Latest Odisha News

BREAKING NEWS

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣରେ ଯବାନ ସହିଦ ,ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର : ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ । ଟଳି ପଡିଲେ ଯବାନ । ସୋମବାର ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ ହେବା ଫଳରେ ଜଣେ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି । ଅନ୍ୟଜଣେ ସୁରକ୍ଷା କର୍ମୀଙ୍କୁ ଆହତ ହୋଇଛନ୍ତି । ତାଙ୍କୁ ଏସଏମଏଚଏସ୍ ହସ୍ପିଟାଲରେ ଭର୍ତି କରାଯାଇଛି ।

ଆତଙ୍କବାଦୀ ମାନେ ସୁରକ୍ଷା ବାହିନୀର ଚେକ୍ ପଏଣ୍ଟରେ ଗୁଳିମାଡ କରିଥିଲେ । ଆକ୍ରମଣ କରିବା ପରେ ଆତଙ୍କବାଦୀମାନେ ଖସି ପଳାଇଛନ୍ତି । ଏହି ଅଞ୍ଚଳକୁ କଡା ନଜର ରଖାଯାଇଛି ।ଆତଙ୍କବାଦୀଙ୍କୁ ଟ୍ରାକ କରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି ସେନା ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ପୁଲୁୱାମା ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣରେ ବିହାରରୁ ଆସିଥିବା ଦୁଇଜଣ ଶ୍ରମିକ ଆହତ ହୋଇଥିଲେ । ଗତ କିଛି ଦିନ ପୂର୍ବ ଜମ୍ମୁ କାଶ୍ମୀର ବଡଗ୍ରାମରେ ଆତଙ୍କବାଦୀ ଦୁଇଜଣ ପୋଲିସଙ୍କୁ ମାରିଦେଇଥିଲେ ।

Leave A Reply

Your email address will not be published.