Latest Odisha News

କଟକ: ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ : କଟକର କୁଆଖାଇ ନଦୀ ନିକଟସ୍ଥ ରେଳଧାରଣାରୁ ମଙ୍ଗଳବାର ସକାଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏଯାବତ୍ ମୃତକଙ୍କ ପରିଚୟ ମିଳିପାରିନଥିବା ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ କିଛି ସ୍ଥାନୀୟ ଲୋକମାନେ ମୃତଦେହ ପଡିଥିବା ଠାବ କରିଥିଲେ । ପରବର୍ତ୍ତୀ ସମୟରେ…

କଂଗ୍ରେସ ବିଧାୟକ ଦଳ ନେତା ଭାବେ ନରସିଂହ ମିଶ୍ର ନିର୍ବାଚିତ

ଭୁବନେଶ୍ୱର : ସର୍ବସମ୍ମତିକ୍ରମେ କଂଗ୍ରେସ ବିଧାୟକ ଦଳର ନେତା ଭାବେ ନରସିଂହ ମିଶ୍ରଙ୍କୁ ସୋମବାର ବିଳମ୍ବିତ ରାତିରେ ଚୟନ କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ନରସିଂହ ମିଶ୍ର କହିଛନ୍ତି, “ ତାଙ୍କ ଦଳ ଗୃହରେ ରାଜ୍ୟର କୃଷକ, ବେକାରୀ ସମସ୍ୟା, ଆଇନ ଓ କାନୁନ ବ୍ୟବସ୍ଥା ସମ୍ବନ୍ଧୀୟ…

ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ

ଭୁବନେଶ୍ୱର : ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ମଙ୍ଗଳବାର ଦିନ ଆରମ୍ଭ ହୋଇଛି । ଏହି ଅବସରରେ କମିଶନରେଟ୍ ପୋଲସ ପକ୍ଷରୁ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଷୋଡଶ ବିଧାନସଭାର ଏହା ପ୍ରଥମ ଅଧିବେଶନ ହୋଇଥିବାବେଳେ ଗୃହ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ…

ମହାପ୍ରଭୁଙ୍କ ଜ୍ୱର ଚିକିତ୍ସା: କିପରି ଲାଗି ହୁଏ ଫୁଲୁରି ତେଲ ଓ ଦଶମୂଳ ମୋଦକ

ଭୁବନେଶ୍ୱର: ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଅନେକ ପାରମ୍ପକରିକ ନୀତି ପାଳିତ ହୋଇଥାଏ । ସ୍ନାନଯାତ୍ରା ହିଁ ରଥଯାତ୍ରା ମହୋତ୍ସବର ଆଦ୍ୟପର୍ବ କହିଲେ ଅତ୍ୟୁକ୍ତି ହେବନାହିଁ । ସୁନାକୂପର ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

 ୨୫-୦୬-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁନ ତା ୨୫ ରିଖ ମଙ୍ଗଳବାର ମିଥୁନ ୧୧ ଦିନ ଆଷାଢ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଉତ୍ତର ଭାଦ୍ରପଦ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ ଚନ୍ଦ୍ର-: ଧନୁ…

ଅଶୋକ ପରିଜା ହେଲେ ଓଡ଼ିଶାର ନୂଆ ଆଡ଼ଭୋକେଟ ଜେନେରାଲ୍

ଭୁବନେଶ୍ୱର: ବରିଷ୍ଠ ଆଡ଼ଭୋକେଟ ତଥା ‘ବାର୍ କାଉନସିଲ୍ ଅଫ ଇଣ୍ଡିଆ’ର ପୂର୍ବତନ ଚେୟାରମ୍ୟାନ ଅଶୋକଙ୍କୁ ଓଡ଼ିଶା ସରକାର ଆଡ଼ଭୋକେଟ ଜେନେରାଲ୍ ଭାବେ ନିଯୁକ୍ତ କରିଛନ୍ତି । ତାଙ୍କ ପୂର୍ବରୁ ସୂର୍ଯ୍ୟ ପ୍ରସାଦ ମିଶ୍ର ଏହି ପଦବୀରେ ରହିଥିଲେ । ମାତ୍ର ୨୩ ବର୍ଷ ବୟସରେ ଶ୍ରୀ ପରିଜା ଓଡ଼ିଶା…

