Latest Odisha News

BREAKING NEWS

ଧୀମା ବୋଲିଂ ହାର ନେଇ ଅଡୁଆରେ ପନ୍ତ, ହୋଇ ପାରନ୍ତି ବାସନ୍ଦ

କୋଲକାତା: ଚଳିତ ଆଇପିଏଲରେ ଧୀମା ବୋଲିଂ ହାର ନେଇ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରିଷଭ ପନ୍ତ ଦଣ୍ଡିତ ହୋଇଛନ୍ତି । ବୁଧବାର କେକେଆର ବିପକ୍ଷ ମ୍ୟାଚରେ ମଧ୍ୟ ଦିଲ୍ଲୀ ଟିମ ନିର୍ଦ୍ଧାରିତ ସମୟରେ ବୋଲିଂ ଶେଷ କରିପାରି ନ ଥିଲା । ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମୁକାବିଲାରେ ମଧ୍ୟ ଦିଲ୍ଲୀ ଟିମ ଏହି ଭୁଲ କରିଥିଲା । ପ୍ରଥମ ମ୍ୟାଚରେ ପନ୍ତଙ୍କ ଉପରେ ୧୨ ଲକ୍ଷ ଓ ଏବେ ୨୪ ଲକ୍ଷ ଟଙ୍କାର ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି । ଆଗକୁ ଯଦି ସେ ଏଥିରେ ସୁଧାର ନ ଆଣନ୍ତି ତେବେ କେତେକ ମ୍ୟାଚରୁ ବାସନ୍ଦ ହୋଇପାରନ୍ତି ।

ଅନ୍ୟ ଖେଳାଳିମାନଙ୍କ ଉପରେ ମ୍ୟାଚ ଫିର ୨୫ ପ୍ରତିଶତ ଜରିମାନା ଲଗାଯାଇଛି । ବୁଧବାର ମୁକାବିଲାରେ ପନ୍ତଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ କେକେଆର ନିକଟରୁ ଦିଲ୍ଲୀ ଶୋଚନୀୟ ଭାବେ ପରାଜିତ ହୋଇଥିଲା ।

Leave A Reply

Your email address will not be published.