Latest Odisha News

BREAKING NEWS

ଛତିଶଗଡ଼ ପାଇଁ ଓଡ଼ିଶାରେ କରୋନା ବଢୁଛି: ଆଇଏଲ୍ଏସ୍ ନିର୍ଦ୍ଦେଶକ

ଭୁବନେଶ୍ୱର: ପଡୋଶୀ ଛତିଶଗଡ ପାଇଁ ଓଡିଶାରେ ମହାମାରୀ କରୋନା ବଢୁଛି ବୋଲି ମଙ୍ଗଳବାର ଦିନ କହିଛନ୍ତି ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲ୍ଏସ୍)।

“ଓଡିଶାର ସୀମାନ୍ତବର୍ତ୍ତୀ ଜିଲ୍ଲାର ଲୋକମାନେ ବାରମ୍ବାର ଛତିଶଗଡ ଯାଉଥିବା ଯୋଗୁଁ ଏଭଳି ସ୍ଥିତି ହେଉଛି। ଏପରିକି କୋଭିଡ ହଟସ୍ପଟ୍ ରାଜ୍ୟରୁ ଓଡିଶାକୁ ଫେରୁଥିବା ଲୋକମାନେ ମଧ୍ୟ ସଂକ୍ରମଣ ବୃଦ୍ଧି ହେବାର କାରଣ ପାଲଟିଛନ୍ତି” ବୋଲି ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।

ଓଡିଶାରେ ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକାର କୌଣସି ମ୍ୟୁଟାଣ୍ଟ ନାହିଁ କିମ୍ବା ପଞ୍ଜାବ ଏବଂ ମହାରାଷ୍ଟ୍ରରେ ଥିବା ମ୍ୟୁଟାଣ୍ଟ ନାହିଁ ବୋଲି ସେ କହିଛନ୍ତି। ରାଜ୍ୟରେ ବ୍ରିଟେନର କୋଭିଡ ଭାରିଏଣ୍ଟ ରହିଛି।

ତେବେ ଏହି ତିନୋଟି ନୂଆ ମ୍ୟୁଟାଣ୍ଟ ଦେଶରେ ସଂକ୍ରମଣ ମାମଲା ବୃଦ୍ଧି କରୁଥିବା ବେଳେ ଶ୍ରୀ ପରିଡା ଲୋକଙ୍କୁ କଡାକଡି କରୋନା କଟକଣା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.