Latest Odisha News

BREAKING NEWS

ଘଡଘଡି ସହ ବର୍ଷା ଆଶଙ୍କା: ୧୦ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୦ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ପୂର୍ବାନୁମାନ କରାଯାଇଛି । ଏହିସବୁ ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ରାତି ୮ଟା ୩୦ମି. ଯାଏଁ ସତର୍କ ସୂଚନା ଜାରି କରାଯାଇଛି ।…

ଟ୍ରାଫିକ୍ ନିୟମ୍ କଡାକଡି: ବାଇକ୍ ଚାଳକଙ୍କୁ ୨୨ ହଜାରରୁ ଅଧିକ ଫାଇନ୍

ବଲାଙ୍ଗିର: ଦେଶରେ ନୂଆ ଟ୍ରାଫିକ୍ ଆଇନ୍ କଡାକଡି କରାଯାଉଥିବା ବେଳେ ନିୟମ୍ ଉଲଘଂନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡୁଛି । ଏହି ଟ୍ରାଫିକ୍ ନିୟମ୍ ଉଲଘଂନ ଅଭିଯୋଗରେ ରବିବାର ଦିନ ବଲାଙ୍ଗିରରେ ଜଣେ ବାଇକ୍ ଚାଳକ ଉପରେ ଲାଗିଛି ପ୍ରାୟ ୨୨ ହଜାର ୫୦୦ ଟଙ୍କାର ଜୋରିମାନା । ଉକ୍ତ…

ତିନି ଗୁଣା ବଢିବ କ୍ୟାବ ଭଡା !

ଭୁବନେଶ୍ୱର: ଓଲା, ଉବେର ଏବଂ ଅନ୍ୟ କ୍ୟାବରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ଦେବାକୁ ପଡିପାରେ ୩ ଗୁଣା ଭଡା । କାରଣ କ୍ୟାବ ଗୁଡିକ ନିଜର ଯାତ୍ରା ଭଡା ତିନି ଗୁଣା ବଢାଇବା ନେଇ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ମୋଟର ଯାନ ସଂଶୋଧନ ଆଇନରେ କେନ୍ଦ୍ର ସରକାର କ୍ୟାବ୍‌…

ବାଲେଶ୍ୱରରୁ ଜବତ ହେଲା ୩୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର, ୩ ଗିରଫ

ବାଲେଶ୍ୱର: ବାଲେଶ୍ୱରର ସହଦେବଖୁଣ୍ଟାସ୍ଥିତ ଲୁନିଆଯୋଡି ବ୍ରିଜ୍ ନିକଟରେ ଅବକାରୀ ବିଭାଗ ଚଢାଉ କରି ଶନିବାର ଦିନ ପ୍ରାୟ ୩୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିଛି । ଏଥିସହିତ ଘଟଣାରେ ସମ୍ପୃକ୍ତି ନେଇ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଅରଦ ବଜାରର…

ଆଦିତ୍ୟ ଆଲୁମିନିୟମରେ ‘ଆନ୍ତର୍ଜାତିକ ସାକ୍ଷରତା ଦିବସ’ ପାଳିତ

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପର ପ୍ରମୁଖ କମ୍ପାନି ହିଣ୍ଡାଲକୋ ପକ୍ଷରୁ ସମ୍ବଲପୁର ଜିଲ୍ଲା ଲପଙ୍ଗାରେ ଥିବା ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଧୋରୋପାଣି ଉଚ୍ଚ ବିଦ୍ୟାଳୟରେ ‘ଆନ୍ତର୍ଜାତିକ ସାକ୍ଷରତା ଦିବସ’ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବାଲୋମୋଲୋଇର ସରପଞ୍ଚ ଶେଷଦେବ ପ୍ରଧାନ,…

