Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୭ଟି ଜିଲ୍ଲାର ୧୬୯ ପଞ୍ଚାୟତ ଲାଗି ୩୫.୧୧ କୋଟି ଟଙ୍କା

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭ଟି ଜିଲ୍ଲାର ୮ଟି ବ୍ଲକ ପାଇଁ ୩୫.୧୧ କୋଟି ଟଙ୍କାର ସମୁଦାୟ ୧୩୯୮ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ ଗୁଡ଼ିକ ହେଲା – ଢେଙ୍କାନାଳ ଜିଲ୍ଲାର ଭୁବନ, ନୂଆପଡ଼ା ଜିଲ୍ଲାର କୋମନା, କେନ୍ଦ୍ରାପଡ଼ା…

ଓଡ଼ିଶା ବିଧାନ ପରିଷଦ ଗଠନ ପ୍ରସଙ୍ଗ: ଆସନ୍ତାକାଲି ବିହାର ଯିବ କମିଟି

ଭୁବନେଶ୍ୱର : ଓଡ଼ିଶାରେ ବିଧାନ ପରିଷଦ ଗଠନ ସମ୍ପର୍କରେ ଅନ୍ୟ ରାଜ୍ୟର ବ୍ୟବସ୍ଥା ଅନୁଧ୍ୟାନ କରିବା ଲାଗି ଗଠିତ ହୋଇଥିବା ସ୍ୱତନ୍ତ୍ର କମିଟି ଆସନ୍ତାକାଲି ବିହାର ଗସ୍ତ କରିବ । ଏହି ସ୍ୱତନ୍ତ୍ର କମିଟିର ଅଧ୍ୟକ୍ଷ ମନ୍ତ୍ରୀ ନୃସିଂହ ଚରଣ ସାହୁ ମଧ୍ୟ ବିହାର ଗସ୍ତରେ ଯିବେ । ଏହି କମିଟିର…

ସୋନାଲୀ ବେନ୍ଦ୍ରେଙ୍କୁ କ୍ୟାନସର୍ !

ମୁମ୍ବାଇ : ଜଣାଶୁଣା ବଲିଉଡ୍ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ କ୍ୟାନସର୍ ରୋଗରେ ପୀଡ଼ିତ । ସୋନାଲୀ କ୍ୟାନସରରେ ପୀଡ଼ିତ ହୋଇଥିବା କଥା ନିଜେ ଆଜି ସୋସିଆଲ ମିଡ଼ିଆରେ ଫ୍ୟାନ ମାନଙ୍କୁ ଜଣାଇଛନ୍ତି । ଏହି ଦୁଃଖଦ ଖବର ତାଙ୍କର ଅଗଣିତ ପ୍ରଶଂସକଙ୍କୁ ଦୁଃଖିତ କରିଛି । ନବେ ଦଶକର ସଫଳ…

ଅଣସର ପିଣ୍ଡିରେ ଶ୍ରୀଜଗନ୍ନାଥଙ୍କ ଜ୍ୱର ଚିକିତ୍ସା: ଦେବବୈଦ୍ୟଙ୍କ ଜଡ଼ିବୁଟିରେ ଆରୋଗ୍ୟ ହୁଅନ୍ତି ଚତୁର୍ଦ୍ଦା ମୂରତି !

ସାଧାରଣ ମଣିଷ ପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମାନବୀୟ ଲୀଳା ସମଗ୍ର ବିଶ୍ୱବାସୀଙ୍କୁ ଚମତ୍କୃତ କରିଥାଏ । ସକାଳର ଦିନଚର୍ଯ୍ୟାରେ ଦାନ୍ତକାଠିରେ ଦାନ୍ତଘଷାରୁ ଆରମ୍ଭ କରି ଦହି ପଖାଳ ଖାଇ ଶୋଇବାରୁ ଜଣାପଡ଼େ ମହାପ୍ରଭୁ ଜଣେ ଖାଣ୍ଟି ଓଡ଼ିଆଃ ସବୁଠୁ ଅଧିକ ବିସ୍ମିତ କରିଥାଏ ସ୍ନାନ ପରେ…

କଟକ: ନବଜାତ ଶିଶୁକୁ କୁଆ-କୁକୁର ଝୁଣି ଖାଇଲେ, ମୃତଦେହ ଉଦ୍ଧାର

କଟକ : କଟକ ଜିଲ୍ଲା ଚୌଦ୍ୱାର ନିକଟବର୍ତ୍ତୀ ମଙ୍ଗୁଳିଛକରେ ଏକ ନବଜାତ ଶିଶୁର ମୃତଦେହକୁ କୁକୁର କାମୁଡ଼ି ଖାଉଥିବା ବେଳେ ପୋଲିସ ଶବକୁ ଉଦ୍ଧାର କରିଛି । ଏହି ହୃଦୟବିଦାରକ ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି । ରାସ୍ତାକଡ଼ରେ ଏକ ନବଜାତ ଶିଶୁକୁ କୁଆ ଓ…

