Latest Odisha News

BREAKING NEWS

କବିତା : କରୁଣାକର ହେ କରୁଣା ହେଉ

ପ୍ରେମଲତା ସାହୁ 

କରୁଣାକର ହେ କରୁଣା ହେଉ !
ତୁମ୍ଭ ନାମ ଜପି ଜୀବନ ଯାଉ
କରୁଣାକର ହେ କରୁଣା ହେଉ ! ।୦।

ତୋତେ ଦେଖିବାକୁ ମନ ଉଚ୍ଛନ୍ନ,
ନିତି ରଜନୀରେ ଦେଖେ ସପନ,
ଫୁଲେଇ ହେଉ
ଗେହ୍ଲେଇ ହେଉ
ମୁରୁକି ମୁରୁକି ତୁ ହସୁଥାଉ
କରୁଣାକର ହେ କରୁଣା ହେଉ ! ।୦୧।

ଭକତିର ଦୀପ ଜାଳୁଛି ମୁହିଁ,
ଆଖିର ଲୁହକୁ ଘୃତ ସଜାଇ,
ଧୈର୍ଯ୍ୟ ଵଳିତା
ରଖିଛି ଧାତା
କେତେ ମୁଁ’ ଡାକିବି ହେ ମହାବାହୁ !
କରୁଣାକର ହେ କରୁଣା ହେଉ ! ।୦୨।

ଆମ୍ଭ ଆଡେ ଟିକେ ହେଉ ନଜର
ରଙ୍କୁଣିରତନ କମଳାଵର,
ତୁମ୍ଭରି ବିନା
ଦିନ ସରେନା
କାହାକୁ ଦିଶେନା ମୋତେ ତ ଆଉ
କରୁଣାକର ହେ କରୁଣା ହେଉ ! ।୦୩।

ଶିକ୍ଷୟିତ୍ରୀ, କନ୍ଧମାଳ

Leave A Reply

Your email address will not be published.