Latest Odisha News

BREAKING NEWS

ପୋଲିସ ଓ ଗୋ ଚାଲାଣକାରୀଙ୍କ ମଧ୍ୟରେ ଗୁଳିବିନିମୟ, ୨ ଅପରାଧୀ ଆହତ

ସମ୍ବଲପୁର: ପୋଲିସ ଓ ବେଆଇନ ଗୋ ଚାଲାଣକାରୀଙ୍କ ମଧ୍ୟରେ ଗୁଳିବିନିମୟ। ସମ୍ବଲପୁର ସିଟି ଷ୍ଟେସନ ଅଞ୍ଚଳରେ ପୋଲିସର ଏନ୍‌କାଉଣ୍ଟର। ଏହି ଏନ୍‌କାଉଣ୍ଟରରେ ୨ ଜଣ ଅପରାଧୀ ଆହତ ହୋଇଥିବା ସୂଚନା ରହିଛି।

ଏଥିମଧ୍ୟରୁ ଜଣଙ୍କ ବାମ ଗୋଡ଼ ଓ ଜଣଙ୍କ ଡାହାଣ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଦୁଇ ଅପରାଧୀଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅପରାଧୀଙ୍କ ପକ୍ଷରୁ ୩ ରାଉଣ୍ଡ ଫାୟାରିଂ ହୋଇଛି। ଜବାବରେ ପୋଲିସ ୫ ରାଉଣ୍ଡ ଫାୟାରିଂ କରିଛି । ଅପରାଧୀଙ୍କ ଠାରୁ ୪ ରାଉଣ୍ଡ ଗୁଳି ଓ ୨ଟି ପିସ୍ତଲ ଜବତ କରିଛି ପୋଲିସ।

ଗୋରୁ ବୋଝେଇ ଟ୍ରକକୁ କାରରେ ଏସକଟ୍ କରି ନେଉଥିଲେ ଚାଲାଣକାରୀ। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁଇ ଅପରାଧୀ ପଶ୍ଚିମବଙ୍ଗ ହାୱଡାର ହୋଇଥିବା ସୂଚନା ମିଳିଛି। ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି।

Comments are closed.