Latest Odisha News

ହସ୍ପିଟାଲରେ ଟିକ୍ ଟକ୍ ନାଚ ଘଟଣା: ୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟି ନିର୍ଦ୍ଦେଶ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଟିକ୍ ଟିକ୍ ସୋସିଆଲ୍ ମିଡ଼ିଆ ଲାଗି ଯେଉଁ ୪ଜଣ ନର୍ସ ନାଚ କରୁଥିଲେ ସେମାନଙ୍କୁ ଗୁରୁବାର ଦିନ ବାଧ୍ୟତାମୂଳକ ଛୁଟି ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଅଭିଯୋଗର ପ୍ରାଥମିକ ତଦନ୍ତ ପରେ ଜିଲ୍ଲାପାଳ ଏହି ୪ ଜଣ ନର୍ସଙ୍କୁ…

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ

ଭୁବନେଶ୍ୱର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ଗୁରୁବାର ଦିନ ଦେହାନ୍ତ ଘଟିଛି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।…

ରାଜ୍ୟରେ ହ୍ରାସ ପାଇଛି ଦାରିଦ୍ର‌୍ୟ ହାର: ମନ୍ତ୍ରୀ

ଭୁବନେଶ୍ୱର : ଓଡିଶା ବିଧାନସଭାରେ ବଜେଟ୍ ଅଧିବେଶନ ଜାରି ରହିଥିବାବେଳେ ରାଜ୍ୟରେ ଦାରିଦ୍ର‌୍ୟ ହାର ଉଲ୍ଲେଖନୀୟ ଭାବେ ହ୍ରାସ ଘଟିଥିବା ନେଇ ଗୁରୁବାର ଦିନ କହିଛନ୍ତି ଯୋଜନା, ସଂଯୋଜନା, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିଜେପି ସଦସ୍ୟ ମୋହନ ମାଝିଙ୍କ ଏକ ପ୍ରଶ୍ନର…

ଟସ୍ ଜିତି ଭାରତର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ମାଞ୍ଚେଷ୍ଟର୍: ଭାରତୀୟ ଅଧିନାୟକ ବିରାଟ କୋହଲୀ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମେ ବ୍ୟାଟିଂ ନେଇ ୱେଷ୍ଟଇଣ୍ଡିଜ ସମ୍ମୁଖରେ ଏକ ବିଶାଳ ସ୍କୋର ଛିଡ଼ା କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଭାରତୀୟ ଦଳରେ ୫ଜଣ…

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୧୧ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ ବିଭାଗର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ଅପରାହ୍ନ ୫ଟା ୪୫ମି. ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ…

ଆଜି ଭାରତ-ୱେଷ୍ଟଇଣ୍ଡିଜ ମୁକାବିଲା, ସେମିଫାଇନାଲ୍ ଲକ୍ଷ୍ୟରେ ବିରାଟ

ମାଞ୍ଚେଷ୍ଟର୍: ବିଶ୍ୱକପରେ ଭାରତ ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳି କୌଣସି ମ୍ୟାଚ ହାରିନାହିଁ । ସେମିଫାଇନାଲ୍ ଯିବା ଲାଗି ୱେଷ୍ଟଇଣ୍ଡିଜକୁ ବିରାଟ ବାହିନୀ ଆଜି ପରାସ୍ତ କରବାକୁ ଲକ୍ଷ୍ୟ ରଖିଛି । ପଏଣ୍ଟତାଲିକାରେ କଙ୍ଗାରୁ ଓ କିୱି ଦଳ ପଛକୁ ଟିମ୍ ଇଣ୍ଡିଆ ତୃତୀୟ ସ୍ଥାନରେ ରହିଛି ।…

ଫରିଦାବାଦରେ ହରିଆଣା କଂଗ୍ରେସ ମୁଖପାତ୍ରଙ୍କୁ ଗୁଳି କରି ହତ୍ୟା

ଫରିଦାବାଦ : ହରିଆଣା କଂଗ୍ରେସ ମୁଖପାତ୍ର ବିକାଶ ଚୌଧୁରୀଙ୍କୁ ଗୁରୁବାର ଦିନ କେହି ଅଜଣା ଦୁର୍ବୃତ୍ତ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରିଛନ୍ତି। ଫରିଦାବାଦର ୯ ନଂ ସେକ୍ଟର ଅଞ୍ଚଳରେ ଥିବା ଏକ ଜିମ୍ରୁ ବିକାଶ ଆଜି ସକାଳେ ବାହାରୁ ଥିବା ବେଳେ ପାଖାପାଖି ୪ ଜଣ ବ୍ୟକ୍ତି ଏକ ମାରୁତି…

ବିଧାନସଭାର ଉପ ବାଚସ୍ପତି ହେଲେ ରଜନୀକାନ୍ତ ସିଂହ

ଭୁବନେଶ୍ୱର : ବିଜେଡି ନେତା ରଜନୀକାନ୍ତ ସିଂହ ଗୁରୁବାର ଦିନ ବିଧାନସଭାର ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀଯୁକ୍ତ ସିଂହ ଆଜି ନିଦ୍ୱନ୍ଦରେ ନିର୍ବାଚିତ ହେବା ପରେ ସର୍ବସମ୍ମତି କ୍ରମେ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଉପବାଚସ୍ପତି ପଦ ଲାଗି ବିଧାନସଭାର…

ଜୁଲାଇରେ ଓଡିଶା ଫେରିବେ ଜଗା-କାଳିଆ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିବା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ଖୁବଶୀଘ୍ର ଓଡିଶା ଫେରିବେ । ସମସ୍ତ ଡିସଚାର୍ଜ ପ୍ରୋସେସ୍ ଆରମ୍ଭ ହୋଇଥିବା ନେଇ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି । ଆସନ୍ତା ଜୁଲାଇ ମାସ ୨ୟ ସପ୍ତାହ ବେଳକୁ ସେମାନେ ଓଡିଶା…

ଅନୁଗୁଳ: ବ୍ୟବସାୟୀଙ୍କ ଠାରୁ ୧.୫ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଶାବଳଭଙ୍ଗା ଗ୍ରାମରେ ଜଣେ ବ୍ୟବସାୟୀଙ୍କ ଠାରୁ ଗୁରୁବାର ଦିନ କିଛି ଦୁର୍ବୃତ୍ତ ପାଖାପାଖି ଦେଢ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ ଡମ୍ବରୁ ସାହୁ ନାମକ ଜଣେ ବ୍ୟବସାୟୀ ଛେଳି କିଣିବାକୁ ଆଜି ଜରପଡା ଅଞ୍ଚଳକୁ…