ରାଉରକେଲାରୁ ଧରାପଡ଼ିଲେ ୧୧ଜଣ ଏଟିଏମ ଲୁଟେରା

ରାଉରକେଲା : ଶେଷରେ ଧରାପଡ଼ିଛନ୍ତି ଏଟିଏମ ଲୁଟେରା । ରାଉରକେଲା ପୋଲିସକୁ ମିଳିଛି ଏହି ସଫଳତା । ବୁଧବାର ସକାଳେ ରାଉରକେଲା ପୋଲିସ ୧୧ ଜଣ ଏଟିଏମ ଲୁଟେରାଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି । ଗିରଫ ହୋଇଥିବା ଏହି ୧୧ ଜଣ ଏଟିଏମ ଲୁଟେରା ଛତିଶଗଡ଼, ବିହାର, ଝାରଖଣ୍ଡ ଓ ପଶ୍ଚିମବଙ୍ଗର ବୋଲି…

ଭୂସ୍ଫଳନ ଯୋଗୁଁ ୨ ଅମରନାଥ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ଜମ୍ମୁ ଓ କାଶ୍ମୀର : ଜମ୍ମୁ ଓ କାଶ୍ମୀରର ବରିମାର୍ଗ ଠାରେ ଭୂସ୍ଫଳନ ଯୋଗୁଁ ଅମରନାଥ ଯାତ୍ରା କରୁଥିବା ୨ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିବା ସହିତ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ସୂତ୍ରରୁ ପ୍ରକାଶ ଅମରନାଥର ବାଲତାଲ ଯିବା ପଥରେ ରେଲପତ୍ରି ଓ ବରିମାର୍ଗ ରାସ୍ତାରେ ଭୂସ୍ଫଳନ…

ବିଶ୍ୱକପ ଫୁଟବଲ: ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ

ମସ୍କୋ : ଫୁଟବଲର ଜନକ ଇଂଲଣ୍ଡ ବିଶ୍ୱକପ ଫୁଟବଲରେ ନିଜ ଦେଶଲାଗି କମାଲ କରିିଛି । କଲମ୍ବିଆକୁ ହରାଇ ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିଛି । ପ୍ରି-କ୍ୱାର୍ଟର ଫାଇନାଲର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଇଂଲିଶ୍ ଖେଳାଳିମାନେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ । ପେନାଲ୍ଟି ସୁଟଆଉଟରେ…

ବାଦଲ ମହାନ୍ତି ଓ ଶକ୍ତି ମହାନ୍ତି ପାଇବେ ‘ଟାଇମପାସ୍ ବୁକର୍ ପୁରସ୍କାର’

ଭୁବନେଶ୍ୱର : ଓଡ଼ିଶାର ଜଣାଶୁଣା ସାହିତ୍ୟ ପ୍ରକାଶନ ସଂସ୍ଥା ‘ଟାଇମପାସ୍’ ତରଫରୁ ଓଡ଼ିଆ କଥାସାହିତ୍ୟର ଶ୍ରେଷ୍ଠ ପାଣ୍ଡୁଲିପି ଲାଗି ୨୦୧୬ ଏବଂ ୨୦୧୭ ମସିହାର ‘ଟାଇମପାସ୍ ବୁକର୍ ପୁରସ୍କାର’ର ବିଜେତାଙ୍କ ନାମ ଘୋଷିତ ହୋଇଛି । ୨୦୧୬ ମସିହାର ପୁରସ୍କାର ବାଦଲ ମହାନ୍ତିଙ୍କ ଉପନ୍ୟାସ ପାଣ୍ଡୁଲିପି…

ଚିଟଫଣ୍ଡ ଦୁର୍ନୀତି ମାମଲା: ଇଡ଼ିରେ ହାଜର ହେଲେ ଓଲିଉଡ଼ ଷ୍ଟାର ଶ୍ରୀତମ ଦାସ

ଭୁବନେଶ୍ୱର : ଜଣାଶୁଣା ଓଲିଉଡ଼ ଷ୍ଟାର ଶ୍ରୀତମ ଦାସ ମଙ୍ଗଳବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ରେ ଚିଟଫଣ୍ଡ ଦୁର୍ନୀତି ମାମଲାରେ ହାଜର ହୋଇଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ‘ତୁ ତାଆ ମୁଁ ଯାଉଛି ରୁଷି’ରେ ଓଡ଼ିଆ ଷ୍ଟାର ଶ୍ରୀତମ ଦାସ ଅଭିନୟ କରିଥିଲେ । ତେବେ ଏହି ଚଳଚ୍ଚିତ୍ରରେ ଚିଟଫଣ୍ଡ…