ପ୍ରଦୀପ୍ତ ନାଏକ ହେଲେ ବିଜେପି ବିଧାୟକ ଦଳ ନେତା

ଭୁବନେଶ୍ୱର: ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ଭାବେ ଚୟନ ହୋଇଥିବା ନେଇ ବିଜେପି ପକ୍ଷରୁ ଘୋଷଣା କରାଯାଇଛି । ବିରୋଧୀ ଦଳର ନେତା ଚୟନ ଲାଗି ରବିବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା…

ପୁଣି ଓଡ଼ିଶାରେ କଙ୍ଗାରୁ କୋର୍ଟ; ଗ୍ରାମବାସୀଙ୍କ ଦ୍ୱାରା ଲଣ୍ଡା ହେଲେ ପ୍ରେମୀଯୁଗଳ

ବାରିପଦା: ସର୍ବସମ୍ମୁଖରେ ପ୍ରେମୀଯୁଗଳଙ୍କୁ ଲଣ୍ଡା କରି କଙ୍ଗାରୁ କୋର୍ଟ ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜର ମଣ୍ଡୁଆ ଗାଁ’ରେ । ଏହି ଘଟଣାର ଏକ ଭିଡ଼ିଓ ଶନିବାର ଦିନ ରେକର୍ଡ଼ିଂ ହୋଇ ସୋମବାର ଦିନ ଭାଇରାଲ୍ ହେବାପରେ ଏସମ୍ପର୍କରେ ଜଣାପଡ଼ିଥିଲା । ମିଳିଥିବା…

ଝାଡ଼ଖଣ୍ଡ ଯୁବକଙ୍କ ମୃତ୍ୟୁ ଘଟଣାରେ ୫ ଗିରଫ, ସହ ୨ପୋଲିସ୍ କର୍ମଚାରୀ ନିଲମ୍ବିତ

ଝାଡ଼ଖଣ୍ଡ: ସଂଘବଦ୍ଧ ହୋଇ ଏକ ମୁସଲିମ ଯୁବକଙ୍କୁ ପିଟିପିଟି ମାରିଦେବା ଘଟଣାରେ ଝାରଖଣ୍ଡ ପୋଲିସ ଆଜି ୫ ଜଣଙ୍କୁ ଗିରଫ କରିବା ସହ ଦୁଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । ନିଲମ୍ବିତ ଦୁଇ କର୍ମଚାରୀ ହେଲେ ଚନ୍ଦ୍ରମୋହନ ଓ ବିପିନ ବିହାରୀ । ପରିବାର ଲୋକଙ୍କ କହିବାନୁଯାୟୀ, ଶାମସ…

ବାତ୍ୟା କ୍ଷତିଗ୍ରସ୍ତ ୫ଟି ଜିଲ୍ଲାର ହିତାଧିକାରୀ ପାଇବେ ଅତିରିକ୍ତ ଏକ ମାସର ପେନସନ୍

ଭୁବନେଶ୍ୱର: ଫନୀ ବାତ୍ୟା ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ୫ଟି ଜିଲ୍ଲାର ହିତାଧିକାରୀମାନେ ପାଇବେ ଅଧିକ ଏକ ମାସର ପେନସନ୍ । ମଧୁବାବୁ ପେନସନ୍ ଯୋଜନା (ଏମପିୱାଇ) ଏବଂ ନ୍ୟାସନାଲ୍ ସୋସିଆଲ ଆସିଷ୍ଟାନ୍ସ ପ୍ରୋଗ୍ରାମ (ଏନଏସଏପି) ଅନ୍ତର୍ଗତ ଯୋଜନାରେ ଏହି ଅତିରିକ୍ତ ପେନସନ ଯୋଗାଇଦିଆ ଯିବାକୁ…