Latest Odisha News

ଓଡିଶା ଛାଡୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛାଡୁଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମଙ୍ଗଳବାର ଦିନ ଜାରି ହୋଇଥିବା ଏକ ବୁଲେଟିନରୁ ଜଣାପଡିଛି । ପାଣିପାଗ ବିଭାଗ ଅନୁଯାୟୀ ମୌସୁମୀ ବାୟୁ ସୋମବାର ଦିନ ସୁନ୍ଦରଗଡ, ସମ୍ବଲପୁର, କେନ୍ଦୁଝର ଓ ମୟୁରଭଞ୍ଜ ଭଳି…

ପୂର୍ବତନ ରାଷ୍ଟ୍ରପତି ‘ଅବଦୁଲ କଲାମ’ଙ୍କ ଆଜି ଜନ୍ମଦିବସ

ଭୁବନେଶ୍ୱର: ଭାରତବର୍ଷରେ ଏଭଳି ଅନେକ ମହାପୁରୁଷ ଜନ୍ମ ନେଇଛନ୍ତି ଯାହାଙ୍କ ଅକଥନୀୟ ତ୍ୟାଗ, କର୍ତ୍ତବ୍ୟପରାୟଣତା ତଥା ନିଃସ୍ୱାର୍ଥପର ବଳିଦାନ ପାଇଁ ସେମାନଙ୍କ ଆଗରେ ଶ୍ରଦ୍ଧା ଓ ଭକ୍ତିରେ ମୁଣ୍ଡ ଆପେଆପେ ନଇଁ ଯାଏ । ଭାରତର ମାତାର ସେହି ସୁଯୋଗ୍ୟ ସନ୍ତାନଙ୍କ ମଧ୍ୟରେ ବୈଜ୍ଞାନିକ 'ଏପିଜେ…

ରାଉରକେଲାରେ ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଉରକେଲାସ୍ଥିତ କୁଆଁରମୁଣ୍ଡା ପଞ୍ଚାୟତ ଅଫିସ୍ ସମ୍ମୁଖରୁ ମଙ୍ଗଳବାର ଦିନ କିଛି ଦୁର୍ବୃତ୍ତ ପାଖାପାଖି ୧୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଲୁଟ୍ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ କୁଆଁରମୁଣ୍ଡା ବ୍ଲକ୍ କାର୍ଯ୍ୟାଳୟରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଥିବା…

ହତ୍ୟା ଅଭିଯୁକ୍ତଙ୍କ ସହ ସେଲଫି ନେଇ ବଦଳି ହେଲେ ପୋଲିସ ବାବୁ

କୋଣାର୍କ: ହତ୍ୟା ଅଭିଯୁକ୍ତଙ୍କ ସହ ସେଲ୍ଫି ଉଠାଇବା ମହଙ୍ଗା ପଡିଛି ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡାଙ୍କୁ । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ପୁରୀ ଏସପି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏପରିକି ଏସପିଙ୍କ ନିର୍ଦ୍ଦେଶାନୁଯାୟୀ ଆଇଆଇସିଙ୍କୁ…

ନୂଆ ଇଲେକ୍ଟ୍ରିକ୍ ସ୍କୁଟର ସହ ଫେରୁଛି ବଜାଜ, ଆସନ୍ତାକାଲି କରିବ ଲଞ୍ଚ

ନୂଆଦିଲ୍ଲୀ: ଭାରତର ପ୍ରମୁଖ ୨ଚକିଆ ଯାନ ନିର୍ମାଣ କରୁଥିବା କମ୍ପାନୀ 'ବାଜାଜ ଅଟୋ' ପୁଣିଥରେ ସ୍କୁଟର ସେଗମେଣ୍ଟରେ ପାଦ ରଖିବାକୁ ଯାଉଛି। 'ବାଜାଜ ଅଟୋ'ର ଏହାର ପ୍ରଥମ ଇଲେକଟ୍ରିକ୍ ସ୍କୁଟର ବୁଧବାର ବଜାରରେ ଲଞ୍ଚ କରିବ । ଏହାର ନାମ ରଖାଯାଇଛି ‘ଚେତକ ଚିକ୍’ । ଆସନ୍ତାକାଲି ଏହାକୁ…

ଧାରାବାହିକ ଉପନ୍ୟାସର ଶେଷ ଭାଗ: କୁକୁର କାହାଣୀ (୧୧)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ…

ରାଫେଲ୍ ଚକା ତଳେ ଲେମ୍ବୁ

ରାଫେଲ୍ ଚକା ତଳେ ଲେମ୍ବୁ ବିଚିତ୍ର ବିଶ୍ୱାଳ ଯେଉଁ ରାଫେଲ୍ ଯୁଦ୍ଧ ବିମାନକୁ ନେଇ ନିର୍ବାଚନ ସମୟରେ ଭାରତୀୟ ରାଜନୀତି ଗରମ ହୋଇଯାଇଥିଲା, ତାହା ଏବେ ପୁଣି ଥରେ ଚର୍ଚ୍ଚାର ଶିରୋନାମା ହୋଇଛି । ଏଥର ଚର୍ଚ୍ଚା ରାଫେଲ୍ ଦାମ୍ କିମ୍ବା ଦୁର୍ନୀତିକୁ ନେଇ ନୁହେଁ । ଭାରତର ପ୍ରତିରକ୍ଷା ମନ୍ତ୍ରୀ…

ଘରେ ରଖନ୍ତୁ ଏହି ୫ଟି ଜିନିଷ, ଦୂରେଇ ରହିବ ଆର୍ଥିକ ସମସ୍ୟା !

ଭୁବନେଶ୍ୱର: ଘରେ କିଛି ବାସ୍ତୁ ଦୋଷ ଥିଲେ ଆର୍ଥିକ ସମସ୍ୟା ଲାଗି ରହିଥାଏ । ବାସ୍ତୁ ଦୋଷ ଥିବା ଗୃହର ଲୋକମାନେ ଯେତେ ରୋଜଗାର କଲେ ମଧ୍ୟ ଆଶାନୁରୂପକ ସଞ୍ଚୟ କରିପାରନ୍ତି ନାହିଁ। ମାତ୍ର ଏପରି କେତେକ ବସ୍ତୁ ରହିଛି ଯାହାକୁ ଘରେ ରଖିଲେ ଏହି ସମସ୍ୟାରୁ ମୁକ୍ତି ମିଳିବା ସହ ଗୃହରେ ସୁଖଶାନ୍ତିର…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଭାଇ-ଭଉଣୀ ମୃତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ଦେଓଗାଁ-ତୁଷୁରା ନିକଟ ମହିପୁର ଛକଠାରେ ଆଜି ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଭାଇ-ଭଉଣୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ ଆଜି ସକାଳେ ମହିପୁର ରାସ୍ତାଦେଇ ଏକ ବାଇକ୍ ଯୋଗେ ଉଭୟ ଭାଇ ଓ ଭାଉଣୀ ଯାଉଥିବା ବେଳେ ଏକ ଟ୍ରକ…

ପାର୍ବଣରେ ବୁଲିଯାଆନ୍ତୁ ଝଙ୍କଡ ବାସିନୀ ମାଆ ସାରଳାଙ୍କ ପୀଠ

ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ପାର୍ବଣର ମାହୋଲ । ଜଗତଜନନୀ ମାଆ ଦୁର୍ଗାଙ୍କ ଦଶହରା ପୂଜା ପରେ ଆଗକୁ ଆସୁଛି ମା କାଳୀଙ୍କ ପୂଜା । ପାର୍ବଣର ଏହି ମାହୋଲରେ ବୁଲି ଯାଆନ୍ତୁ ଜଗତସିଂହପୁର ଝଙ୍କଡ଼ ସ୍ଥିତ ମା' ସାରଲଙ୍କ ପୀଠ । ହିନ୍ଦୁମାନଙ୍କ ବହୁ ପ୍ରସିଦ୍ଧ ମନ୍ଦିର ମାନଙ୍କ ମଧ୍ୟରୁ…