ପୁରୀ ମଙ୍ଗୁ ମଠ ଭଙ୍ଗାନଯାଉ, ନବୀନଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ/ଭୁବନେଶ୍ୱର: ପୁରୀକୁ ବିଶ୍ୱ ଐତିହ୍ୟରେ ରୂପାନ୍ତରିତ କରିବା ଲାଗି ସେଠାରେ ଥିବା ଅନେକ ପ୍ରାଚୀନ ମଠକୁ ଭଙ୍ଗା ଯାଉଥିବା ବେଳେ ମଙ୍ଗୁ ମଠକୁ ନଭାଙ୍ଗିବାକୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଅନୁରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମିରେନ୍ଦ୍ର ସିଂହ । ଏପରିକି ମଠକୁ ଭାଙ୍ଗିବା…

ମାଲକାନାଗିରିରେ ବୁଡ଼ିଲା ଡଙ୍ଗା: ୩ ନିଖୋଜ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ବାଲିମେଲା ଜଳଭଣ୍ଡାରରେ ଡଙ୍ଗା ବୁଡି  ତିନିଜଣ ନିଖୋଜ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ମଙ୍ଗଳ ଗଲରି, ସ୍ତ୍ରୀ ସନଦେଇ ଗଲରି ଓ ତାଙ୍କ ଦୁଇ ଝିଅ ଦୀପାଲି ଓ ସନତା ଶନିବାର ଅପରାହ୍ନରେ ଡଙ୍ଗା ଯୋଗେ ନାକମାମୁଡ଼ିରୁ ତୋତଗୁଡ଼ା…

ପାଲା ଗାୟନର ପ୍ରଚଣ୍ଡ ପ୍ରତିଭାଧର: ଗାୟକ ପର୍ଶୁରାମ ପଣ୍ଡା

ଭୁବନେଶ୍ୱର:ଜଣେ ଉଚ୍ଚ ଶିକ୍ଷିତ, ସଂସ୍କୃତ ବିଦ୍ୱାନ ପାଲା ଗାୟକ ଭାବେ ସାରା ରାଜ୍ୟରେ ପରିଚିତ ଗାୟକ ସୂର‌୍ୟ୍ୟ ପର୍ଶୁରାମ ପଣ୍ଡା । କେନ୍ଦ୍ରାପଡା ଜିଲ୍ଲା ସାନମାଣତିଆ ଗ୍ରାମରେ ୧୯୫୪ ମସିହା ମାର୍ଚ୍ଚ ୩ ତାରିଖରେ ଏକ କୁଳୀଣ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ପର୍ଶୁରାମ । ବାପା…

ବଲାଙ୍ଗୀରରୁ ଜବତ ହେଲା ୟୁନିଲିଭରର ନକଲି ସାମ୍ପୋ ଓ ଫେସୱାସ୍

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବଞ୍ଜି ଅଞ୍ଚଳର ଏକ ଦୋକାନରେ ରବିବାର ଦିନ ପୋଲିସ ସହ ଏକ ସ୍ୱତନ୍ତ୍ର ଦଳ ଚଢ଼ାଉ କରି ନକଲି ସାମ୍ପୋ ଓ ଫେସୱାସ୍ ଜବତ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ,ଗ୍ରାହକ ମାନଙ୍କ ବାରମ୍ବାର ଅଭିଯୋଗ ପରେ ପୋଲିସ ଏହି ଚଢ଼ାଉ କରିଥିବା ଜଣାପଡ଼ିଛି । ଉକ୍ତ…

ଗଞ୍ଜାମରେ ପୁଣି ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଆହତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ଗୋଟିଏ ଦିନ ପୂର୍ବରୁ ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ସୁଶାନ୍ତ ବେହେରା ଆହତ ହୋଇଥିବା ବେଳେ ରବିବାର ଦିନ ଅନ୍ୟଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସ୍ ଧରିବାରେ ସଫଳ ହୋଇଛି । ଆହତ ଅପରାଧୀ ଜଣକ ପ୍ରମୋଦ ବାରିକ (୨୯) ବୋଲି ଜଣାପଡିଛି । ଏହି ଏନକାଉଣ୍ଟରରେ…