Latest Odisha News

BREAKING NEWS

ଜାଣନ୍ତୁ ବର୍ଷାଦିନେ କିପରି ସୁରକ୍ଷିତ ରଖିବେ ନିଜ ମୋବାଇଲ ଫୋନ

ଆରମ୍ଭ ହୋଇଗଲାଣି ବର୍ଷା ଋତୁ । ଯେତେ ସାବଧାନ ରହିଲେ ମଧ୍ୟ ଅନେକ ସମୟରେ ନିଜ ଜରୁରୀ ଜିନିଷ ଗୁଡ଼ିକ ବର୍ଷା ପାଣିରେ ଭିଜିଯାଏ । ତେବେ ଯଦି ଆମ ମୋବାଇଲ୍‍ ଫୋନ ବର୍ଷାରେ ଓଦା ହେଇଯାଏ ତାହେଲେ ତ କଥାସରିଲା । ଫୋନ ଖରାପ ହେବା ସହ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଗଲା ଭଳି ଲାଗେ । ତେଣୁ…

ବାରିପଦା ରଥଯାତ୍ରାକୁ ନିରୀକ୍ଷଣ କରିବ ଡ୍ରୋନ୍ କ୍ୟାମେରା

ବାରିପଦା : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଦିନକ ପରେ ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଅନୁଷ୍ଠିତ ହୋଇଥାଏ ସ୍ୱତନ୍ତ୍ର ରଥଯାତ୍ରା । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।…

ଟସ୍ ଜିତି ଭାରତର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ବର୍ମିଂହାମ୍: ବିଶ୍ୱକପରେ ଭାରତ ଲାଗି ଆଜିର ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଭାରତୀୟ କପ୍ତାନ ବିରାଟ କୋହଲୀ ବାଂଲାଦେଶ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏକ ବିଶାଳ ସ୍କୋର ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ଆଜି ବ୍ୟାଟିଂ କରୁଛି । ଦଳ ୩୫୦…

ଏସପ୍ଲାନେଡ୍ ୱାନ୍‌ରେ ବିଗ ସେଲ, ୧୦୦ରୁ ଅଧିକ ବ୍ରାଣ୍ଡ୍ ଉପରେ ଫ୍ଲାଟ୍ ୫୦ ପ୍ରତିଶତ ରିହାତି

ଭୁବନେଶ୍ୱର: ରସୁଲଗଡ଼ସ୍ଥିତ ଏସପ୍ଲାନେଡ୍ ୱାନ୍‌ ମଲ ଜୁଲାଇ ୧୨ରେ ସଫଳତାର ସହ ପୁରଣ କରବାକୁ ଯାଉଛି ଏହାର ପ୍ରଥମ ବର୍ଷ । ଏହି ଅବସରରେ ମଲ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି  “ଅସଲି ହାପିନେସ୍ ୱାଲା ସେଲ୍”  । ରଥଯାତ୍ରା ସହିତ ଏହି ଉତ୍ସବ ମଧ୍ୟ ପାଳନ କରାଯିବ। ଜୁଲାଇ ୪ତାରିଖରେ ରଥଯାତ୍ରା…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର : ରାଜ୍ୟର ପ୍ରାୟ କିଛି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ଜିଲ୍ଲାଗୁଡିକ ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ଦେବଗଡ, ସମ୍ବଲପୁର, ବରଗଡ, ନୂଆପଡା,…

କଟକରେ ଯୋଡା ଶିଶୁଙ୍କ ଚିକିତ୍ସା କରିବେ ସ୍ୱତନ୍ତ୍ର ଟିମ୍

କଟକ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମିତ ଯୋଡା ଶିଶୁଙ୍କ ଚିକିତ୍ସା ନିମନ୍ତେ ୭ ଜଣ ଡାକ୍ତରଙ୍କୁ ନେଇ ଏକ ସ୍ପେଶାଲ ଟିମ୍ ଗଠନ କରାଯାଇଛି । ଏନେଇ କଟକ ଶିଶୁ ଭବନ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ଏହି ଟିମର ଅଧ୍ୟକ୍ଷତା ଡଃ ହିରଣ୍ୟ ମହାନ୍ତି କରୁଥିବା ନେଇ ଶିଶୁ ଭବନର…

ସେପ୍ଟେମ୍ବର ସୁଦ୍ଧା ବାୟୁସେନାକୁ ମିଳିବ ରାଫାଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଭାରତୀୟ ବାୟୁସେନାକୁ ମିଳିବ ରାଫାଲ ଯୁଦ୍ଧ ବିମାନ । ଫ୍ରାନ୍ସ ପକ୍ଷରୁ ଏନେଇ  ମିଳିଛି ସବୁଜ ସଙ୍କେତ । ରାଫାଲ ଯୁଦ୍ଧ ବିମାନ ପ୍ରଥମେ ୧୭ ସ୍କ୍ୱାଡ୍ରନକୁ ମିଳିବାର ସମ୍ଭାବନା ରହିଛି ।  ଭାରତୀୟ ବାୟୁସେନାରେ ସାମିଲ୍‌ ହେବା ପୂର୍ବରୁ ଏହାର ପରୀକ୍ଷଣ…

ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲ ଲକ୍ଷ୍ୟରେ ଭାରତ

ବର୍ମିଂହାମ୍ : ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ଆଜି ଖେଳାଯିବାକୁ ଥିବା ମ୍ୟାଚରେ ମୁକାବିଲା କଡ୍ଡା ହେବ । ବର୍ମିଂହାମ୍ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେଉଛି । ଚଳିତ ବିଶ୍ୱକପରେ ପ୍ରଥମଥର ପାଇଁ ଟିମ୍ ଇଣ୍ଡିଆ ପରାସ୍ତ ହେବାପରେ ସେମିଫାଇନାଲ୍ ରେସ୍ ଆହୁରି ରୋମାଞ୍ଚକର ହୋଇପାରେ ।…

ସଂସଦରେ ଆଲୋଚିତ ହେଲା ଭୁବନେଶ୍ୱର ଜଳବନ୍ଦୀ ସମସ୍ୟା

ନୂଆଦିଲ୍ଲୀ/ଭୁବନେଶ୍ୱର : ନବନିର୍ବାଚିତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପାର୍ଲିଆମେଣ୍ଟରେ ଭୁବନେଶ୍ୱରର ଜଳବନ୍ଦୀ ସମସ୍ୟା କଥା ଉଠାଇଛନ୍ତି । “ଆଜି ଲୋକସଭାରେ ଶ୍ରୀମତି ଷଡଙ୍ଗୀ ଭୁବନେଶ୍ୱରର ଜଳବନ୍ଦୀ ସମସ୍ୟା ଉଠାଇ କହିଛନ୍ତି ଯେ, ଘଣ୍ଟାଏ ବର୍ଷା ହେଲେ ରାଜଧାନୀ ଭୁବନେଶ୍ୱରରେ…

ଆଗାମୀ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ସାରା ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ…