Latest Odisha News

BREAKING NEWS

ଦିଲ୍ଲୀ ଏୟାରପୋର୍ଟରେ ୪୫ମିି. ଧରି ଅଟକିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: ୨୧ ଜୁନ୍ ଦିନ ୧:୧୫ ରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯାହା ପରେ ସେ ତୁରନ୍ତ ବାସଭବନକୁ ଯିବା ପରିବର୍ତ୍ତେ ବିମାନବନ୍ଦରରେ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ।

ସୂଚନା ଅନୁଯାୟୀ, NEET ପରୀକ୍ଷା ଅପରାହ୍ନ ୨ଟାରେ ଆରମ୍ଭ ହେବାର ଥିଲା। ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ ଛାତ୍ରଛାତ୍ରୀଙ୍କ ଅସୁବିଧା ଏବଂ ଟ୍ରାଫିକ୍ ସମସ୍ୟା ଏଡାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଅପରାହ୍ନ ୨ ଟାରେ ପରୀକ୍ଷା ଆରମ୍ଭ ହେବା ପରେ ହିଁ ତାଙ୍କ ବାସଭବନ ଅଭିମୁଖେ ବାହାରିଥିଲେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ କାଫଲାର ଗତିବିଧି ପାଇଁ ପ୍ରାୟତଃ ଟ୍ରାଫିକ୍ ପରିଚାଳନା ଏବଂ ନିର୍ଦ୍ଦିଷ୍ଟ ରୁଟରେ ଅସ୍ଥାୟୀ କଟକଣା ଜାରି କରାଯାଇଥାଏ। ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ଏଭଳି ନିଷ୍ପତି ନେଇଥିଲେ।

ଚଳିତ ବର୍ଷ, ସାରା ଦେଶରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ NEET UG ସାନି ପରୀକ୍ଷା କରାଯାଉଛି।

୨୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଭାରତରେ ପ୍ରାୟ ୫,୪୪୦ କେନ୍ଦ୍ର ଏବଂ ବିଦେଶରେ ୧୪ କେନ୍ଦ୍ରରେ ୨୨ ଲକ୍ଷରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେଉଥିବା ବେଳେ NTA NEET UG ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି।

Leave A Reply

Your email address will not be published.