Latest Odisha News

BREAKING NEWS

ଦିଲ୍ଲୀରୁ ପାକିସ୍ତାନ ଆତଙ୍କୀ ଗିରଫ, AK 47 ସମେତ ବହୁ ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଆତଙ୍କବାଦୀ ହମଲା ଷଡଯନ୍ତ୍ର ଫେଲ୍ । ଜଣେ ପାକିସ୍ତାନ ଆତଙ୍କବାଦୀକୁ ଗିରଫ କରାଯାଇଛି । ଲକ୍ଷ୍ମୀନଗର ଅନ୍ତର୍ଗତ ରମେଶ ପାର୍କରୁ ଜଣେ ଆତଙ୍କବାଦୀକୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ । ଭାରତୀୟ ନାଗରିକର ମିଥ୍ୟା ପ୍ରମାଣପତ୍ରରେ ସେ ଦିଲ୍ଲୀରେ ରହୁଥିଲା ।

ଗିରଫ ପାକିସ୍ତାନୀ ଆତଙ୍କବାଦୀ ନିକଟରୁ ଜବତ ହୋଇଛି AK47 ରାଇଫଲ୍ ସମେତ ଅତିରିକ୍ତ ମାଗାଜିନ୍ ୬୦ ରାଉଣ୍ଡ ଜବତ ହୋଇଛି । ସେହିପରି ଗୋଟିଏ ହ୍ୟାଣ୍ଡ ଗ୍ରେନେଡ୍ ଓ ଦୁଇଟି ଅତ୍ୟାଧୁନିକ ପିସ୍ତଲ ଜବତ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ । ଗିରଫ ଆତଙ୍କବାଦୀର ଘର ପାକିସ୍ତାନର ନାରୋବଳରେ ।

ଗତକାଲି ରାତରେ ତାକୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଗିରଫ ପାକିସ୍ତାନ ଆତଙ୍କବାଦୀ ପାଖରେ ଥିଲା ୬ଟି ଭାରତୀୟ ପାସପୋର୍ଟ । ବହୁ ଦିନରୁ ସେ ଲକ୍ଷ୍ମୀନଗର ଅଞ୍ଚଳରେ ରହି ଆସୁଥିଲା । ଏବେ ପୋଲିସ ତାର ନେଟଓ୍ୱାର୍କ ଓ ସହଯୋଗୀଙ୍କ ବାବଦରେ ତଥ୍ୟ ହାସଲ କରୁଛି ।

Leave A Reply

Your email address will not be published.