ ବୋଲରମାନେ ଘାତକ ବୋଲିଂ କରି ବାଂଲାଦଳର ପ୍ରଥମ…

ଏସିଡ ପୀଡ଼ିତାଙ୍କୁ ନୂଆ ଜୀବନ ଦେଲେ ଶାହରୁଖ

ମୁମ୍ବାଇ: ବଲିଉଡରେ ଲୋକପ୍ରିୟ ଅଭିନେତା ଶାହରୁଖ ଖାନ ପୁଣିଥରେ କିଙ୍ଗଖାନ ନାମର ସାର୍ଥକତା ପ୍ରତିପାଦନ କରିଛନ୍ତି । ଖାଲି ଚଳଚ୍ଚିତ୍ରରେ ନୁହେଁ ନିଜ ଅସଲ ଜୀବନରେ ମଧ୍ୟ ଏକ ମହାନ ବ୍ୟକ୍ତିତ୍ୱ ବୋଲି ପ୍ରମାଣ କରାଇଛନ୍ତି । Congratulations and my love to Anupama as she…

ଓଡ଼ିଶାର ପ୍ରଥମ ଖେଳାଳି ଭାବେ ଆଇଟିଏଫ ଜୁନିୟର ଟାଇଟଲ୍ ଜିତିଲେ କବୀର ହଂସ

ଭୁବନେଶ୍ୱର: ଓଡ଼ିଶାର ଉଦୀୟମାନ ଟେନିସ ଖେଳାଳି କବୀର ହଂସ ଓଡ଼ିଶା ଟେନିସ ଜଗତରେ ଇତିହାସ ରଚିଛନ୍ତି । ଆସାମର ଗୌହାଟୀଠାରେ ଚାଲିଥିବା ଆଇଟିଏଫ ବିଶ୍ୱ ଜୁନିୟର ର‌୍ୟାଙ୍କିଂ ଟେନିସ ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ୍ସ ଟାଇଟଲ୍ ଜିତି ଏହି ଗୌରବ ଅର୍ଜନ କରିଛନ୍ତି କବୀର । ଏଥିସହିତ କବୀର ଏହି…

ପ୍ରେମିକା ସହ ସ୍ୱାମୀଙ୍କ ବାହାଘର କରାଇଲେ ପତ୍ନୀ

ମାଲକାନଗିରି: ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କମାରପଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି ଏହିଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ମିଳିଥିବା ସୂଚନା ଅନୁସାରେ ଗାୟତ୍ରୀ କବାସି ତାଙ୍କ ସ୍ୱାମୀ ରାମ କବାସୀ ଅନ୍ୟ ଜଣେ ମହିଳା ଆଇତି ମାଡ଼କାମୀଙ୍କୁ…

ଶିବସେନାରୁ ଚୟନ ହେବ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ : ମାଣିକରାଓ ଠାକରେ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଆଜି ଘୋଷଣା ହେବକୁ ଥିବା କୁହାଯାଉଛି । ତେବେ ଏହିଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ କଂଗ୍ରେସ ପକ୍ଷରୁ ଆସିଛି ଏହିଭଳି ମନ୍ତବ୍ୟ । "ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଶିବସେନାରୁ ହେବ । ରାଜ୍ୟସ୍ତରୀୟ ବୈଠକରେ ଏନସିପି ଏହି ପଦ ପାଇଁ…

ଚର୍ଚ୍ଚାରେ ଓଡ଼ିଶା ପୋଲିସ ମୁଖ୍ୟ ପଦବୀ; ୧୯ ବର୍ଷରେ ୧୫ ଡ଼ିଜିପି !

କଟକ: ଓଡ଼ିଶାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପୋଲିସ ମହାନିର୍ଦ୍ଦେଶକ ପଦବୀକୁ ନେଇ ରାଜ୍ୟରେ ବେଶ୍ ଚର୍ଚ୍ଚା ଚାଲିଛି । ଏମିତି କେଉଁ କାରଣ ଯୋଗୁଁ ବିଗତ ୧୯ ବର୍ଷରେ ୧୫ ଜଣ ଡ଼ିଜିପି ବଦଳି ହୋଇ ଏହି ପଦବୀରେ ଅବସ୍ଥାପିତ ହୋଇଛନ୍ତି? ଏହା ସ୍ୱାଭାବିକ ଭାବେ ଚର୍ଚ୍ଚାର ପରିସରକୁ ଆସିଛି କାରଣ ଯେଉଁପରି…

ଅଗ୍ନିଶମ ବିଭାଗର ଅକ୍ଲାନ୍ତ ଚେଷ୍ଟା ପରେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତରୁ ଉଦ୍ଧାର ହେଲେ ଯୁବକ

ଭୁବନେଶ୍ୱର: ଦୀର୍ଘ ୩ ଘଣ୍ଟାରୁ ଊର୍ଧ୍ବ ପ୍ରଚେଷ୍ଟା ପରେ ଅଗ୍ନିଶମ ବିଭାଗ ଉତ୍କଳ ବିଶ୍ବବିଦ୍ୟାଳୟର ଛାତରେ ଚଢି ଆତ୍ମାହତ୍ୟା ଧମକ ଦେଉଥିବା ଯୁବକକୁ ଉଦ୍ଧାର କରିବାରେ ସଫଳ ହୋଇଛି । ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହ ସହିଦ ନଗର ପୋଲିସ ଷ୍ଟେସନର ଆଇଆଇସି ହାଇଡ୍ରୋଲିକ ସିଡ଼ିରେ ଉପରକୁ…

ଲାଞ୍ଚ ନେବା ବେଳେ ଭିଜିଲାନସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

କଟକ: କଟକ ଜିଲ୍ଲା ଗୋଡିସହି ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ ଭବାନୀ ଶଙ୍କର ମହନ୍ତ ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜଣେ ଉପଭୋକ୍ତାଙ୍କୁ ନିଜର କଟକ ତ୍ରିଶୂଳିଆଠାରେ ନିର୍ମିତ ଘରେ ବିଦ୍ୟୁତ ସଂଯୋଗ ଲାଗି ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ଭବାନୀ…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ ଓ ଅନ୍ୟଜଣେ ଗୁରୁତର

ଯାଜପୁର: ଯାଜପୁର ଟାଉନ ଥାନା ଅଧୀନସ୍ଥ କୁସୁମା ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ  ଙ୍କର ମୃତ୍ୟୁ ଘଟିବା ସହ ଅନ୍ୟଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ମୃତ ନାବାଳିକା ଜଣକ ସ୍ଥାନୀୟ ଅଞ୍ଚଳସ୍ଥ ଶିବ ମୁଣ୍ଡାଙ୍କ ଝିଅ ତୁଳସୀ ଚାମ୍ପିଆ (ବୟସ ୧୦)ବୋଲି ଜଣାପଡିଛି ।…